Categories: ଖେଳ

ଇଣ୍ଡିଆନ ସୁପର ଲିଗ୍‌: ମୁମ୍ବାଇ- ହାଇଦ୍ରାବାଦ ମ୍ୟାଚ୍‌ ଡ୍ର

ବାମ୍ବୋଲିମ,୧୭।୧: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଶନିବାର ମୁମ୍ବାଇ ସିଟି ଏଫ୍‌ସି ଓ ହାଇଦ୍ରାବାଦ ଏଫ୍‌ସି ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ଗୋଲ ଶୂନ୍ୟ ଭାବେ ଶେଷ ହେବା ସହ ଡ୍ର ରହିଛି। ସ୍ଥାନୀୟ ଜିଏମ୍‌ସି ଷ୍ଟାଡିୟମରେ ଅନୁଷ୍ଠିତ ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ କୌଣସି ଦଳ ଗୋଲ ସ୍କୋର କରିବାକୁ ସକ୍ଷମ ହୋଇ ନ ଥିଲେ। ମ୍ୟାଚ୍‌ ପରେ ଇଞ୍ଜୁରି ଟାଇମ ବାବଦରେ ଅତିରିକ୍ତ ୩ ମିନିଟ୍‌ ଖେଳ ହୋଇଥିଲା। ମ୍ୟାଚ୍‌ରେ ଉଭୟ ଦଳ ଏକାଧିକ ସୁଯୋଗ ପାଇଥିଲେ ମଧ୍ୟ ଗୋଲରେ ପରିଣତ କରିପାରି ନ ଥିଲେ। ଏଥିସହି ମୁମ୍ବାଇ ୧୧ଟି ମ୍ୟାଚ୍‌ ଖେଳି ୮ ବିଜୟ, ୨ ଡ୍ର ଓ ୧ ପରାଜୟ ସହ ୨୬ ପଏଣ୍ଟ ହାସଲ କରି ତାଲିକାର ଶୀର୍ଷ ସ୍ଥାନରେ ରହିଛି। ସେହିପରି ହାଇଦ୍ରାବାଦ ୧୧ଟି ମ୍ୟାଚ୍‌ ଖେଳି ୪ ଲେଖାଏ ବିଜୟ ଓ ଡ୍ର, ୩ ପରାଜୟ ସହ ୧୬ ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ରହିଛି। ବଲ୍‌ ପଜେଶନ, ପାସ୍‌ ଓ ପାସ୍‌ ଆକ୍ୟୁରେସିରେ ହାଇଦ୍ରାବାଦଠାରୁ ମୁମ୍ବାଇ ଯଥେଷ୍ଟ ଆଗରେ ରହିଥିଲା। ମ୍ୟାଚ ଡ୍ର ହୋଇଥିଲେ ମଧ୍ୟ ମୁମ୍ବାଇ ପ୍ରଭାବ ବିସ୍ତାର କରି ଖେଳିଥିଲା। ମୁମ୍ବାଇ ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ୨୨ ତାରିଖ ଶୁକ୍ରବାର ଇଷ୍ଟ ବେଙ୍ଗଲକୁ ଭେଟିବ। ସେହିପରି ହାଇଦ୍ରାବାଦ ୧୯ ତାରିଖ ମଙ୍ଗଳବାର ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ଓଡ଼ିଶାକୁ ଭେଟିବ।

Share