ନୂଆଦିଲ୍ଲୀ, ୨୫।୮: ଭାରତୀୟ ମହିଳା କ୍ରିକେଟ୍ ଦଳର ଉଇକେଟ୍କିପର ସୁଷମା ବର୍ମା ଆଇପିଏଲ୍ ଦଳ ମୁମ୍ବାଇ ଇଣ୍ଡିଆନ୍ସର ଜଣେ ବଡ଼ ପ୍ରଶଂସିକା। କିନ୍ତୁ କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ଅବସର ପରେ ଆଇପିଏଲ୍ ମ୍ୟାଚ୍ ଦେଖିବା ଛାଡ଼ିଦେଇଛନ୍ତି ବୋଲି ୨୭ ବର୍ଷୀୟା ସୁଷମା କହିଛନ୍ତି। ‘ମୁଁ ଆଉ ଅଧିକ ଆଇପିଏଲ୍ ମ୍ୟାଚ୍ ଦେଖୁନାହିଁ। ଯେତେବେଳେ ସଚିନ ମୁମ୍ବାଇ ପକ୍ଷରୁ ଖେଳୁଥିଲେ ସେତେବେଳେ ଆଇପିଏଲ୍ ଦେଖୁଥିଲି। ସଚିନ ମୋର ପସନ୍ଦର କ୍ରିକେଟର୍। ଥରେ ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚ୍ ଦେଖବା ପାଇଁ ଧର୍ମଶାଳା ପହଞ୍ଚିଥିଲି। ସେହି ମ୍ୟାଚ୍ରେ ସଚିନ ଖେଳିବେ ବୋଲି ଆଶାଥିଲା। କିନ୍ତୁ ସେ ଏହି ମ୍ୟାଚ୍ ଖେଳି ନ ଥିଲେ। ସେବେଠାରୁ ଆଇପିଏଲ୍ ନ ଦେଖିବା ପାଇଁ ସ୍ଥିର କରିଥିଲି।’ ୧୯୯୨ରେ ସିମଲାରେ ଜନ୍ମଗ୍ରହଣ କରିଥିବା ସୁଷମା ଭାରତ ପକ୍ଷରୁ ୩୮ ଦିନିକିଆ ଓ ୧୯ ଟି୨୦ ମ୍ୟାଚ୍ ଖେଳିଛନ୍ତି। କିନ୍ତbୁ୨୦୧୮ ପରଠାରୁ ସେ ଆଉ ଜାତୀୟ ଦଳ ପକ୍ଷରୁ ଖେଳିବାର ସୁଯୋଗ ପାଇନାହାନ୍ତି।

