Posted inଜାତୀୟ

ଗୋଟିଏ ଦିନରେ ୮୩ କୋଟି ଟଙ୍କାର ସାନିଟାଇଜର ବ୍ୟବହାର କରୁଛନ୍ତି ଭାରତୀୟ !

ନୂଆଦିଲ୍ଲୀ,୨୨।୮: କରୋନା ଭାଇରସ ସଂକ୍ରମଣ ହେବା ପରେ ବୈଜ୍ଞାନିକ, ଗବେଷକ, ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି ସାନିଟାଇଜର ବ୍ୟବହାର କରୋନା ସଂକ୍ରମଣକୁ ଅନେକାଂଶରେ ରୋକି ପାରିବ। ବିଶେଷଜ୍ଞମାନଙ୍କ ମତରେ ପ୍ରତି ୨୦ ମିନିଟରେ ଥରେ ଓ ବାହାରକୁ ଯିବା ବେଳେ ବାରମ୍ବାର ହାତକୁ ସାନିଟାଇଜରରେ ସଫା କଲେ କରୋନା ସଂକ୍ରମଣ ଆଶଙ୍କା କମ୍‌ ରହିଥାଏ। ଏହାପରେ ଭାରତୀୟମାନେ ଏବେ ଏତେ ପରିମାଣରେ ସାନିଟାଇଜର ବ୍ୟବହାର କଲେ ଯେ ବଜାରରେ ସାନିଟାଇଜର ଆଉ ମିଳିଲା ନାହିଁ। ଏମିତିକି ଲୋକେ ବହୁ ଅଧିକ ମୂଲ୍ୟରେ ସାନିଟାଇଜର କ୍ରୟ କରୁଥିବା ଦେଖାଗଲା। ଆଉ କରୋନା ଯୋଗୁ ସାନିଟାଇଜର ବଜାର ୭ରୁ ୮ ଗୁଣା ବୃଦ୍ଧି ପାଇଥିବା ଲକ୍ଷ କରାଗଲା। ଏକ ରିପୋର୍ଟ ଅନୁଯାୟୀ, ମହାରାଷ୍ଟ୍ରର ଏକ ଷ୍ଟୋରରେ ୨୦୧୭ରେ ୪୩,୦୦୦ଟଙ୍କାର ସାନିଟାଇଜର ବିକ୍ରି ହୋଇଥିଲା। ୨୦୧୮ରେ ୫୩,୦୦୦ଟଙ୍କାର ବିକ୍ରି ହେଲା। ୨୦୧୯ରେ ଉକ୍ତ ଷ୍ଟୋରରେ ୫୮,୦୦୦ଟଙ୍କାର ସାନିଟାଇଜର ବିକ୍ରି ହୋଇଥିବା ଜଣାପଡିଥିଲା। ହେଲେ ୨୦୨୦ ଜାନୁୟାରୀରୁ ମାର୍ଚ୍ଚ ମଧ୍ୟରେ ସେଠାରେ ୧,୧୨,୧୪୩ ଟଙ୍କାର ସାନିଟାଇଜର ବିକ୍ରି ହୋଇଥିବା ମାଲିକ କହିଥିଲେ। କରୋନା ମହାମାରୀ ବ୍ୟାପିବା ପରେ ଉକ୍ତ ଷ୍ଟୋରରେ ୧ ଏପ୍ରିଲରୁ ୩୧ ଜୁଲାଇ ମଧ୍ୟରେ ୧୦,୨୫,୮୭୭ଟଙ୍କାର ସାନିଟାଇଜର ବିକ୍ରି ହୋଇଥିବା କୁହାଯାଏ। ଅନ୍ୟପଟେ କରୋନା ଭାଇରସକୁ ଦେଖି ବଜାରରେ ଛୋଟମୋଟ ପାଖାପାଖି ୨୫୦ ସାନିଟାଇଜର କମ୍ପାନୀ ପ୍ରବେଶ କରିଥିବା ସୂଚନା ରହିଛି। ଏହାକୁ ଦେଖି ଅନୁମାନ ଲଗାଯାଇଛି କି ଭାରତରେ ବାର୍ଷିକ ୩୦ ହଜାର କୋଟି ଟଙ୍କାର ସାନିଟାଇଜର ବିକ୍ରି ହୋଇଥିବ। ଏକ ରିପୋର୍ଟ ଅନୁଯାୟୀ, ଉଦାହରଣ ସ୍ବରୂପ ୩୩ କୋଟି ଭାରତୀୟ ସାନିଟାଇଜର ବ୍ୟବହାର କରୁଛନ୍ତି। ଧରିନିଆଯାଉ ଜଣେ ବ୍ୟକ୍ତି ଅତିକମ୍‌ରେ ୫ ମିଲି ସାନିଟାଇଜର ପ୍ରତିଦିନ ବ୍ୟବହାର କରୁଛନ୍ତି। ଅର୍ଥାତ୍‌ ୩୩ କୋଟି ଭାରତୀୟ ପ୍ରତିଦିନ ୧୬୩ କୋଟି ମିଲି ସାନିଟାଇଜର ପ୍ରତିଦିନ ବ୍ୟବହାର କରୁଛନ୍ତି। ଯଦି ପ୍ରତି ମିଲିର ଦାମ ୫୦ ପଇସା ଧରାଯାଏ ତେବେ ୩୩ କୋଟି ଭାରତୀୟ ଗୋଟିଏ ଦିନକରେ ପାଖାପାଖି ୮୩ କୋଟି ଟଙ୍କାର ସାନିଟାଇଜର ବ୍ୟବହାର କରୁଥିବା ଅନୁମାନ କରାଯାଇଛି। ଏବେ ଯଦି ଏହାକୁ ୩୬୫ ଗୁଣା କରାଯାଏ ତେବେ ବର୍ଷକୁ ଭାରତୀୟ ୩୦ହଜାର କୋଟି ଟଙ୍କାର ସାନିଟାଇଜର ବ୍ୟବହାର କରିବେ ବୋଲି ଅନୁମାନ ଲଗାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri