Posted inଖେଳ

ଇଣ୍ଡିଆନ ପ୍ରିମିୟର ଲିଗ୍‌: ମୁମ୍ବାଇକୁ ସ୍ପିନର ଚିନ୍ତା

ମୁମ୍ବାଇ,୧।୪(ପି.ଟି.): ୫ଥର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଟାଇଟଲ ହାସଲ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଏକାଧିକ ତାରକା ବ୍ୟାଟ୍ସମ୍ୟାନ ତଥା ପାଓ୍ବାର ହିଟର ଓ ଡେଥ୍‌ ବୋଲର ରହିଛନ୍ତି। ଏହା ସତ୍ତ୍ୱେ ମୁମ୍ବାଇ ଦଳରେ ଏକ ସମସ୍ୟା ରହିଛି ଓ ଏହା ଟିମ୍‌ ମ୍ୟାନେଜମେଣ୍ଟ ପାଇଁ ଚିନ୍ତା ସୃଷ୍ଟି କରିଛି। ଦଳରେ କ୍ୱାଲିଟି ସ୍ପିନର ନାହାନ୍ତି। ଫଳରେ ମୁମ୍ବାଇର କ୍ରମାଗତ ତୃତୀୟଥର ପାଇଁ ଟାଇଟଲ ଆଶା ପ୍ରଭାବିତ ହେବାର ସମ୍ଭାବନା ରହିଛି ବୋଲି ଟିମ୍‌ ମ୍ୟାନେଜମେଣ୍ଟ ହୃଦୟଙ୍ଗମ କରିଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ ମୁମ୍ବାଇ ଏପ୍ରିଲ ୯ ତାରିଖରେ ଚେନ୍ନାଇରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରୁ ଅଭିଯାନ ଆରମ୍ଭ କରିବ।
ମୁମ୍ବାଇ ୨୦୧୯ ଓ ୨୦୨୦ରେ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିଲା। ବ୍ୟାଟିଂ ମୁମ୍ବାଇ ପାଇଁ ସବୁଠାରୁ ବଡ଼ ଅସ୍ତ୍ର ରହିଆସିଛି। ରୋହିତ ଶର୍ମା ଓ କ୍ୱିଣ୍ଟନ ଡିକକ୍‌ ଦଳର ନିର୍ଭରଯୋଗ୍ୟ ଓପନିଂ ଯୋଡି ଭାବେ ସଫଳ ରହିଛନ୍ତି। ଅଷ୍ଟ୍ରେଲିଆର ହାର୍ଡ ହିଟିଂ କ୍ରିସ୍‌ ଲିନ୍‌ ମଧ୍ୟ ଓପନିଂ ପାଇଁ ବିକଳ୍ପ ରହିଛନ୍ତି। ଦଳରେ ସୂର୍ଯ୍ୟକୁମାର ଯାଦବ, ଇଶାନ କିଷନଙ୍କ ଭଳି ଯୁବ ବିସ୍ଫୋରକ ବ୍ୟାଟ୍ସମ୍ୟାନ ରହିଛନ୍ତି। ପୁଣି ହାର୍ଦ୍ଦିକ ଓ କୃନାଲ ପାଣ୍ଡ୍ୟା ଦୁଇ ଭାଇ ମଧ୍ୟ ଦଳ ପାଇଁ ଉଭୟ ବ୍ୟାଟିଂ ଓ ବୋଲିଂରେ ଉପଯୋଗୀ ସାବ୍ୟସ୍ତ ହୋଇଛନ୍ତି। ମିଡ୍‌ଲ ଅର୍ଡରରେ କିରନ ପୋଲାର୍ଡ ନିଜର ବିସ୍ଫୋରକ ବ୍ୟାଟିଂ ବଳରେ ଦଳକୁ ଆହୁରି ମଜଭୁତ କରିଛନ୍ତି।
ବୋଲିଂରେ ଯଶପ୍ରୀତ ବୁମ୍‌ରା ଓ ନ୍ୟୁଜିଲାଣ୍ଡ ଟ୍ରେଣ୍ଟ ବୋଲ୍ଟ ଡେଥ୍‌ ବୋଲର ଭାବେ ବେଶ୍‌ ପ୍ରଭାବୀ ସାବ୍ୟସ୍ତ ହୋଇଛନ୍ତି। ପାଓ୍ବାର ପ୍ଲେରେ ଏହି ଦୁଇ ବୋଲର ଉଇକେଟ ନେବାର କ୍ଷମତା ମୁମ୍ବାଇକୁ ଏକ ଚାମ୍ପିୟନ ଭାବେ ଗଢ଼ି ତୋଳିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ସେହିପରି ଅଷ୍ଟ୍ରେଲିଆର ନାଥନ କୁଲ୍ଟର ନାଇଲ ପେସ୍‌ ଆଟାକକୁ ଆହୁରି ଦୃଢ଼ କରିଛନ୍ତି।
ସ୍ପିନ୍‌ ବିଭାଗରେ ମୁମ୍ବାଇର ଦୁର୍ବଳତା ଛପିରହିଛି। କ୍ୱାଲିଟି ସ୍ପିନରଙ୍କ ଅଭାବ ରହିଛି। ଉଇକେଟ ନେବାର କ୍ଷମତା ରଖୁଥିବା ସ୍ପିନର ନ ଥିବାରୁ ମୁମ୍ବାଇ ଦଳ ଅସମ୍ପୂର୍ଣ୍ଣ ମନେହେଉଛି। ସେହିପରି ଫ୍ରାଞ୍ଚାଇଜ କ୍ରିକେଟରୁ ଲାସିଥ ମାଲିଙ୍ଗା ଅବସର ନେବା ପରେ ଦଳରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ଦଳରେ ଅବଶ୍ୟ କୃନାଲ ଓ ରାହୁଲ ଚହର, ଜୟନ୍ତ ଯାଦବ, ପୀୟୂଷ ଚାଓ୍ବଲାଙ୍କ ଭଳି ସ୍ପିନର ରହିଛନ୍ତି। ଚାଓ୍ବଲା ଆଇପିଏଲ୍‌ରେ ୧୫୬ଟି ଉଇକେଟ ହାସଲ କରି ଲିଗ୍‌ରେ ତୃତୀୟ ସର୍ବାଧିକ ଉଇକେଟ ହାସଲକାରୀ ବୋଲର ସାବ୍ୟସ୍ତ ହୋଇଛନ୍ତି। ଦଳ ଦୃଢ ହୋଇଥିଲେ ମଧ୍ୟ ପ୍ରତ୍ୟେକ ସ୍ଥାନ ପାଇଁ ବିକଳ୍ପ ତଥା ବଦଳ ଖେଳାଳି ନାହାନ୍ତି। ଯୁବ ଖେଳାଳିଙ୍କୁ ନେଇ ମୁମ୍ବାଇର ବେଞ୍ଚ୍‌ ଷ୍ଟ୍ରେନ୍ଥ ବେଶ୍‌ ଅନଭିଜ୍ଞ ରହିଛି। ପୋଲାର୍ଡ ଅବଶ୍ୟ ଦଳ ପାଇଁ ଏଥର ଉପଯୋଗୀ ସାବ୍ୟସ୍ତ ହେବେ। ମୁମ୍ବାଇ ଏଥର ସଫଳ ହେଲେ ହ୍ୟାଟ୍ରିକ ଟାଇଟଲ ଜିତିବା ସହ ଷଷ୍ଠଥର ପାଇଁ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

କାହିଁକି ବାତିଲ ହେଲା IPL 2026 ଉଦ୍‌ଘାଟନୀ ଉତ୍ସବ, ଜାଣନ୍ତୁ ପ୍ରକୃତ କାରଣ…

ବେଙ୍ଗାଲୁରୁର,୨୭।୩: IPL ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଲିଗ୍‌। IPLର ୧୯ତମ ସଂସ୍କରଣ ମାର୍ଚ୍ଚ ୨୮ରେ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ…

IPL 2026: ବେଙ୍ଗାଲୁରୁ-ହାଇଦ୍ରାବାଦ ମଧ୍ୟରେ ପ୍ରଥମ ମ୍ୟାଚ୍‌, କେଉଁଠି ଏବଂ କିପରି ଲାଇଭ ଦେଖିବେ ଜାଣନ୍ତୁ…

ବେଙ୍ଗାଲୁରୁର,୨୭।୩: IPL 2026 ସିଜିନର ପ୍ରଥମ ମ୍ୟାଚ୍‌ ଦୁଇଟି ଶକ୍ତିଶାଳୀ ଦଳ ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ। RCB ଘରୋଇ ପଡ଼ିଆରେ ବିଜୟ ସହିତ…

ଅନ୍ତର୍ଜାତୀୟ ଡେବ୍ୟୁ କରିପାରିବେ ବୈଭବ ସୂର୍ଯ୍ୟବଂଶୀ, ଆଉ ବାଧକ ସାଜିବନି ICC ନିୟମ

ନୂଆଦିଲ୍ଲୀ,୨୭।୩: ହରାରେ ସ୍ପୋଟର୍‌ସ କ୍ଲବରେ ଅନୁଷ୍ଠିତ ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ର ଫାଇନାଲରେ ବୈଭବ ସୂର୍ଯ୍ୟବଂଶୀ ତାଙ୍କର ରୌଦ୍ର ରୂପ ଦେଖାଇଥିଲେ। ଇଂଲଣ୍ଡ ବିପକ୍ଷରେ ଫାଇନାଲ…

ବେଙ୍ଗାଲୁରୁକୁ ବଡ଼ ଝଟକା, ଏହି ଖେଳାଳିଙ୍କୁ ମିଳିଲା ନାହିଁ ନୋ ଅବଜେକ୍ସନ ସାର୍ଟିଫିକେଟ

ନୂଆଦିଲ୍ଲୀ,୨୭ା୩: ଶ୍ରୀଲଙ୍କାର ପେସର ନୁଓ୍ୱାନ ଥୁସାରା ଆଗାମୀ ଆଇପିଏଲ୍‌ ମିସ କରିବେ। ଶ୍ରୀଲଙ୍କା କ୍ରିକେଟ (ଏସ୍‌ଏଲ୍‌ସି)ର ନୂଆ କଡ଼ା ଫିଟ୍‌ନେସ ପଲିସୀ ଅନୁଯାୟୀ, ତାଙ୍କୁ ନୋ ଅବଜେକ୍ସନ…

ରିଙ୍କୁଙ୍କୁ ମିଳିଲା ସରକାରୀ ଚାକିରି, ଏତେ ପାଇବେ ଦରମା, ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ,୨୭।୩: ଭାରତୀୟ କ୍ରିକେଟର ରିଙ୍କୁ ସିଂଙ୍କୁ ସରକାରୀ ଚାକିରି ମିଳିଛି। ରିଙ୍କୁଙ୍କ ପାଇଁ ଏକାସାଙ୍ଗରେ ଦୁଇଟି ବଡ଼ ଖବର ଆସିଛି। କାରଣ ସେ ନିକଟରେ କୋଲକାତା ନାଇଟ…

ଚର୍ଚ୍ଚାରେ ପାକିସ୍ତାନ କ୍ରିକେଟ ବୋର୍ଡ, PSLକୁ ନେଇ ନେଲା ଏମିତି ନିଷ୍ପତ୍ତି ସାରା ବିଶ୍ୱ ଚକିତ

ଇସଲାମାବାଦ,୨୭।୩: ପାକିସ୍ତାନ ସୁପର ଲିଗ (PSL)ର ଚଳିତ ସିଜିନରେ କିଛି ଭିନ୍ନ ଘଟଣା ଘଟିଛି। PSL 2026 ଶୁକ୍ରବାରଠାରୁ ଆରମ୍ଭ ହୋଇଛି, ଏବଂ ଏହି ଲିଗ ଏହାର…

୧୦ ଲକ୍ଷ ଟଙ୍କିଆ ଚେକ୍‌ ବାଣ୍ଟିଲେ ହାର୍ଦ୍ଦିକ ପାଣ୍ଡ୍ୟା: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୭।୩: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା କେବଳ ତାଙ୍କ ଖେଳ ପାଇଁ ନୁହେଁ ବରଂ ତାଙ୍କ ବିଳାଶପୂର୍ଣ୍ଣ ଜୀବନଶୈଳୀ ପାଇଁ ମଧ୍ୟ ଜଣାଶୁଣା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri