Categories: Home Leftଖେଳ

ନ୍ୟୁଜିଲାଣ୍ଡ ସିରିଜ ପୂର୍ବରୁ ଟିମ ଇଣ୍ଡିଆରେ ବଡ଼ ହଲଚଲ: ୧୦ ନୂଆ ଖେଳାଳିଙ୍କ ଏଣ୍ଟ୍ରି, ଦେଖନ୍ତୁ ପୂରା ତାଲିକା

ନୂଆଦିଲ୍ଲୀ,୧୬।୧୧: ଟି-୨୦ ଓ ଦିନିକିଆ ସିରିଜ ପରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ। ନଭେମ୍ବର ୧୯ ତାରିଖରୁ ଏହି ସିରିଜ ଆରମ୍ଭ ହେବ। ଟି-୨୦ ଓ ଦିନିକିଆ ସିରିଜ ଜିତିବା ପରେ ଏବେ ଟିମ ଇଣ୍ଡିଆର ନଜର ରେଡ ବଲ ସିରିଜ ଉପରେ ରହିଛି। ତେବେ ଏହି ସିରିଜ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳରେ କ’ଣ ସବୁ ପରିବର୍ତ୍ତନ ହୋଇଛି, ଆସନ୍ତୁ ଜାଣିବା। ଟେଷ୍ଟ ଦଳରେ ମୋଟ ୧୦ ଜଣ ନୂଆ ଖେଳାଳିଙ୍କୁ ସାମିଲ କରାଯାଇଛି। ଏଥିରେ ଯଶପ୍ରୀତ ବୁମ୍ରାଙ୍କ ଭଳି ଅଭିଜ୍ଞ ଦ୍ରୁତ ବୋଲର ମଧ୍ୟ ରହିଛନ୍ତି।

ଦିନିକିଆ ଓ ଟେଷ୍ଟ ଫର୍ମାଟରେ ଭାରତୀୟ ଦଳର ଅଧିନାୟକ ହେଉଛନ୍ତି ଶୁଭମନ ଗିଲ। ତେବେ ଟେଷ୍ଟ ସିରିଜ ପାଇଁ ପ୍ରସ୍ତୁତି ଯୋଗୁ ନିୟମିତ ଅଧିନାୟକ ଗିଲ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଶେଷ ଦୁଇଟି ମ୍ୟାଚ ଖେଳିନଥିଲେ। ଉଭୟ ଫର୍ମାଟରେ ଅଧିନାୟକ ଜଣେ ହୋଇଥିବାରୁ ଦୁଇଟି ସିରିଜ ପାଇଁ ଭାରତୀୟ ଦଳରେ କେଉଁ କେଉଁ ପରିବର୍ତ୍ତନ ହୋଇଛି, ତାହା ଜାଣିବା ଜରୁରୀ।

ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳରେ ଏଭଳି ୧୦ ଜଣ ଖେଳାଳି ଅଛନ୍ତି, ଯେଉଁମାନେ ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚ ପାଇଁ ଘୋଷିତ ଦଳରେ ସାମିଲ ନଥିଲେ। ଅର୍ଥାତ୍‌ ଟେଷ୍ଟ ଦଳରେ ୧୦ ଜଣ ନୂଆ ଖେଳାଳିଙ୍କୁ ସ୍ଥାନ ମିଳିଛି।

କେବଳ ଟେଷ୍ଟ ସିରିଜ ଖେଳିବେ ଏହି ୧୦ ଭାରତୀୟ ଖେଳାଳି:

ଯଶସ୍ବୀ ଜୟସ୍ବାଲ, ଦେବଦତ୍ତ ପଡିକଲ, ସାଇ ସୁଦର୍ଶନ, ରବୀନ୍ଦ୍ର ଜାଡେଜା, ୱାଶିଂଟନ ସୁନ୍ଦର, ଋଷଭ ପନ୍ତ, ଧ୍ରୁବ ଜୁରେଲ, ଯଶପ୍ରୀତ ବୁମ୍ରା, ଆକାଶଦୀପ ଏବଂ ପ୍ରସିଦ୍ଧ କୃଷ୍ଣା।

ଟେଷ୍ଟ ସିରିଜ ପାଇଁ ଟିମ ଇଣ୍ଡିଆର ପୂରା ଦଳ:

ଶୁଭମନ ଗିଲ (ଅଧିନାୟକ), ଯଶସ୍ବୀ ଜୟସ୍ବାଲ, କେଏଲ ରାହୁଲ (ଉପଅଧିନାୟକ), ଦେବଦତ୍ତ ପଡିକଲ, ଋଷଭ ପନ୍ତ (ଉଇକେଟ୍‌କିପର), ଧ୍ରୁବ ଜୁରେଲ (ଉଇକେଟ୍‌କିପର), ରବୀନ୍ଦ୍ର ଜାଡେଜା, ଅଂଶୁଲ କାମ୍ବୋଜ, ଯଶପ୍ରୀତ ବୁମ୍ରା, ପ୍ରସିଦ୍ଧ କୃଷ୍ଣା, ଆକାଶଦୀପ, ସାଇ ସୁଦର୍ଶନ, ନୀତୀଶ କୁମାର ରେଡ୍ଡୀ, ୱାଶିଂଟନ ସୁନ୍ଦର, ଗୁରନୂର ବରାଡ଼ ଏବଂ ମହମ୍ମଦ ସିରାଜ।

ପ୍ରଥମ ଟେଷ୍ଟ: ନଭେମ୍ବର ୧୯ରୁ, ବେସିନ ରିଜର୍ଭ, ୱେଲିଂଟନ।
ଦ୍ୱିତୀୟ ଟେଷ୍ଟ: ନଭେମ୍ବର ୨୭ରୁ, ହାଗ୍ଲି ଓଭାଲ, କ୍ରାଇଷ୍ଟଚର୍ଚ୍ଚ।

 

Dharitri – Odisha’s No.1 Odia Daily

Share