Categories: ଜାତୀୟ

୨୫୦୦ ବର୍ଷ ସଂସ୍କୃତ ବ୍ୟାକରଣର ସମାଧାନ କଲେ ଭାରତୀୟ ଛାତ୍ର

ନୂଆଦିଲ୍ଲୀ,୧୫ା୧୨: ୨୫୦୦ ବର୍ଷ ପୁରୁଣା ସଂସ୍କୃତ ବ୍ୟାକରଣର ସମାଧାନ କରି ଚର୍ଚ୍ଚାରେ ରହିଛନ୍ତି ଭାରତୀୟ ଯୁବଛାତ୍ର। ଏହି ଛାତ୍ରଙ୍କ ନାମ ଋଷି ରାଜପୁତ(୨୭)। ସେ କ୍ରେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ପିଏଚ୍‌ଡି ଛାତ୍ର। ପ୍ରାଚୀନ ସଂସ୍କୃତ ଭାଷାର ମାଷ୍ଟର ପାନିନିଙ୍କ ଦ୍ୱାରା ଦିଆଯାଇଥିବା ଏକ ନିୟମକୁ ସମାଧାନ କରିଥିଲେ ଋଷି। ଯାହା ୨୫୦୦ ବର୍ଷର ପୁରୁଣା ବୋଲି ରିପୋର୍ଟରେ କୁହାଯାଇଛି। ପାନିନିଙ୍କ ବ୍ୟାକରଣ ‘ଆସ୍ତାଧୟି’ ନାମରେ ଜଣାଶୁଣା। ଯାହା ଏକ ସିଷ୍ଟମ ଉପରେ ନିର୍ଭର କରେ। ଏହା ଏକ ଶବ୍ଦର ମୂଳ ଏବଂ ସଫିକ୍ସକୁ ବ୍ୟାକରଣଗତ ସଠିକ୍‌ ଶବ୍ଦ ଏବଂ ବ୍ୟାକରଣରେ ପରିଣତ କରିବା ପାଇଁ ଆଲଗୋରିଦମ ପରି କାର୍ଯ୍ୟ କରେ। ପାନିନିଙ୍କର ଦୁଇଟି କିମ୍ବା ଅଧିକ ନିୟମ ଏକ ସମୟରେ ପ୍ରୟୋଗ ହୁଏ। ଫଳସ୍ବରୂପ ନିୟମରେ ଦ୍ୱନ୍ଦ୍ୱ ସୃଷ୍ଟି ହୁଏ। ପାନିନ ଏକ ‘ମେଟାରୁଲ’ ଶିକ୍ଷା ଦେଇଥିଲେ। ପାରମ୍ପରିକ ଭାବରେ ପଣ୍ଡିତମାନଙ୍କ ଦ୍ୱାରା ଏହାର ଅର୍ଥ ‘ସମାନ ଶକ୍ତିର ଦୁଇଟି ନିୟମ ମଧ୍ୟରେ ବିବାଦ ହେଲେ, ବ୍ୟାକରଣର କ୍ରମିକ ଭାବରେ ଆସୁଥିବା ନିୟମ ଜିତେ। ଏହା ପ୍ରାୟତଃ ବ୍ୟାକରଣଗତ ଭାବରେ ଭୁଲ ଫଳାଫଳ ହୋଇଥାଏ। କିନ୍ତୁ ଋଷି ମେଟାରୁଲର ପାରମ୍ପରିକ ବ୍ୟାଖ୍ୟାକୁ ପ୍ରତ୍ୟାଖ୍ୟାନ କରି ଯୁକ୍ତ ବାଢ଼ିଥିଲେ ଯେ, ପାଣିନୀଙ୍କ ଅର୍ଥ ହେଉଛି ଯଥାକ୍ରମେ ବାମ ଏବଂ ଡାହାଣ ପାର୍ଶ୍ୱରେ ପ୍ରଯୁଜ୍ୟ ନିୟମ। ଆମେ ଡାହାଣ ପାର୍ଶ୍ୱରେ ପ୍ରଯୁଜ୍ୟ ନିୟମ ବାଛିବା।

ଋଷି କହିଛନ୍ତି, ଏହି ସମାଧାନ କରିବାକୁ ମୋତେ ୯ ମାସ ସମୟ ଲାଗିଥିଲା। ଏହାକୁ ମୁଁ ଛାଡ଼ିବାକୁ ପ୍ରସ୍ତୁତ ଥିଲି। ତେଣୁ ମାସେ ପାଇଁ ପାଠ ପଢ଼ା ବନ୍ଦ କରି ସନ୍ତରଣ, ସାଇକେଲ ଚାଳନା, ରୋଷେଇ କରିବା, ପ୍ରାର୍ଥନା କରିବା ଏବଂ ଧ୍ୟାନରେ ସମୟ ଦେଇଥିଲି। ତା’ ପରେ ପୁଣି ପାଠପଢ଼ାକୁ ଫେରିଥିଲି। ଏହା ପରେ ଯେତେବେଳେ ବହିର ପୃଷ୍ଠା ଓଲଟାଇଲି ଏହାର ସମାଧାନ କରିପାରିଥିଲି।

Share