ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ ଭିତ୍ତିଭୂମିଗୁଡିକର ଉନ୍ନତୀକରଣ କାର୍ଯ୍ୟ ଜାରି ରହିଛି ବୋଲି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପୁରୀରେ ବର୍ତ୍ତମାନର ୬ଟି ଲାଇନକୁ ପୂରଣ କରିବା ପାଇଁ ୨ଟି ଅତିରିକ୍ତ ପୂର୍ଣ୍ଣ-ଲମ୍ୱ ସମନ୍ୱିତ ପିଟ୍‌ ଲାଇନ ନିର୍ମାଣାଧୀନ ଅଛି। ସମ୍ପୂର୍ଣ୍ଣ କୋଚିଂ ରକ୍ଷଣାବେକ୍ଷଣ ସୁବିଧାକୁ ମଞ୍ଜୁରୀପ୍ରାପ୍ତ ପୁରୀ-କୋଣାର୍କ ନୂତନ ଲାଇନ୍‌ରେ ଏକ ନୂତନ ଦ୍ୱିତୀୟ କୋଚିଂ ଟର୍ମିନାଲ ଡିପୋକୁ ସ୍ଥାନାନ୍ତରିତ କରାଯିବାର ପ୍ରସ୍ତାବ ରହିଛି। ଏଥିସହ ଏହି ଲାଇନରେ ଏକ ବୃହତ ଆକାରର କୋଚିଂ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଯୋଜନା କରାଯାଇଛି। ଭୁବନେଶ୍ୱରରେ ନୂତନ ଭୁବନେଶ୍ୱର ଷ୍ଟେଶନକୁ ଏକ ସାଟେଲାଇଟ କୋଚିଂ ଟର୍ମିନାଲ ଭାବରେ ବିକଶିତ କରାଯାଉଛି, ଯେଉଁଥିରେ ମଞ୍ଚେଶ୍ୱରରେ ୨ଟି ପିଟ୍‌ ଲାଇନର ରକ୍ଷଣାବେକ୍ଷଣ ସୁବିଧା ଓ ସମର୍ପିତ ସଂଯୋଗୀକରଣ ବ୍ୟବସ୍ଥା ଅନ୍ତର୍ଭୁକ୍ତ ରହିଛି। ସ୍ଥାନାଭାବ ଯୋଗୁ ନିକଟସ୍ଥ ଅଞ୍ଚଳରେ ନୂତନ ଡିପୋ ପ୍ରସ୍ତାବିତ ରହିଛି। ବିଶାଖାପାଟଣାରେ ୫ଟି ଅତିରିକ୍ତ ଲାଇନ, ୬ଟି ଅତିରିକ୍ତ ଯାତ୍ରୀ ପ୍ଲାଟଫର୍ମ, ୧୦ଟି ଷ୍ଟେବ୍ଲିଂ ଲାଇନ ଏବଂ ଇଲେକ୍ଟ୍ରୋନିକ ଇଣ୍ଟରଲକିଂ ପ୍ରଦାନ କରୁଥିବା ୟାର୍ଡ ପରିବର୍ତ୍ତନ ପାଇଁ ଏକ ଡିପିଆର୍‌ ରେଳ ବୋର୍ଡରେ ଦାଖଲ କରାଯାଇଛି। ପ୍ରସ୍ତାବିତ କୋଟ୍ଟାଭାଲସା-ଆନକାପାଲି ବାଇପାସ୍‌ ଲାଇନରେ ଜଗନ୍ନାଧପୁରମ ଷ୍ଟେଶନକୁ ଏକ ମେଗା କୋଚିଂ ରକ୍ଷଣାବେକ୍ଷଣ ଡିପୋ ଏବଂ ସାଟେଲାଇଟ ଷ୍ଟେଶନ ଭାବରେ କାର୍ଯ୍ୟ କରିବା ପାଇଁ ଏକ ବଡ଼ ସ୍ତରର କମ୍ପ୍ଲେକ୍ସ ଭାବରେ ଯୋଜନା କରାଯାଇଛି। ବର୍ଦ୍ଧିତ ଟ୍ରେନ ଚଳାଚଳ ପାଇଁ ପୁରୀ ଅଞ୍ଚଳରେ ସ୍ୱୟଂଚାଳିତ ବ୍ଲକ୍‌ ସିଗ୍‌ନାଲିଂ ଓ ଫ୍ଲାଏଓଭର, ଭୁବନେଶ୍ୱର ଅଞ୍ଚଳରେ ପିଟ୍‌ ଲାଇନ ବିଦ୍ୟୁତୀକରଣ, ସୁରକ୍ଷା ବାଡ଼, ଚତୁର୍ଥ ଲାଇନ ସହ ବାଇପାସ୍‌ ସର୍ଭେ ଏବଂ ବିଶାଖାପାଟଣା ଅଞ୍ଚଳରେ ଅନେକ ତୃତୀୟ, ଚତୁର୍ଥ, ପଞ୍ଚମ,ଷଷ୍ଠ ଲାଇନ, ଫ୍ଲାଏଓଭର ଏବଂ ବାଇପାସ ପ୍ରକଳ୍ପ ସମେତ ବହୁବିଧ ବିଭାଗ କ୍ଷମତା ବୃଦ୍ଧି ପ୍ରକଳ୍ପ ପ୍ରଗତି କରୁଛି। ଭାରତୀୟ ରେଳପଥ ଦ୍ୱାରା ଚିହ୍ନିତ ୪୮ଟି ପ୍ରମୁଖ ସହର ମଧ୍ୟରୁ ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାକୁ ନେଇ ଏକ ବ୍ୟାପକ ଯୋଜନା କାର୍ଯ୍ୟକାରୀ ହେଉଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri