Posted inଖେଳ

ଭାରତୀୟ ମହିଳା, ପୁରୁଷ ଦଳ ଚାମ୍ପିୟନ

ନୂଆଦିଲ୍ଲୀ, ୨୦ା୧: ଭାରତୀୟ ମହିଳା ଓ ପୁରୁଷ ଦଳ ସର୍ବପ୍ରଥମ ଖୋ ଖୋ ବିଶ୍ୱକପରେ ଚାମ୍ପିୟନ ହୋଇଛି। ସ୍ଥାନୀୟ ଇନ୍ଦିରାଗାନ୍ଧୀ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ମହିଳା ବିଭାଗର ଫାଇନାଲରେ ଭାରତୀୟ ଦଳ ନେପାଳକୁ ୭୮-୪୦ରେ ପରାସ୍ତ କରିଛି। ଭାରତର ଅଂଶୁ କୁମାରୀ ବେଷ୍ଟ ଆଟାକର, ନେପାଳର ମନମତୀ ଧାନୀ ଶ୍ରେଷ୍ଠ ଡିଫେଣ୍ଡର ଏବଂ ଭାରତର ଚାଇଥ୍ରା ବି’ ବେଷ୍ଟ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଛନ୍ତି। ସେହିପରି ପୁରୁଷ ବର୍ଗର ଫାଇନାଲରେ ଭାରତ ୫୪-୩୬ରେ ନେପାଳକୁ ହରାଇ ଦେଇଛି। ଦଳର ଅଧିନାୟକ ପ୍ରତୀକ ଓ୍ବାଇକରଙ୍କ ନେତୃତ୍ୱରେ ମେହୁଲ, ଅନିକେତ ପୋଟେ, ଓ ରାମଜୀ କାଶ୍ୟପ ପ୍ରଭାବୀ ପ୍ରଦର୍ଶନ ଜାରି ରଖି ଦଳକୁ ଏହି ଐତିହାସିକ ସଫଳତା ଆଣି ଦେଇଥିଲେ।
ମହିଳା ବର୍ଗରେ ଉଭୟ ଦଳ ସେମିଫାଇନାଲରେ ସୋମାନଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କ ବିପକ୍ଷରେ ବଡ଼ ବିଜୟ ହାସଲ କରିଥିବାରୁ ଫାଇନାଲ ତୀବ୍ର ପ୍ରତିଦ୍ୱନ୍ଦ୍ୱିତାମୂଳକ ହେବ ବୋଲି ଆଶା କରାଯାଉଥିଲା। ରବିବାର ଫାଇନାଲରେ ନେପାଳ ଟସ୍‌ ଜିତି ଭାରତକୁ ପ୍ରଥମେ ଆଟାକ୍‌ର ସୁଯୋଗ ଦେଇଥିଲା। ଆୟୋଜକ ଦଳ ଅତୁଳନୀୟ ଚପଳତା, ସହନଶୀଳକା ଓ ଦ୍ରୁତ ପ୍ରଦର୍ଶନ କରି ନେପାଳକୁ ହରାଇ ଦେଇଥିଲା। ଗ୍ରୁପ୍‌ ଷ୍ଟେଜ୍‌ରେ ଦକ୍ଷିଣ କୋରିଆ, ଇରାନ ଓ ମାଲେସିଆ ବିପକ୍ଷରେ ଭାରତ ଏହାର ସମସ୍ତ ତିନୋଟିଯାକ ମ୍ୟାଚରେ ବିଜୟ ଲାଭ କରିଥିଲା। ଦଳ ମୋଟ ୩୭୫ ପଏଣ୍ଟ ସ୍କୋର କରିଥିବା ବେଳେ ୫୪ ବରଣ କରିଥିଲା। ବାଂଲାଦେଶ ବିପକ୍ଷ କ୍ୱାର୍ଟରଫାଇନାଲ ମ୍ୟାଚ ଦଳ ୧୦୯-୧୬ ବ୍ୟବଧାନରେ ଜିତିଥିଲା। ଦକ୍ଷିଣ ଆଫ୍ରିକା ବିପକ୍ଷ ସେମିଫାଇନାଲରେ ମଧ୍ୟ ଦଳ ଭଲ ପ୍ରଦର୍ଶନ କରିଥିଲା। ଏଥିରେ ଭାରତ ୬୬-୧୬ରେ ବିଜୟୀ ହୋଇଥିଲା। ନେପାଳ ବିପକ୍ଷ ଫାଇନାଲରେ ଭାରତ ପୁନର୍ବାର ଆଧିପତ୍ୟ ବିସ୍ତାର କରି ଖେଳିଥିଲା। ଜବରଦସ୍ତ ଫର୍ମରେ ଥିବା ଅଧିନାୟିକା ପ୍ରିୟଙ୍କା ଇଙ୍ଗଲେ ତାଙ୍କ ଦଳ ପାଇଁ ମଲ୍‌ଟିପଲ ଟଚ୍‌ ପଏଣ୍ଟ ସ୍କୋର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ବିରଞ୍ଚିଙ୍କ ଏଏସଆଇକୁ ପଦୋନ୍ନତି: କଠିନ ପରିଶ୍ରମ ଆଣିଦେଲା ସଫଳତା

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଆରକ୍ଷୀ କାର୍ଯ୍ୟାଳୟରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ବିରଞ୍ଚି ନାରାୟଣ ପଲେଇଙ୍କ ପଦୋନ୍ନତି ହୋଇଛି। କନେଷ୍ଟବଳରୁ ଏଏସଆଇକୁ ପଦୋନ୍ନତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri