Categories: ଖେଳ

ଭାରତୀୟ କ୍ୟାମ୍ପରେ କରୋନାର ଏଣ୍ଟ୍ରି

ନୂଆଦିଲ୍ଲୀ, ୮ା୧୨: ଏସିଆନ ଚାମ୍ପିୟନଶିପ୍‌ରେ ଭାଗ ନେବାକୁ ଦକ୍ଷିଣ କୋରିଆରେ ଥିବା ଭାରତୀୟ ମହିଳା ହକି ଦଳର ଜଣେ ସଦସ୍ୟାଙ୍କର କୋଭିଡ୍‌ ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିଛି। ଏହି କାରଣରୁ ବାତିଲ କରିଦିଆଯାଇଛି ବୁଧବାର କୋରିଆ ବିପକ୍ଷରେ ଖେଳାଯିବାକୁ ଥିବା ମ୍ୟାଚ୍‌। ଏ ନେଇ ଟୁଇଟ୍‌ କରି ସୂଚନା ଦେଇଛି
ଏସିଆନ ହକି ଫେଡେରେଶନ।

ନିୟମିତ ରୁଟିନ ଟେଷ୍ଟ ବେଳେ ଏହି କୋଭିଡ୍‌ ପଜିଟିଭ ମାମଲା ନଜରକୁ ଆସିଥିଲା। ଭାରତ ଏହାର ପରବର୍ତ୍ତୀ ମ୍ୟାଚଗୁଡ଼ିକ ଖେଳିବ କି ନା ସେ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। ଦଳ ଗୁରୁବାର ଚାଇନା ସହ ମୁକାବିଲା କରିବାର କାର୍ଯ୍ୟକ୍ରମ ରହିଛି। କୋଭିଡ୍‌ ଜନିତ କାରଣରୁ ସୋମବାର ଖେଳାଯିବାକୁ ଥିବା ମାଲେସିଆ ବିପକ୍ଷ ମ୍ୟାଚକୁ ବାତିଲ କରିଦିଆଯାଇଛି। ବୋଧହୁଏ ମହାମାରୀର କୋପଦୃଷ୍ଟି ଏହି ଟୁର୍ନାମେଣ୍ଟ ଉପରେ ପଡ଼ିଛି। ମାଲେସିଆ ଦଳର ଜଣେ ଖେଳାଳି ମଧ୍ୟ କୋଭିଡ୍‌ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି କାରଣରୁ ମାଲେସିଆ ଟୁର୍ନାମେଣ୍ଟର ପ୍ରଥମ ଦୁଇ ଦିନ ବାଧ୍ୟ ହୋଇ ଅନୁପସ୍ଥିତ ରହିଛ

ପଜିଟିଭ୍‌ ଫଳାଫଳ ଯୋଗୁ ଭାରତୀୟ ଖେଳାଳିଙ୍କୁ ମାଲେସିଆ ଖେଳାଳିଙ୍କ ଭଳି କ୍ୱାରାଣ୍ଟାଇନ୍‌ରେ ରହିବାକୁ ପଡ଼ିବ। ଗତ ବର୍ଷର ରନର୍ସ ଅପ୍‌ ଭାରତ ପୂର୍ବରୁ ନିମ୍ନ ର଼୍ୟାଙ୍କିଙ୍ଗପ୍ରାପ୍ତ ଥାଇଲାଣ୍ଡ ବିପକ୍ଷରେ ୧୩-୦ ଗୋଲରେ ବିଜୟ ଲାଭ କରିଥିଲା। ସ୍ଥାନରେ ରହିଥିବା ଭାରତ ହେଉଛି ଟୁର୍ନାମେଣ୍ଟର ସର୍ବୋଚ୍ଚ ର଼୍ୟାଙ୍କିଙ୍ଗପ୍ରାପ୍ତ ଖେଳାଳି। ମହିଳା ଏସିଆନ ଚାମ୍ପିୟନ୍ସ ଟ୍ରଫି ପ୍ରକୃତରେ ୨୦୨୦ରେ ଖେଳାଯାଇଥାନ୍ତା। କିନ୍ତୁ କୋଭିଡ୍‌ କାରଣରୁ ଏହାକୁ ଏକାଧିକ ଥର ସ୍ଥଗିତ ରଖାଯାଇଥିଲା।

Share