Categories: ଖେଳ

ଓଭାଲ ଟେଷ୍ଟ ପରେ ଘୋଷଣା ହେବ ଭାରତୀୟ ଟି୨୦ ବିଶ୍ୱକପ୍‌ ଦଳ

ନୂଆଦିଲ୍ଲୀ,୧।୯: ୟୁଏଇରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ଲାଗି ଆସନ୍ତା ସପ୍ତାହରେ ଭାରତୀୟ ଦଳ ଘୋଷଣା କରାଯିବ। ଗୁରୁବାରଠାରୁ ଇଂଲଣ୍ଡ ଓ ଭାରତ ମଧ୍ୟରେ ଖେଳାଯିବାକୁ ଥିବା ଟେଷ୍ଟ ମ୍ୟାଚ୍‌ ଶେଷ ହେବା ପରେ ଜାତୀୟ ଚୟନକର୍ତ୍ତାଙ୍କ ବୈଠକ ବସିବ।

ଓଭାଲଠାରେ ଗୁରୁବାରରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ ଶେଷ ହେଲା ପରେ ବିଶ୍ୱକପ୍‌ ପାଇଁ ଖେଳାଳି ବଛାଯିବ। ଆସନ୍ତା ସୋମବାର କିମ୍ବା ମଙ୍ଗଳବାର ଦଳ ଘୋଷଣା ହୋଇପାରେ। କିନ୍ତୁ କେଉଁ ଦିନ ହେବ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଚଳିତ ମାସର ୧୦ ତାରିଖ ସୁଦ୍ଧା ବିଶ୍ୱକପ୍‌ ଲାଗି ଦଳ ଘୋଷଣା କରିବାକୁ ପଡ଼ିବ। କାରଣ ବିଶ୍ୱ ସ୍ତରୀୟ ଇଭେଣ୍ଟ ଲାଗି ୧୦ ତାରିଖକୁ ଅନ୍ତିମ ଦିନ ଭାବେ ଆଇସିସି ପକ୍ଷରୁ ଧାର୍ଯ୍ୟ କରାଯାଇଛି। ଏପର୍ଯ୍ୟନ୍ତ କେବଳ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ସେମାନଙ୍କ ଦଳ ଘୋଷଣା କରିଛନ୍ତି।

Share