Posted inଖେଳ

ଇଣ୍ଡିଆନ ସୁପର ଲିଗ୍‌: ଗୋଆ-ନର୍ଥଇଷ୍ଟ ମ୍ୟାଚ ଡ୍ର

ଫତୋର୍ଦା ୧ା୧୨: ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌)ରେ ସୋମବାର ଅନୁଷ୍ଠିତ ଏଫସି ଗୋଆ ଓ ନର୍ଥଇଷ୍ଟ ୟୁନାଇଟେଡ ମ୍ୟାଚ ୧-୧ ଗୋଲରେ ଡ୍ର ରହିଛି। ଫଳରେ ଉଭୟ ଦଳ ଗୋଟିଏ ଲେଖାଏ ପଏଣ୍ଟ ଭାଗ କରିଛନ୍ତି। ଏହି ମ୍ୟାଚର ଫଳାଫଳ ସହିତ ନର୍ଥଇଷ୍ଟ ଏପର୍ଯ୍ୟନ୍ତ ଲିଗ୍‌ରେ ଅପରାଜେୟ ରହିଛି। ୩ ମ୍ୟାଚରୁ ଏହି ଦଳ ୧ ବିଜୟ ଓ ୨ ଡ୍ର ସହ ୫ ପଏଣ୍ଟ ପାଇଛି। ପ୍ରଥମ ମ୍ୟାଚରେ ମୁମ୍ବାଇ ସିଟି ଏଫସିକୁ ୧-୦ରେ ହରାଇ ଅଭିଯାନ ଆରମ୍ଭ କରିଥିବା ନର୍ଥଇଷ୍ଟ କେରଳ ବ୍ଲାଷ୍ଟର୍ସ ବିପକ୍ଷ ଦ୍ୱିତୀୟ ମ୍ୟାଚକୁ ୨-୨ ଗୋଲରେ ଡ୍ର ରଖିଥିଲା। ଅନ୍ୟପକ୍ଷରେ ଗତ ସଂସ୍କରଣର ଲିଗ୍‌ ଟେବୁଲ ଟପ୍ପର ଗୋଆ ଏପର୍ଯ୍ୟନ୍ତ ବିଜୟ ସ୍ବାଦ ପାଇନାହିଁ। ଦଳ ୩ଟି ମ୍ୟାଚ ଖେଳି ସାରିଥିଲେ ହେଁ ମାତ୍ର ୨ ପଏଣ୍ଟରେ ସନ୍ତୁଷ୍ଟ ରହିଛି। ବେଙ୍ଗାଲୁରୁ ଏଫସି ବିପକ୍ଷ ପ୍ରଥମ ମ୍ୟାଚକୁ ଗୋଆ ୨-୨ରେ ଡ୍ର ରଖିଥିବାବେଳେ ଦ୍ୱିତୀୟ ମ୍ୟାଚରେ ମୁମ୍ବାଇ ସିଟି ଏଫସି ନିକଟରୁ ୦-୧ ଗୋଲରେ ହାରି ଯାଇଥିଲା। ପଏଣ୍ଟ ଟେବୁଲରେ ନର୍ଥଇଷ୍ଟ ଏବେ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଗୋଆ ୭ମ ସ୍ଥାନ ପାଇଛି।
ଟୁର୍ନାମେଣ୍ଟରେ ନିଜର ପ୍ରଥମ ୨ଟି ମ୍ୟାଚରେ ଅପରାଜେୟ ରହିଥିବା ନର୍ଥଇଷ୍ଟ ୟୁନାଇଟେଡ ଏଠାରେ ମଧ୍ୟ ଆରମ୍ଭରୁ ପ୍ରଭାବୀ ପ୍ରଦର୍ଶନ କରିଥିଲା। ଏଫସି ଗୋଆ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ ମଧ୍ୟ ଅଧଘଣ୍ଟା ପର୍ଯ୍ୟନ୍ତ କୌଣସି ଦଳ ଗୋଲ ଦେଇପାରି ନ ଥିଲେ। ନର୍ଥଇଷ୍ଟର ଇଦ୍ରିସା ସିଲା ପ୍ରତିପକ୍ଷ ବକ୍ସ ମଧ୍ୟରେ ଥିବାବେଳେ ୩୮ତମ ମିନିଟରେ ତାଙ୍କ ନିକଟକୁ ଡାହାଣ ପଟରୁ ଏକ କ୍ରସ୍‌ପାସ୍‌ ଦେଇଥିଲେ ବ୍ରିଟୋ ପି.ଏମ.। ମାତ୍ର ସିଲା ବଲ୍‌କୁ ଟଚ୍‌ କରିବା ପୂର୍ବରୁ ଗୋଆ ଦଳର ଇଭାନ ଗାରିଡୋ ଗୋଞ୍ଜାଲେଜ ପଛରୁ ଟାଣି ତାଙ୍କୁ ତଳେ ପକାଇ ଦେଇଥିଲେ। ଫଳରେ ରେଫରି ନର୍ଥଇଷ୍ଟକୁ ପେନାଲ୍ଟି ସୁଯୋଗ ଦେଇଥିଲେ। ସିଲା ଡାହାଣପଟ କର୍ନରରେ ଲୋ ଶଟ୍‌ ମାରି ଗୋଲ କରିଥିଲେ ହେଁ ରେଫରି ତାହାକୁ ନାକଚ କରିଥିଲେ ଏବଂ ଆଉଥରେ ପେନାଲ୍ଟି ଶଟ୍‌ ମାରିବାକୁ ପରାମର୍ଶ ଦେଇଥିଲେ। କାରଣ ସିଲା ଶଟ୍‌ ମାରିବା ପୂର୍ବରୁ ବକ୍ସ ଭିତରେ ଗୋଆରେ ଲାଲରେମପୁଇଆ ଫନାଇ ଚାର୍ଜ କରିବାକୁ ଆଗଭର ହୋଇଯାଇଥିଲେ। ଦ୍ୱିତୀୟ ଉଦ୍ୟମରେ ମଧ୍ୟ ସିଲା ସଫଳ ହୋଇଥିଲେ। ଏଥର ସେ ଶଟ୍‌କୁ ସିଧା ପୋଷ୍ଟର ମଧ୍ୟଭାଗକୁ ମାରିଥିବାବେଳେ ଗୋଲକିପର ମହମ୍ମଦ ନଓ୍ବାଜ ବାମପଟକୁ ଡାଇଭ୍‌ ମାରିଥିଲେ। ୪୦ତମ ମିନିଟରେ ଗୋଲ ବଳରେ ନର୍ଥଇଷ୍ଟ ଅଗ୍ରଣୀ ହାସଲ କରିଥିଲା। ମାତ୍ର ଦଳର ଏହି ଖୁସି ବେଶୀ ସମୟ ତିଷ୍ଠି ନ ଥିଲା। ଏହାର ୩ ମିନିଟ ଅର୍ଥାତ୍‌ ୪୩ତମ ମିନିଟରେ ଗୋଆ ଗୋଲଟି ପରିଶୋଧ କରି ଦେଇଥିଲା। ବାମପଟରୁ ଆଗକୁ ବଢ଼ୁଥିବା ଗୋଆର ବ୍ରେଣ୍ଡନ ଫର୍ନାଣ୍ଡିଜ୍‌ ନର୍ଥଇଷ୍ଟ ଖେଳାଳିଙ୍କୁ ଚକ୍‌ମା ଦେଇ ବଲ୍‌କୁ ବକ୍ସ ଏରିଆକୁ ପଠାଇବାରେ ସକ୍ଷମ ହୋଇଥିଲେ। ସେଠାରେ ପୂର୍ବରୁ ଉପସ୍ଥିତ ଥିବା ଆଙ୍ଗୁଲୋ ଆଲ୍‌ବୋନିଗା ବଲ୍‌କୁ ନେଟ୍‌ ମଧ୍ୟକୁ ପଠାଇବାରେ କୌଣସି ଭୁଲ କରି ନ ଥିଲେ। ଚଳିତ ଲିଗ୍‌ରେ ଆଙ୍ଗୁଲୋଙ୍କର ଏହାଥିଲା ତୃତୀୟ ଗୋଲ। ଫଳରେ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ସ୍କୋର ୧-୧ ସ୍ଥିତିରେ ରହିଥିଲା। ଦ୍ୱିତୀୟାର୍ଦ୍ଧରେ ଆକ୍ରମଣ ପ୍ରତିଆକ୍ରମଣ ଜୋରଦାର ହୋଇଥିଲେ ହେଁ ଉଭୟ ଦଳ ସମକକ୍ଷ ପ୍ରଦର୍ଶନ କରିଥିଲେ। ଉଭୟ ଦଳର କୋଚ୍‌ ଏକାଧିକ ଖେଳାଳି ପରିବର୍ତ୍ତନ କରିଥିଲେ ହେଁ ଗୋଲ ସ୍କୋର ହୋଇପାରି ନ ଥିଲା। ୯୦ ମିନିଟ ପରେ ୫ ମିନିଟର ଇଞ୍ଜୁରି ଟାଇମ୍‌ ମିଳିଥିଲା। ମାତ୍ର ଏଥିରେ ମଧ୍ୟ ଗୋଲ ଦେବାରେ ସକ୍ଷମ ନ ହେବାରୁ ଦୁଇଦଳ ପଏଣ୍ଟ ଭାଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

‘ପରାଜୟ ପାଇଁ ମୁଁ ଦାୟୀ…’, କାହିଁକି ଏମିତି କହିଲେ ଋତୁରାଜ? ଯଦି ମୁଁ ରନ୍‌ କରିଥାଆନ୍ତି…

ନୂଆଦିଲ୍ଲୀ,୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ତୃତୀୟ ପରାଜୟରେ ଋତୁରାଜ ଗାୟକୱାଡ ନିରାଶ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କ ଉପରେ ଏହି ତୃତୀୟ କ୍ରମାଗତ ପରାଜୟ…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri