Odisha Elections 2024
Posted inଖେଳ

ଇଣ୍ଡିଆନ୍‌ ସୁପର ଲିଗ୍‌: ମୁମ୍ବାଇ ସିଟି ଏଫ୍‌ସି ଚାମ୍ପିୟନ

କୋଲକାତା,୪ା୫: ଇଣ୍ଡିଆନ୍‌ ସୁପର ଲିଗ(ଆଇଏସ୍‌ଏଲ୍‌)ର ଦଶମ ସଂସ୍କରଣରେ ଡିଫେଣ୍ଡିଂ ଚାମ୍ପିୟନ ମୋହନ ବାଗାନ ସୁପର ଜାଏଣ୍ଟ୍ସକୁ ୩-୧ରେ ହରାଇ ଟାଇଟଲ ହାସଲ କରିଛି ମୁମ୍ବାଇ ସିଟି ଏଫ୍‌ସି। କୋଲକାତାର ସଲ୍ଟ ଲେକ୍‌ ଷ୍ଟାଡିୟମରେ ଖେଳା ଯାଇଥିବା ଫାଇନାଲରେ ମୋହନ ବାଗାନ ପ୍ରଥମେ ୧-୦ରେ ଆଗୁଆ ରହିଥିଲା।

ତେବେ ଦ୍ୱିତୀୟାର୍ଦ୍ଧରେ ୩ ଗୋଲ ଦେଇ ମୁମ୍ବାଇ ବିଜୟୀ ହୋଇଥିଲା। ମୁମ୍ବାଇ ପକ୍ଷରୁ ଜର୍ଜ ପେରେରା ଡିଆଜ(୫୩), ବିପିନ୍‌ ସିଂ(୮୧) ଓ ଜାକବ ଭୋଜଟୁସ୍‌(୯୦+୭) ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଅନ୍ୟ ପକ୍ଷରେ ମୋହନ ବାଗାନ ପକ୍ଷରୁ ଜାସନ କମିଙ୍ଗ୍ସ ୪୪ ତମ ମିନିଟରେ ଏକମାତ୍ର ଗୋଲ ଦେଇଥିଲେ। ଆଇଏସଏଲରେ ମୁମ୍ବାଇ ଦ୍ୱିତୀୟ ଥର ପାଇଁ ଟ୍ରଫି ହାସଲରେ ସମର୍ଥ ହୋଇଛି। ପୂର୍ବରୁ ୨୦୨୦-୨୧ ସିଜନରେ ମଧ୍ୟ ମୁମ୍ବାଇ ଟ୍ରଫି ହାତେଇଥିଲା।

ମୁମ୍ବାଇ ଆକ୍ରମଣାତ୍ମକ ଫୁଟବଲ ଖେଳିବା ସହ ମ୍ୟାଚ୍‌କୁ ନିୟନ୍ତ୍ରଣରେ ରଖିଥିଲା। ଦଳ ୫୮ ପ୍ରତିଶତ ସମୟ ମ୍ୟାଚ୍‌କୁ ନିୟନ୍ତ୍ରଣରେ ରଖିଥିଲା। ମୁମ୍ବାଇର ୨୦ଟି ଶଟ୍‌ ଟାର୍ଗେଟରେ ରହିଥିବା ବେଳେ ମୋହନବାଗାନ ୮ଟି ଶଟ୍‌ ଟାର୍ଗେଟରେ ଥିଲା। ପ୍ରଥମାର୍ଦ୍ଧରେ ମୁମ୍ବାଇ ମ୍ୟାଚ୍‌ର ଅଧିକାଂଶ ସମୟ ଖେଳକୁ ନିୟନ୍ତ୍ରଣରେ ରଖିଥିଲା। ତେବେ ୪୪ ତମ ମିନିଟରେ ଗୋଲ କିପର ପୂର୍ବା ଲାଚେମ୍ପାଙ୍କ ସାମାନ୍ୟ ତ୍ରୁଟିରୁ ଫାଇଦା ଉଠାଇ ସ୍କୋର କରିଥିଲେ ଜାସନ କମିଙ୍ଗ୍ସ।

ପ୍ରଥମାର୍ଦ୍ଧରେ ୧-୦ରେ ପଛୁଆ ରହିବା ପରେ ମୁମ୍ବାଇ ଆକ୍ରମଣକୁ ଆହୁରି ଜୋରଦାର କରିଥିଲା। ୫୩ ତମ ମିନିଟରେ ଏକ ଚମତ୍କାର ସ୍ପ୍ରିଣ୍ଟରୁ ଗୋଲ ସ୍କୋର କରିଥିଲେ ଜର୍ଜ ପେରେରା ଡିଆଜ୍‌। ୩ ଜଣ ଡିଫେଣ୍ଡରଙ୍କୁ ଚକ୍‌ମା ଦେଇ ସେ ଗୋଲ ସ୍କୋର କରିଥିଲେ। ୮୧ ତମ ମିନିଟରେ ବିପିନ ସିଂ ଏକ ଗୋଲ ଦେଇ ମୁମ୍ବାଇକୁ ୨-୦ରେ ଆଗୁଆ କରିଥିଲେ। ଇଞ୍ଜୁରୀ ଟାଇମ୍‌ର ୯୦+୭ ମିନିଟରେ ଜାକବ ଭୋଜଟୁସ୍‌ ଏକ ଗୋଲ ଦେଇ ମୁମ୍ବାଇକୁ ୩-୧ରେ ବିଜୟୀ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଶଂସକଙ୍କୁ ଗୋଟିଏ ଖୁସି କେବେବି ଦେଇ ପାରିବେନି କୋହଲି, ଆଇପିଏଲରେ ଗୋଟିଏ କାମ କରିବାକୁ ଡରୁଛନ୍ତି…

ନୂଆଦିଲ୍ଲୀ,୧୮।୫: ବିରାଟ କୋହଲି ବର୍ତ୍ତମାନ ସମୟର ଜଣେ ମହାନ ବ୍ୟାଟ୍ସମ୍ୟାନ। ଏହି ସମୟରେ ସେ ମଧ୍ୟ ବହୁତ ଭଲ ଫର୍ମରେ ଅଛନ୍ତି। ତାଙ୍କ ବ୍ୟାଟ ଆଇପିଏଲ...

ମନ କଥା ଖୋଲିକି କହିଦେଲେ କୋହଲି: କରିବାକୁ ଚାହୁଁନ୍ତି ଏହି କାମ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ୨୦୨୪ର ୬୮ତମ ମ୍ୟାଚ ଆରସିବି ଏବଂ ସିଏସ୍‌କେ ମଧ୍ୟରେ ଆଜି ଖେଳାଯିବ। ଏହି ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ। ଚେନ୍ନାଇ ସୁପର...

କ୍ୟାମେରାମ୍ୟାନ୍‌ଙ୍କୁ ହାତଯୋଡି ଏମିତି ଗୁହାରି କଲେ ରୋହିତ ଶର୍ମା

ମୁମ୍ବାଇ,୧୮।୫: ଆଇପିଏଲ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସ ଖେଳ ଅପେକ୍ଷା ଦଳ ପରିଚାଳନା ପାଇଁ ଅଧିକ ଚର୍ଚ୍ଚାରେ ରହିଥିଲା। ବିଶେଷ ଭାବେ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ...

୩ ବଲ୍‌ରେ ୩ ଉଇକେଟ୍‌ ଗଲା, କିନ୍ତୁ ଘୋଷଣା ହେଲାନି ହ୍ୟାଟ୍ରିକ୍‌: ଜାଣନ୍ତୁ କାହିଁକି

ମୁମ୍ବାଇ,୧୮।୫: ମୁମ୍ବାଇର ୱାଙ୍ଖେଡେଠାରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଆଇପିଏଲର ୬୭ ତମ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚର କୌଣସି ବିଶେଷ...

ଏଥର ଟି-୨୦ ବିଶ୍ୱକପ୍‌ କିଏ ହେବ ଚାମ୍ପିୟନ୍‌: ଜୟ ଶାହା କଲେ ଖୁଲାସା

ନୂଆଦିଲ୍ଲୀ,୧୮।୫: ୱେଷ୍ଟଇଣ୍ଡିଜ ଏବଂ ଆମେରିକା ଟି-୨୦ ବିଶ୍ୱକପ ପାଇଁ ପ୍ରସ୍ତୁତ। ଏହି ଟୁର୍ନାମେଣ୍ଟ ଜୁନ ୨ରୁ ଆରମ୍ଭ ହେଉଛି। ଏଥି ସହିତ ରୋହିତ ଶର୍ମାଙ୍କ ନେତୃତ୍ୱରେ...

ଉଇକେଟ୍‌ ନ ମିଳିବାକୁ ରାଗିଗଲେ ଅର୍ଜୁନ ତେନ୍ଦୁଲକର: କଲେ ଏମିତି କାମ…

ମୁମ୍ବାଇ,୧୮।୫: ମୁମ୍ବାଇ ଇଣ୍ଡିଆନ୍ସ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନଙ୍କୁ ଲକ୍ଷ୍ନୌ ସୁପର ଜିଆଣ୍ଟସ ବିପକ୍ଷ ମ୍ୟାଚରେ ଖେଳିବାର ସୁଯୋଗ ଦେଇଥିଲା। ଫଳରେ ଅର୍ଜୁନ ଆଇପିଏଲ ୨୦୨୪ରେ...

ପାଣ୍ଡ୍ୟାଙ୍କୁ ବଡ଼ ଝଟକା: ଲାଗିଲା ପ୍ରତିବନ୍ଧକ

ମୁମ୍ବାଇ,୧୮।୫: ମୁମ୍ବାଇ ଇଣ୍ଡିଆନ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏକ ବଡ଼ ଝଟକା ଲାଗିଛି। ଗୋଟିଏ ମ୍ୟାଚ ପାଇଁ ପାଣ୍ଡ୍ୟାଙ୍କୁ ବାସନ୍ଦ କରାଯାଇଛି। ସେ ଆଗାମୀ ସିଜନର...

ଲଜ୍ଜାଜନକ ରେକର୍ଡ ହାସଲ କଲା ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ବାଇ,୧୮।୫: ଲକ୍ଷ୍ନୌ ସୁପର ଜିଆଣ୍ଟସ ଆଇପିଏଲ ୨୦୨୪ର ୬୭ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ୨୧୪ ରନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri