Categories: ଖେଳ

ଇନ୍ଦୋରରେ ଭାରତୀୟ ମହିଳା ଦଳର କ୍ୟାମ୍ପ

ଇନ୍ଦୋର, ୨୧ା୬(ପି.ଟି.): ୧୭ ବର୍ଷରୁ କମ୍‌ ଏଏଫ୍‌ସି ଏସିଆନ୍‌ କ୍ୱାଲିଫାୟରର ଦ୍ୱିତୀୟ ରାଉଣ୍ଡ ପାଇଁ ଭାରତୀୟ ଦଳ ଏହାର ପ୍ରସ୍ତୁତି ଆରମ୍ଭ କରିଛି। ଆସନ୍ତା ଜୁଲାଇ ୭ ତାରିଖରୁ ଭାରତୀୟ ଦଳ ଇନ୍ଦୋରରେ ଏହାର ଅଭ୍ୟାସ କ୍ୟାମ୍ପ ଆରମ୍ଭ କରିବ। ସେପ୍ଟେମ୍ବରରୁ ଏହି ଯୋଗ୍ୟତା ପର୍ଯ୍ୟାୟ ଅନୁଷ୍ଠିତ ହେବ। ପ୍ରିୟା ପିଭିଙ୍କ ପ୍ରଶିକ୍ଷଣରେ ଖେଳୁଥିବା ଭାରତୀୟ ଦଳ କିର୍ଗିଜସ୍ତାନରେ ଖେଳାଯାଇଥିବା ପ୍ରଥମ ଚରଣ ଯୋଗ୍ୟତା ପର୍ଯ୍ୟାୟରେ ଗ୍ରୁପ୍‌ ଟପ୍ପର ରହିଥିଲା। ସେପ୍ଟେମ୍ବର ମାସ ପାଇଁ ଭେନ୍ୟୁ ସ୍ଥିର ହୋଇ ନ ଥିଲେ ହେଁ ଭାରତ, କୋରିଆ, ଇରାନ ଓ ଥାଇଲାଣ୍ଡ ଗୋଟିଏ ଗ୍ରୁପ୍‌ରେ ସ୍ଥାନ ପାଇଛନ୍ତି।
ଭାରତୀୟ ଦଳ: ଅନିଶା ଓରାଓଁ, ଖୁସି କୁମାରୀ, ଖମ୍ବି ଚାନୁ ସାରଙ୍ଗଥେମ୍‌,ଲିନ୍ଥୋଇଙ୍ଗାମ୍ବି ଚାନୁ ଥୋନଗ୍ରାମ, ଶ୍ରେୟା ଶର୍ମା, ଖୁସି, ହିନା ଖାତୁନ୍‌, ବିକଶିତ ବାରା, ଥୋଇବିସାନା ଚାନୁ ଟୋଇଯାମ, ଅଖିଳା ରଞ୍ଜନ, ଥୋଇ ଦେବୀ ୟେଣ୍ଡ୍ରେମବାମ୍‌, ଆର୍ଯ୍ୟା ଅନିଲ କୁମାର, ସୋନିବା ଦେବୀ ଇରୋମ, ଲଳିତା ବୋୟପାୟୀ, ମେନକା ଦେବୀ ଲୌରେମମ୍ବାମ, ଜୁହି ସିଂ, ବବିତା କୁମାରୀ, ଶ୍ୱେତା ରାଣୀ, ଶିଲଜୀ ଶାଜୀ, ଶିବାନୀ ଟପ୍ପୋ, ଶିବାନୀ ଦେବୀ ନୋଙ୍ଗମେଇକାପମ, ସିଣ୍ଡି ରେମ୍ରୁଆଟପୁଲ, କଲ୍‌ନି, ରେମି ଥୋକଚମ୍‌, ପୂଜା, କାଜଲ କୁମାରୀ, ସୁଲଞ୍ଜନା ରାଉଳ, ନିଶିମା କୁମାରୀ, ଶୌଲିନା ଡାଙ୍ଗ, ସର୍ଜିଦା ଖାତୁନ, ମୋନୀଷା ସିଂ, ପ୍ରିୟା ଛେତ୍ରୀ, ଅନୀତା ଡୁଙ୍ଗଡୁଙ୍ଗ ଓ ଖୁସବୁ କାଶୀରାମ ସରୋଜ।

Share