Posted inଖେଳ

ଇଣ୍ଡିଆନ ସୁପର ଲିଗ୍‌: ମୁମ୍ବାଇ- ଏଟିକେ ଫାଇନାଲ

ମାର୍ଗାଓ,୧୦।୩: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ଚଳିତ ସପ୍ତମ ସଂସ୍କରଣ ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ଟାଇଟଲ ପାଇଁ ଫାଇନାଲରେ ମୁମ୍ବାଇ ସିଟି ଏଫ୍‌ସି ଓ ଏଟିକେ ମୋହନ ବାଗାନ (ଏଟିକେଏମ୍‌ବି) ୧୩ ତାରିଖ ଶନିବାର ପାଟୋର୍ଡା ଷ୍ଟାଡିୟମରେ ପରସ୍ପରକୁ ଭେଟିବେ। ମଙ୍ଗଳବାର ସେମିଫାଇନାଲ ଲେଗ୍‌ରେ ଏଟିକେ ୩-୨ ଏଗ୍ରିଗେଟ୍‌ରେ ନର୍ଥଇଷ୍ଟ ୟୁନାଇଟେଡ ଏଫ୍‌ସିକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ପୂର୍ବରୁ ମୁମ୍ବାଇ ସିଟି ଏଫ୍‌ସି ଗୋଆକୁ ହରାଇ ଫାଇନାଲ ଟିକେଟ ହାସଲ କରିଥିଲା।
ସ୍ଥାନୀୟ ଫାଟୋର୍ଡା ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ ସେମିଫାଇନାଲ ଲେଗ୍‌ର ଦ୍ୱିତୀୟ ମୁକାବିଲାରେ ଏଟିକେଏମ୍‌ବି ୨-୧ ଗୋଲ୍‌ରେ ନର୍ଥଇଷ୍ଟକୁ ହରାଇ ଏହି ସଫଳତା ପାଇଛି। ଏଟିକେ ପ୍ରଥମ ଦୁଇଟି ଗୋଲ ଦେଇ ଅଗ୍ରଣୀ ହାସଲ କରିଥିଲା। ଦଳ ତରଫରୁ ଡେଭିଡ୍‌ ଓ୍ବିଲିୟମ୍ସ ୩୮ତମ ମିନିଟ୍‌ରେ ପ୍ରଥମ ଗୋଲ ସ୍କୋର କରିଥିଲେ। ଏହାପରେ ମନବୀର ସିଂ ୬୮ତମ ମିନିଟ୍‌ରେ ଦ୍ୱିତୀୟ ଗୋଲ ଦେଇ ଦଳକୁ ୨-୦ରେ ଅଗ୍ରଣୀ କରାଇଥିଲେ। ତେବେ ୭୪ତମ ମିନିଟ୍‌ରେ ନର୍ଥଇଷ୍ଟ ଫରଓ୍ବାର୍ଡ ଭି.ପି. ସୁହେର ଦଳ ତରଫରୁ ଏକମାତ୍ର ଗୋଲ ଦେଇଥିଲେ। ନର୍ଥଇଷ୍ଟ ମ୍ୟାଚ୍‌କୁ ପ୍ରତ୍ୟାବର୍ତ୍ତନ କରିଥିଲେ ମଧ୍ୟ ଆଉ ଗୋଲ ଦେଇପାରି ନ ଥିଲା। ଫଳରେ ନର୍ଥଇଷ୍ଟ ପରାସ୍ତ ହୋଇ ଫାଇନାଲକୁ ଉଠିବାରେ ବିଫଳ ହୋଇଥିଲା। ଏହାପୂର୍ବରୁ ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲ ଲେଗ୍‌ ମୁକାବିଲା ୧-୧ ଗୋଲରେ ଅମୀମାଂସିତ ରହିଥିଲା। ଏହି ମ୍ୟାଚ୍‌ରେ ମଧ୍ୟ ଜବରଦସ୍ତ ସଂଘର୍ଷ ଦେଖିବାକୁ ମିଳିଥିଲା। ମନବୀର ସିଂଙ୍କୁ ହିରୋ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଏଟିକେର ରଏ କ୍ରିଷ୍ଣା ଓ୍ବିନିଂ ପାସ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ପାଇଥିଲେ। ସେହିପରି ଏଟିକେକୁ କ୍ଲବ ପୁରସ୍କାର ଦିଆଯାଇଥିଲା।
ପୂର୍ବରୁ ସୋମବାର ବାମ୍ବୋଲିମ୍‌ର ଜିଏମ୍‌ସି ଷ୍ଟାଡିୟମରେ ମୁମ୍ବାଇ ପେନାଲ୍ଟି ଶୁଟ୍‌ ଆଉଟ୍‌ରେ ଏଫ୍‌ସି ଗୋଆକୁ ୬-୫ରେ ପରାସ୍ତ କରି ପ୍ରଥମଥର ପାଇଁ ଫାଇନାଲରେ ପ୍ରବେଶ କରିଥିଲା। ମୁମ୍ବାଇ ଓ ଗୋଆ ମଧ୍ୟରେ ଅନୁଷ୍ଠିତ ପ୍ରଥମ ସେମିଫାଇନାଲ ଲେଗ୍‌ରେ ୨-୨ ଗୋଲରେ ଅମୀମାଂସିତ ରହିଥିଲା। ତେବେ କଡ଼ା ସଂଘର୍ଷପୂର୍ଣ୍ଣ ଦ୍ୱିତୀୟ ସେମିଫାଇନାଲ ଲେଗ୍‌ ନିର୍ଦ୍ଧାରିତ ସମୟ ଶେଷ ବେଳକୁ ବିନା ଗୋଲରେ ଅମୀମାଂସିତ ରହିଥିଲା। ଏଗ୍ରିଗେଟ୍‌ ସ୍କୋର ୨-୨ ରହିବା ଫଳରେ ପେନାଲ୍ଟି ଶୁଟ୍‌ ଆଉଟର ସହାୟତା ନିଆଯାଇଥିଲା। ଏଥିରେ ମୁମ୍ବାଇ ବାଜି ମାରିଥିଲା।
ପୂର୍ବରୁ ଲିଗ୍‌ ପର୍ଯ୍ୟାୟ ଶେଷରେ ମୁମ୍ବାଇ ୨୦ ମ୍ୟାଚ୍‌ ଖେଳି ୧୨ ବିଜୟ ୪ଟି ଲେଖାଏ ଡ୍ର ଓ ପରାଜୟ ସହ ୪୦ ପଏଣ୍ଟ ହାସଲ କରି ତାଲିକାର ଶୀର୍ଷରେ ରହି ଲିଗ୍‌ ଓ୍ବିନର୍ସ ଟ୍ରଫି ହାସଲ କରିଥିଲା। ଏଟିକେ ୪୦ ପଏଣ୍ଟ ପାଇ ଦ୍ୱିତୀୟ, ନର୍ଥଇଷ୍ଟ ୩୩ ପଏଣ୍ଟ ପାଇ ତୃତୀୟ ଓ ଗୋଆ ୩୧ ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ଅଭିଷେକ ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ, ଜାଣନ୍ତୁ କାହିଁକି ମିଳିଲା ଦଣ୍ଡ

ନୂଆଦିଲ୍ଲୀ,୩।୪: କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ଗୁରୁବାର ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ମାତ୍ର ୨୧ ବଲ…

LSG ମାଲିକ ସଞ୍ଜିବ ଗୋଏଙ୍କାଙ୍କ ଉପରେ ରାଗିଲେ ଲଳିତ ମୋଦି; ପନ୍ତଙ୍କୁ କଲେ ସମର୍ଥନ

ନୂଆଦିଲ୍ଲୀ,୩।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପରାଜୟ ପରେ, ଲକ୍ଷ୍ନୌ ସୁପର ଜାଏଣ୍ଟସ ମାଲିକ ସଞ୍ଜିବ ଗୋଏଙ୍କା, ଅଧିନାୟକ ରିଷଭ ପନ୍ତ ଏବଂ ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ ଲାଙ୍ଗରଙ୍କ…

୨୦୨୭ ରୁ ଆଇପିଏଲ ମ୍ୟାଚ ସଂଖ୍ୟା ବୃଦ୍ଧି ପାଇବ? ଅଧ୍ୟକ୍ଷଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ

ନୂଆଦିଲ୍ଲୀ,୩।୪: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସଂସ୍କରଣ ବର୍ତ୍ତମାନ ଚାଲିଛି; ଛଅଟି ମ୍ୟାଚ ଖେଳାଯାଇସାରିଛି, ଏବଂ ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri