Posted inଜାତୀୟ

ଆମେରିକାରୁ ୪ କୋଟି ଟଙ୍କା ସ୍କଲାରଶିପ୍‌ ପାଇଥିବା ଭାରତୀୟ ଛାତ୍ରୀଙ୍କ ଦୁର୍ଘଟଣାରେ ମୃତ୍ୟୁ

ନୋଏଡା, ୧୦।୮: ଆମେରିକାର ବାବସନ କଲେଜରୁ ୪ କୋଟି ଟଙ୍କା ସ୍କଲାରଶିପ ପାଇ ଅଧ୍ୟୟନ କରୁଥିବା ଭାରତୀୟ ଛାତ୍ରୀ ସୁଦୀକ୍ଷା ଭାଟିଙ୍କର ସୋମବାର ଏକ ସଡ଼କ ଦୁର୍ଘଟଣାରେ ବିୟୋଗ ଘଟିଛି। ଦାଦ୍ରି ଅଞ୍ଚଳର ଡେରି ସ୍କାନର ଗ୍ରାମର ବାସିନ୍ଦା ସୁଦୀକ୍ଷା ନିଜ ଦାଦାଙ୍କ ସହ ଏକ ସ୍କୁଟିରେ ସିକନ୍ଦରାବାଦ (ବୁଲନ୍ଦ ସହର)ରେ ରହୁଥିବା ମାମୁଁଙ୍କୁ ଭେଟିବାକୁ ଯାଉଥିଲେ। କିନ୍ତୁ ବାଟରେ ଦ୍ରୁତ ଗତିରେ ଆସୁଥିବା ଜଣେ ବୁଲେଟ୍‌ ଆରୋହୀ ତାଙ୍କ ସ୍କୁଟିକୁ ଧକ୍କା ଦେଇଥିଲା। ଯେଉଁଥିରେ ସୁଦୀକ୍ଷାଙ୍କର ବିୟୋଗ ଘଟିଥିଲା। ସୁଦୀକ୍ଷାଙ୍କ ପରିବାର ପକ୍ଷରୁ କୁହାଯାଇଛି, କରୋନା ଭାଇରସ୍‌ ଲାଗି ସୁଦୀକ୍ଷା ଜୁନ୍‌ ପ୍ରଥମ ସପ୍ତାହରେ ଘରକୁ ଫେରି ଆସିଥିଲେ। କିନ୍ତୁ ସେ ଆସନ୍ତା ୨୦ ତାରିଖରେ ଆମେରିକା ଫେରି ଯାଇଥାନ୍ତେ। ସୋମବାର ସେ ତାଙ୍କ ମାମୁଁଙ୍କୁ ଭେଟିବାକୁ ସିକନ୍ଦରାବାଦ ଯାଉଥିବାବେଳେ ଜାତୀୟ ରାଜପଥରେ ଔରଙ୍ଗାବାଦ ନିକଟରେ ଏକ ବୁଲେଟ ସହ ଦୁର୍ଘଟଣାରେ ଶିକାର ହୋଇଥିଲେ। ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଥିବାବେଳେ ଦାଦା ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ସୁଦୀକ୍ଷା ଏଚ୍‌ସିଏଲ ଫାଉଣ୍ଡେସନ ସ୍କୁଲ ବିଦ୍ୟାଜ୍ଞାନରୁ ପାଠପଢ଼ି ୨୦୧୮ରେ ସିବିଏସ୍‌ଇ ବୋର୍ଡ ପରୀକ୍ଷାରେ ୯୮ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିଲେ। ସେ ଇଂଲିସରେ ୯୫, ଇତିହାସରେ ୧୦୦, ରାଜନୀତି ବିଜ୍ଞାନରେ ୯୬, ଭୂଗୋଳରେ ୯୯ ଓ ଅର୍ଥଶାସ୍ତ୍ରରେ ୧୦୦ ନମ୍ବର ରଖିଥିଲେ। ଭଲ ମାର୍କ ରଖିଥିବାରୁ ସୁଦୀକ୍ଷା ଆମେରିକାରୁ ୩.୮୦ କୋଟି ଟଙ୍କା ସ୍କଲାରଶିପ୍‌ ପାଇଥିଲେ। ଏହାପରେ ସେ ବାବସନ କଲେଜ ଅଫ୍‌ ଏଣ୍ଟରପ୍ରାଇଜର୍‌ସିପ୍‌ରେ ନାମ ଲେଖାଇଥିଲେ। ଏକ ଗରିବ ପରିବାରରୁ ଆସିଥିବା ସୁଦୀକ୍ଷାଙ୍କ ବାପା ଚା ବିକି ପରିବାର ପୋଷଣ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥ ଉପରେ ପଡ଼ିଥିଲେ ଯୁବକ; ମାନବିକତା ଦେଖାଇଲେ ବିଧାୟକ କଲେ ଏମିତି…ଚାରିଆଡେ ଚର୍ଚ୍ଚା

ଛତ୍ରପୁର,୮।୬( ଦିଲ୍ଲୀପ ସାମଲ): ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ । ବିଧାୟକ ତାଙ୍କର କ୍ଷେତ୍ର ପରିଦର୍ଶନ ସାରି ଫେରୁଥିବା ବେଳେ ଗଞ୍ଜାମ ହୁମା…

ବଦଳିଗଲା ନିୟମ! ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ନେଇ ବଡ଼ ରାୟ ଶୁଣାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୮।୬:  ଭାରତରେ, ଯଦି ଜଣେ ମହିଳା କିମ୍ବା ପୁରୁଷ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କରେ ଲିପ୍ତ ହୁଅନ୍ତି, ତେବେ ସମାଜରେ ତାଙ୍କୁ ଖରାପ ନଜରରେ ଦେଖାଯାଏ ।…

ଗାଁ ଛକ ନିକଟରେ ପଡ଼ିଛି ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ମୃତଦେହ: ବଢ଼ୁଛି ସନ୍ଦେହ

ଡେରାବିଶ, ୮।୬ (ବୈବର୍ତ୍ତ ଅଜୟ ଦାସ): ଡେରାବିଶ ଥାନା ଅନ୍ତର୍ଗତ ଏଣ୍ଡର ପଞ୍ଚାୟତର ନୀଳକଣ୍ଠପୁର ଗ୍ରାମ ନିକଟରୁ ସୋମବାର ସକାଳେ ଜଣେ ବ୍ୟକ୍ତିଙ୍କ ମୃତଦେହ ପୋଲିସ ଉଦ୍ଧାର…

ଝାରସୁଗୁଡ଼ାରେ ଅଘୋଷିତ ବିଦ୍ୟୁତ୍‌ କାଟ୍‌, ତେଜିଲା ଅସନ୍ତୁଷ୍ଟ

ଝାରସୁଗୁଡ଼ା, ୮ା୬(ଆଶିଷ ରଞ୍ଜନ ଦାଶ)- ଝାରସୁଗୁଡ଼ା ଜିଲାରେ ପ୍ରବଳ ଗ୍ରୀଷ୍ମପ୍ରବାହ ଓ ଅସହ୍ୟ ଗୁଳୁଗୁଳି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏଭଳି ସ୍ଥିତିରେ ଅଘୋଷିତ ବିଦ୍ୟୁତ୍‌ କାଟ୍‌…

ଦିଗପହଣ୍ଡି ଦୁର୍ଘଟଣା: ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା

ଦିଗପହଣ୍ଡି,୮ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଘଟିଥିବା ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ଜଣଙ୍କ ପରିବାର ପାଇଁ ରାଜ୍ୟ ସରକାର ସହାୟତା ଘୋଷଣା…

ଗ୍ରାହକଙ୍କୁ ବଡ଼ ଝଟ୍‌କା! ଆହୁରି ମହଙ୍ଗା ହେବ ଏଲ୍‌ପିଜି ଗ୍ୟାସ୍ ସିଲିଣ୍ଡର, କେନ୍ଦ୍ର ସରକାର ସ୍ପଷ୍ଟ କରି କହିଲେ…..

ନୂଆଦିଲ୍ଲୀ,୮।୬: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଯୋଗୁଁ ଭାରତରେ ଲୋକମାନେ ମଧ୍ୟ ମୂଲ୍ୟ ବୃଦ୍ଧିର ଶିକାର ହେଉଛନ୍ତି । ଗତ କିଛି ଦିନ ମଧ୍ୟରେ…

ଇଣ୍ଡିଆ ମେଣ୍ଟ ବୈଠକରେ ବଡ଼ ନିଷ୍ପତ୍ତି; ଏହି ୫ ପ୍ରସଙ୍ଗ ଉପରେ ମୋହର ମାରିଲେ ବିରୋଧୀ, ଛାନିଆ ହେଲା ଭାଜପା

ନୂଆଦିଲ୍ଲୀ, ୮।୬: ବିରୋଧୀ ଇଣ୍ଡିଆ ବ୍ଲକର ବୈଠକ ସୋମବାର ଜାତୀୟ ରାଜଧାନୀ ଦିଲ୍ଲୀର କନଷ୍ଟିଚ୍ୟୁଶନ କ୍ଲବରେ ଦୀର୍ଘ ଏବଂ ତୀବ୍ର ଆଲୋଚନା ପରେ ସମାପ୍ତ ହୋଇଛି। କଂଗ୍ରେସ…

ଭାରତ ପାଇଁ ଖେଳିବା ପୂର୍ବରୁ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଚେତାବନୀ: ଆଗକୁ…

ନୂଆଦିଲ୍ଲୀ,୮।୬: ମାତ୍ର ୧୫ ବର୍ଷ ବୟସରେ ବିଶ୍ୱର ସବୁଠାରୁ ଚର୍ଚ୍ଚିତ କ୍ରିକେଟର ପାଲଟିଛନ୍ତି ବୈଭବ ସୂର୍ଯ୍ୟବଂଶୀ। IPLରେ ଚହଳ ସୃଷ୍ଟି କରିବା ଠାରୁ ଆରମ୍ଭ କରି ଟିମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri