Posted inଖେଳ

ଭାରତୀୟ ମହିଳା, ପୁରୁଷ ଦଳ ଚାମ୍ପିୟନ

ନୂଆଦିଲ୍ଲୀ, ୨୦ା୧: ଭାରତୀୟ ମହିଳା ଓ ପୁରୁଷ ଦଳ ସର୍ବପ୍ରଥମ ଖୋ ଖୋ ବିଶ୍ୱକପରେ ଚାମ୍ପିୟନ ହୋଇଛି। ସ୍ଥାନୀୟ ଇନ୍ଦିରାଗାନ୍ଧୀ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ମହିଳା ବିଭାଗର ଫାଇନାଲରେ ଭାରତୀୟ ଦଳ ନେପାଳକୁ ୭୮-୪୦ରେ ପରାସ୍ତ କରିଛି। ଭାରତର ଅଂଶୁ କୁମାରୀ ବେଷ୍ଟ ଆଟାକର, ନେପାଳର ମନମତୀ ଧାନୀ ଶ୍ରେଷ୍ଠ ଡିଫେଣ୍ଡର ଏବଂ ଭାରତର ଚାଇଥ୍ରା ବି’ ବେଷ୍ଟ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଛନ୍ତି। ସେହିପରି ପୁରୁଷ ବର୍ଗର ଫାଇନାଲରେ ଭାରତ ୫୪-୩୬ରେ ନେପାଳକୁ ହରାଇ ଦେଇଛି। ଦଳର ଅଧିନାୟକ ପ୍ରତୀକ ଓ୍ବାଇକରଙ୍କ ନେତୃତ୍ୱରେ ମେହୁଲ, ଅନିକେତ ପୋଟେ, ଓ ରାମଜୀ କାଶ୍ୟପ ପ୍ରଭାବୀ ପ୍ରଦର୍ଶନ ଜାରି ରଖି ଦଳକୁ ଏହି ଐତିହାସିକ ସଫଳତା ଆଣି ଦେଇଥିଲେ।
ମହିଳା ବର୍ଗରେ ଉଭୟ ଦଳ ସେମିଫାଇନାଲରେ ସୋମାନଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କ ବିପକ୍ଷରେ ବଡ଼ ବିଜୟ ହାସଲ କରିଥିବାରୁ ଫାଇନାଲ ତୀବ୍ର ପ୍ରତିଦ୍ୱନ୍ଦ୍ୱିତାମୂଳକ ହେବ ବୋଲି ଆଶା କରାଯାଉଥିଲା। ରବିବାର ଫାଇନାଲରେ ନେପାଳ ଟସ୍‌ ଜିତି ଭାରତକୁ ପ୍ରଥମେ ଆଟାକ୍‌ର ସୁଯୋଗ ଦେଇଥିଲା। ଆୟୋଜକ ଦଳ ଅତୁଳନୀୟ ଚପଳତା, ସହନଶୀଳକା ଓ ଦ୍ରୁତ ପ୍ରଦର୍ଶନ କରି ନେପାଳକୁ ହରାଇ ଦେଇଥିଲା। ଗ୍ରୁପ୍‌ ଷ୍ଟେଜ୍‌ରେ ଦକ୍ଷିଣ କୋରିଆ, ଇରାନ ଓ ମାଲେସିଆ ବିପକ୍ଷରେ ଭାରତ ଏହାର ସମସ୍ତ ତିନୋଟିଯାକ ମ୍ୟାଚରେ ବିଜୟ ଲାଭ କରିଥିଲା। ଦଳ ମୋଟ ୩୭୫ ପଏଣ୍ଟ ସ୍କୋର କରିଥିବା ବେଳେ ୫୪ ବରଣ କରିଥିଲା। ବାଂଲାଦେଶ ବିପକ୍ଷ କ୍ୱାର୍ଟରଫାଇନାଲ ମ୍ୟାଚ ଦଳ ୧୦୯-୧୬ ବ୍ୟବଧାନରେ ଜିତିଥିଲା। ଦକ୍ଷିଣ ଆଫ୍ରିକା ବିପକ୍ଷ ସେମିଫାଇନାଲରେ ମଧ୍ୟ ଦଳ ଭଲ ପ୍ରଦର୍ଶନ କରିଥିଲା। ଏଥିରେ ଭାରତ ୬୬-୧୬ରେ ବିଜୟୀ ହୋଇଥିଲା। ନେପାଳ ବିପକ୍ଷ ଫାଇନାଲରେ ଭାରତ ପୁନର୍ବାର ଆଧିପତ୍ୟ ବିସ୍ତାର କରି ଖେଳିଥିଲା। ଜବରଦସ୍ତ ଫର୍ମରେ ଥିବା ଅଧିନାୟିକା ପ୍ରିୟଙ୍କା ଇଙ୍ଗଲେ ତାଙ୍କ ଦଳ ପାଇଁ ମଲ୍‌ଟିପଲ ଟଚ୍‌ ପଏଣ୍ଟ ସ୍କୋର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri