Posted inଖେଳ

ହୋଲିରେ ରଙ୍ଗେଇ ହେଲେ ଭାରତୀୟ ଖେଳାଳି

ଅହମ୍ମଦାବାଦ,୮।୩: ଭାରତୀୟ ଦଳ ହୋଲି ଅବସରରେ ଅହମ୍ମଦାବାଦ ଟେଷ୍ଟ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଇନ୍ଦୋରରେ ପରାଜୟ ପରେ ଟିମ ଇଣ୍ଡିଆର ଖେଳାଳିମାନେ ଅହମ୍ମଦାବାଦ ଟେଷ୍ଟ ଜିତି ସିରିଜ ଜିତିବାକୁ ଚାହୁଁଛନ୍ତି। ଏହି କାରଣରୁ ସମଗ୍ର ଦଳ ପରବର୍ତ୍ତୀ ମ୍ୟାଚ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ ଖେଳାଳିମାନେ ନିଜେ ଟିମ ବସରେ ହୋଲି ପାଳନ କରିଥିଲେ। ଭାରତୀୟ ଦଳର ଓପନର୍‌ ଶୁବମାନ ଗିଲ ହୋଲି ଉତ୍ସବର ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।
ଏହି ଭିଡିଓରେ ବିରାଟ କୋହଲି ଆଗ ହୋଲି ପାଳନ କରୁଥିବା ଦେଖିବାକୁ ମିଳିଛି। ସେ କମ୍‌ ଡାଉନ ଏବଂ ରଙ୍ଗ ବର୍‌ସେ ଗୀତରେ ନାଚୁଛନ୍ତି। ଏଥି ସହିତ ଅଧିନାୟକ ରୋହିତ ଶର୍ମା ତାଙ୍କ ପଛରୁ ରଙ୍ଗ ଫିଙ୍ଗୁଛନ୍ତି। ଶ୍ରେୟସ ଆୟରଙ୍କ ସମେତ ଦଳର ସମସ୍ତ ଖେଳାଳି ହୋଲି ଖେୁ ଥିବାର ଦେଖାଯାଇଛି। ଦଳର ସପୋର୍ଟ ଷ୍ଟାଫ ମଧ୍ୟ ହୋଲି ଉତ୍ସାହର ସହ ପାଳନ କରୁଛନ୍ତି।
ଭାରତୀୟ ଦଳର ହୋଲି ପାଳନ କରୁଥିବା ଭିଡିଓ ମଧ୍ୟ ଇଶାନ କିଶନ ଶେୟାର କରିଛନ୍ତି। ଏଥିରେ ସମସ୍ତ ଖେଳାଳି ପାଟି କରି ହାପି ହୋଲି କହୁଛନ୍ତି।
ମାର୍ଚ୍ଚ ୯ରୁ ଭାରତକୁ ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ତଥା ଶେଷ ମ୍ୟାଚ ଖେଳିବ। ଏହି ସିରିଜରେ ଭାରତ ବର୍ତ୍ତମାନ ୨-୧ରେ ଆଗରେ ରହିଛି। ଅହମ୍ମଦାବାଦରେ ଅନୁଷ୍ଠିତ ହେବାକୁ ଥିବା ଟେଷ୍ଟ ମ୍ୟାଚ ଜିତି ଭାରତୀୟ ଦଳ ଏହି ସିରିଜର ନିଜ ନାଁରେ କରିବାକୁ ଚାହୁଁଛି। ଏହି ମ୍ୟାଚ ଜିତିବା ପରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ଭାରତ ମଧ୍ୟ ନିଜର ସ୍ଥାନ ସୁରକ୍ଷିତ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଇର ମୃତ୍ୟୁ ଖବର ଶୁଣି ଟଳିପଡିଲେ ବଡ଼ ଭାଇ, ଜଳିବ ଦୁଇ ଭାଇଙ୍କ ଜୁଇ, ଦୁଃଖରେ ଭାଙ୍ଗିପଡିଛି ପରିବାର

ମୋରଡା,୧୧।୨(ସ୍ମାରକ ମାଜୀ): ଜଳିବ ଦୁଇ ଭାଇଙ୍କ ଜୁଇ। ଦିନେ ହାତ ଧରା ଧରି ଛୋଟରୁ ବଡ଼ ହୋଇଥିଲେ। ଦୁହେଁ ଦୁହିଁଙ୍କୁ ନ ଦେଖିଲେ ରହି ପାରୁନଥିଲେ। ଦୁଇ…

୧୫ ଦିନ ତଳେ କିଣିଥିଲେ ବ୍ୟାଟେରୀ ସ୍କୁଟି, ରାତିରେ ହୁତୁହୁତୁ ହୋଇ ଜଳିଗଲା…

ରାୟଗଡ଼ା,୧୧।୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ମହକୁମା ଠାରୁ ମାତ୍ର ୩ କିମି ଦୂରରେ ଅବସ୍ଥିତ ପିତାମହଲ ଗ୍ରାମ ବାସିନ୍ଦା ତଥା ବରିଷ୍ଠ ଆଇନଜୀବୀ ବିଭୁ ପ୍ରଧାନଙ୍କ…

ପିଲା ଏବେ ଭାବପ୍ରବଣ

ଗୋଟିଏ ସପ୍ତାହ ଭିତରେ ଦୁଇଟି ଆତ୍ମହତ୍ୟାଜନିତ ଘଟଣା ଏବେ ଦେଶର ବିବେକକୁ ଦୋହଲାଇ ଦେଇଛି। ୪ ଫେବୃଆରୀରେ ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ବହୁତଳ ପ୍ରାସାଦର ୯ମ ମହଲାରୁ…

ନ୍ୟୁଜିଲାଣ୍ଡକୁ ବଡ଼ ଝଟକା: ଟି-୨୦ ବିଶ୍ୱକପରୁ ବାହାରିଲେ ଏହି ବଡ଼ ଖେଳାଳି

ନୂଆଦିଲ୍ଲୀ,୧୧।୨: ନ୍ୟୁଜିଲାଣ୍ଡ ICC ଟି-୨୦ ବିଶ୍ୱକପ ୨୦୨୬ରେ ଲଗାତାର ଦୁଇଟି ମ୍ୟାଚ ଜିତି ଏକ ଦୃଢ଼ ଆରମ୍ଭ କରିଥିଲା, କିନ୍ତୁ କିୱି ଦଳ ଚଳିତ ଟୁର୍ନାମେଣ୍ଟରେ ଏକ…

ବାଜି ମାରିଲା ପାକିସ୍ତାନ, ଭାରତକୁ ପକାଇଲା ପଛରେ…

ନୂଆଦିଲ୍ଲୀ,୧୧।୨: ଫେବୃଆରୀ ୧୦ ତାରିଖରେ ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚ ପରେ, ଟୁର୍ନାମେଣ୍ଟର ପଏଣ୍ଟ ଟେବୁଲ ସମ୍ପୂର୍ଣ୍ଣ ବଦଳି ଯାଇଛି। ଗ୍ରୁପ A ରେ, ପାକିସ୍ତାନ କେବଳ ଯୁକ୍ତରାଷ୍ଟ୍ରକୁ…

ବାଜି ମାରିଲା ପାକିସ୍ତାନ, ଭାରତକୁ ପକାଇଲା ପଛରେ…

ନୂଆଦିଲ୍ଲୀ,୧୧।୨: ଫେବୃଆରୀ ୧୦ ତାରିଖରେ ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚ ପରେ, ଟୁର୍ନାମେଣ୍ଟର ପଏଣ୍ଟ ଟେବୁଲ ସମ୍ପୂର୍ଣ୍ଣ ବଦଳି ଯାଇଛି। ଗ୍ରୁପ A ରେ, ପାକିସ୍ତାନ କେବଳ ଯୁକ୍ତରାଷ୍ଟ୍ରକୁ…

ଡେଡ୍‌ଲାଇନ୍‌ ଘୋଷଣା: ୨୭ ପରେ ଅନୁଦାନ ମନା

ଭୁବନେଶ୍ୱର,୧୧ା୨(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ମାସ ୧୭ରୁ ଆରମ୍ଭ ହେବାକୁଥିବା ବଜେଟ ଅଧିବେଶନକୁ ଦୃଷ୍ଟିରେ ରଖାଯାଇ ଅର୍ଥ ବିଭାଗ ପକ୍ଷରୁ ସବୁ ବିଭାଗ ପାଇଁ ଅର୍ଥ…

ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ନୋଟିସ

ନୂଆଦିଲ୍ଲୀ,୧୧ା୨: ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ପଦବୀରୁ ହଟାଇବା ପାଇଁ ବିରୋଧୀ ଦଳଗୁଡ଼ିକ ମଙ୍ଗଳବାର ଅନାସ୍ଥା ପ୍ରସ୍ତାବ ନୋଟିସ ଦାଖଲ କରିଛନ୍ତି। ବିର୍ଲା ଗୃହକାର୍ଯ୍ୟ ପରିଚାଳନାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri