ଭାରତୀୟ ରେଳବାଇ ପୃଥିବୀର ଦ୍ୱିତୀୟ ସର୍ବବୃହତ ସବୁଜ ନେଟଓ୍ବାର୍କ: ୮୫ ପ୍ରତିଶତ ହୋଇଛି ବିଦ୍ୟୁତିକରଣ…

ନୂଆଦିଲ୍ଲୀ,୨୩।୨ : ଚାଇନା ପରେ ଭାରତୀୟ ରେଳବାଇ ବର୍ତ୍ତମାନ ବିଶ୍ୱର ଦ୍ୱିତୀୟ ବୃହତ୍ତମ ସବୁଜ ରେଳ ନେଟୱାର୍କରେ ପରିଣତ ହୋଇଛି। ଉତ୍ତରପ୍ରଦେଶର ବ୍ରଡ ଗେଜ (ବିଜି) ଲାଇନର ୧୦୦ ପ୍ରତିଶତ ବିଦ୍ୟୁତିକରଣ ସହିତ ସମୁଦାୟ ମାର୍ଗର ୮୫ ପ୍ରତିଶତ କିଲୋମିଟର ବିଦ୍ୟୁତିକରଣ ହାସଲ କରିଛି। ଏହା ଯୋଗୁ ବୈଦେଶିକ ମୁଦ୍ରା ମଧ୍ୟ ସଞ୍ଚୟ ହେଉଛି।

ରେଳବାଇର ଏହି ସଫଳତାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପ୍ରଶଂସା କରିଛନ୍ତି। ୧୦୦ ବିଦ୍ୟୁତିକରଣ କରିବା ଦିଗରେ ଭାରତୀୟ ରେଳ ମିଶନ ଦ୍ରୁତ ଅଗ୍ରଗତି କରୁଛି। ରେଳ ମନ୍ତ୍ରଣାଳୟ ୨୦୩୦ ସୁଦ୍ଧା ଶୂନ କାର୍ବନ ନିର୍ଗମନ ହାସଲ କରି ଏହାର କାର୍ବନ ପାଦଚିହ୍ନ ହ୍ରାସ କରିବାକୁ ଏକ ଲକ୍ଷ୍ୟ ସ୍ଥିର କରିଛି। ଉତ୍ତର ପୂର୍ବାଞ୍ଚଳ ରେଳବାଇର ସୁଭାଗପୁର-ପାଚେରୱା ବ୍ରଡ ଗେଜ (ବିଜି) ମାର୍ଗର ବିଦ୍ୟୁତିକରଣ କାର୍ଯ୍ୟ ସମାପ୍ତ ହେବା ସହିତ ଉତ୍ତରପ୍ରଦେଶର ସମସ୍ତ ବିଜି ରୁଟର ବିଦ୍ୟୁତିକରଣ ଲକ୍ଷ୍ୟ ହାସଲ କରାଯାଇଛି। ବର୍ତ୍ତମାନ ଏହି କ୍ଷେତ୍ରରେ ରେଳ ସଂଯୋଗ ଭଲ ହେବ ଏବଂ ଟ୍ରେନର ଗତି ମଧ୍ୟ ବ ଢ଼ିବ ବୋଲି କୁହାଯାଉଛି।

ଝାନ୍ସୀ-ମୁଜାଫରପୁର-କାଟନୀ ବର୍ତ୍ତମାନ ସମ୍ପୂର୍ଣ୍ଣ ବିଦ୍ୟୁତକରଣ ହୋଇଛି। ସେହିପରି ଭଟନୀ-ବାରାଣସୀ-ନୈନି (ଆହ୍ଲାବାଦ) -ମନିକପୁର-ସତ୍ୟନା-କାଟନୀ ଏବଂ ଚାପରା-ବାରାଣାସୀ ସହିତ ଜାନସୀ-ଲକ୍ଷ୍ନୌ- ବାରବାଙ୍କି-ବୁଦ୍ଧୱାଲ, ଗୋଣ୍ଡା-ଆନନ୍ଦନଗର-ଗୋରଖପୁର-ଭାଲମିକିନଗର-ସୁଗୁଲି, ମୁଜାଫରପୁର-ବାଘୁଜାଦା ଦରଭଙ୍ଗା- ସମସ୍ତିପୁର, ସୀତାମାରୀ-ମୁଜାଫରପୁର-ହାଜିପୁର ମଧ୍ୟରେ ସଂଯୋଗ ଭଲ ହେବ ଏବଂ ଟ୍ରେନର ଗତି ମଧ୍ୟ ବୃଦ୍ଧି ପାଇବ। ଏହି ମାର୍ଗରେ ରେଲୱେ ଟ୍ରାକର ଶତପ୍ରତିଶତ ବିଦ୍ୟୁତିକରଣ ହେତୁ ଡିଜେଲ ଇଞ୍ଜିନରୁ ବିଦ୍ୟୁତକରଣ ଇଞ୍ଜିନ ଏବଂ ବିଦ୍ୟୁତକରଣ ଇଞ୍ଜିନକୁ ବଦଳାଇବା ପାଇଁ ନିଆଯାଇଥିବା ସମୟ ମଧ୍ୟ ସଞ୍ଚୟ ହେବ।

ଭାରତୀୟ ରେଳବାଇର ୬ଟି ଜୋନ ବର୍ତ୍ତମାନ ସମ୍ପୂର୍ଣ୍ଣ ବିଦ୍ୟୁତକରଣ ହୋଇଛି। ପୂର୍ବ ତଟ ରେଳ, ଉତ୍ତର କେନ୍ଦ୍ରୀୟ ରେଳ, ଉତ୍ତର ପୂର୍ବ ରେଳ, ପୂର୍ବ ରେଳ, ଦକ୍ଷିଣ ପୂର୍ବ ରେଳ, ପଶ୍ଚିମ କେନ୍ଦ୍ରୀୟ ରେଳବାଇରେ ରେଳବାଇ ବିଜି ରୁଟର ବିଦ୍ୟୁତିକରଣ କାର୍ଯ୍ୟ ସମାପ୍ତ କରିଛି। ଏହିପରି, ୮୫ ପ୍ରତିଶତ ବ୍ରଡ ଗେଜ ଲାଇନ ବିଦ୍ୟୁତିକରଣର ଲକ୍ଷ୍ୟ ହାସଲ କରାଯାଇଛି । ଭାରତୀୟ ରେଳବାଇ ୩୦ ସେପ୍ଟେମ୍ବର ୨୦୨୨ସୁଦ୍ଧା ୬୫,୧୪୧ କିମି ବିଜି ମଧ୍ୟରୁ ୫୩,୦୯୮ କିମି ବିଜିକୁ ୮୧.୫୧ ପ୍ରତିଶତ ବିଦ୍ୟୁତିକରଣ କରିଛି ଯାହା ଫେବୃଆରୀରେ ୮୫ ପ୍ରତିଶତ ବିଦ୍ୟୁତିକରଣକୁ ବୃଦ୍ଧି ପାଇଛି।

Share