Categories: ଖେଳ

ଶାହା, ପନ୍ତଙ୍କ ଭବିଷ୍ୟତ ସହ ଖେଳୁଛି ଟିମ୍‌ ଇଣ୍ଡିଆ ମ୍ୟାନେଜମେଣ୍ଟ

ନୂଆଦିଲ୍ଲୀ,୨୫ା୧୨- ଟିମ୍‌ ଇଣ୍ଡିଆ ମ୍ୟାନେଜମେଣ୍ଟ ରିଦ୍ଧିମାନ ଶାହା ଓ ରିଷଭ ପନ୍ତଙ୍କ ଭବିଷ୍ୟତ ସହ ଖେଳୁଛି। ଦୁହିଁଙ୍କ ମଧ୍ୟରେ କରାଯାଉଥିବା ଅଦଳ ବଦଳ ଉଚିତ୍‌ ନୁହେଁ। ଏହା ଦ୍ୱାରା ଦୁଇ ଖେଳାଳି ଅସୁରକ୍ଷିତ ମନେ କରିବେ କହିଛନ୍ତି ପୂର୍ବତନ ଭାରତୀୟ ଓପନର ଗୌତମ ଗମ୍ଭୀର।

ଉଲ୍ଲେଖଥାଉ କି, ବକ୍ସିଂ ଡେ’ ଟେଷ୍ଟ ପାଇଁ ଶୁକ୍ରବାର ଘୋଷିତ ଭାରତୀୟ ଦଳରୁ ଶାହାଙ୍କୁ ବାଦ୍‌ ଦିଆଯାଇଛି। କାରଣ ପ୍ରଥମ ଟେଷ୍ଟ ଉଭୟ ଇନିଂସରେ ଶାହା ଫେଲ୍‌ ମାରିଥିଲେ। ତାଙ୍କ ସ୍ଥାନରେ ପନ୍ତଙ୍କୁ ସୁଯୋଗ ମିଳିଛି।

‘ ଏହା ଦୁର୍ଭାଗ୍ୟଜନକ ଓ ରିଦ୍ଧିମାନ ଶାହାଙ୍କୁ ସିରିଜ୍‌ରେ ମାତ୍ର ଗୋଟିଏ ମ୍ୟାଚ୍‌ ଖେଳିବାକୁ ସୁଯୋଗ ମିଳିଛି। ବ୍ୟାଟରେ ପ୍ରଦର୍ଶନ କରିବାରେ ବିଫଳ ହେବାରୁ ତାଙ୍କ ବାଦ୍‌ ଦିଆଯାଇଛି। ଟିକେ ଚିନ୍ତା କରନ୍ତୁ ଯଦି ପନ୍ତ ଦ୍ୱିତୀୟ ଓ ତୃତୀୟ ଟେଷ୍ଟରେ ଫେଲ୍‌ ହୁଅନ୍ତି, ତେବେ ଟିମ୍‌ ମ୍ୟାନେଜମେଣ୍ଟ କ’ଣ କରିବ। ସେମାନେ ରିଦ୍ଧିମାନଙ୍କୁ ପୁଣି ଥରେ ସୁଯୋଗ ଦେବେ କି’ ବୋଲି ଗମ୍ଭୀର ଏକ ସ୍ପୋଟର୍‌ସ ଟୁଡେ ନାମକ ୟୁଟ୍ୟୁବ ଚ୍ୟାନେଲରେ ପ୍ରଶ୍ନ କରିଛନ୍ତି।

 

Share