Posted inଜାତୀୟ

ଅପରାଧ ଆଉ ରାଜନୀତି ମଧ୍ୟରେ ବଢୁଛି ବନ୍ଧୁତା

ନୂଆଦିଲ୍ଲୀ,୧୩ ।୧୨: ରାଜନୀତିରେ ଏବେ ଅପରାଧି ନେତାଙ୍କ ସଂଖ୍ୟା ବଢିବାରେ ଲାଗିଛି । ୧୯୮୦ ଦଶକରୁ ରାଜନୀତିରେ ଅପରାଧିଙ୍କ ଏଣ୍ଟ୍ରି ପରଠାରୁ ଧିରେ ଧିରେ ଏହା ବ୍ୟାପକ ରୂପ ନେଲାଣି । ଅପରାଧିଙ୍କୁ ରାଜନୀତି କରିବାକୁ ରୋକିବା ଲାଗି ବହୁ ନିୟମ କାନୁନ କରାଯାଇଛି, ହେଲେ ସମସ୍ତ ନିୟମ ଯେମିତି କେବଳ କାଗଜ କଲମରେ ରହିଯାଇଛି । ଗୁଜରାଟ, ହିମାଚଳ ପ୍ରଦେଶର ଜାତା ସୂଚନା ଏହାର ସାକ୍ଷି ହୋଇଛି ।
ଏଡିଆରର ରିପୋର୍ଟ ଅନୁଯାୟୀ, ଗୁଜରାଟରେ ୧୮୨ରୁ ୪୦ ନୂଆ ବିଧାୟକଙ୍କ ବିରୋଧରେ ଆପରାଧିକ ମାମଲା ରହିଛି । ଏଥିରୁ ୨୯ ବିଧାୟକଙ୍କ ଉପରେ ଗୁରୁତର ଧାରାରେ ମାମଲା ଚାଲୁ ରହିଛି । ସେପଟେ ହିମାଚଳ ପ୍ରଦେଶରେ ବି ୬୮ ବିଧାୟକଙ୍କ ମଧ୍ୟରୁ ୨୮ ହେଉଛନ୍ତି ଦାଗି । ୧୨ ଜଣ ବିଧାୟକଙ୍କ ଉପରେ ହତ୍ୟା, ବଳାତ୍କାର ଭଳି ସଙ୍ଗିନ ଅପରାଧ ଧାରାରେ କେଶ ଚାଲିଛି ।

ନ୍ୟାଶନାଲ ଇଲେକ୍ସନ ୱାଚ ଓ ଏଡିଆର ୨୦୧୯ ଲୋକ ସଭା ନିର୍ବାଚନ ପରେ ଅପରାଧି ଛବି ଥିବା ଏମପିଙ୍କ ସଂଖ୍ୟା ଜାରି କରିଥିଲା । ରିପୋର୍ଟ ଅନୁଯାୟୀ, ୨୦୦୯ରେ ଗୁରୁତର ଅପରାଧ ମାମଲାରେ ଜଡିତ ଥିବା ଏମପିଙ୍କ ସଂଖ୍ୟା ୭୬ ଥିଲା, ହେଲେ ୨୦୧୯ରେ ଏହା ବଢି ୧୫୯ରେ ପହଞ୍ଚିଯାଇଥିଲା ।
ଭାଜପାର ୩୩୯ ଏମପିଙ୍କ ମଧ୍ୟରୁ ୬୪, କଂଗ୍ରେସର ୯୭ ଜଣଙ୍କ ମଧ୍ୟରୁ ୮ ଓ ରାଷ୍ଟୀୟ ଜନତା ଦଳର ୯ରୁ ୬ ଜଣ ଲୋକ ସଭା ରାଜ୍ୟ ସଭା ଏମପିଙ୍କ ବିରୋଧରେ ଗୁରୁତର ଆପରାଧିକ ମାମଲା ରହିଛି । ଅର୍ଥାତ୍ ଦାଗି ନେତା ସବୁ ଦଳରେ ରହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...

ନୂଆବର୍ଷରେ ମହଙ୍ଗା ମାଡ, ୨୮ମାସରେ ସବୁଠାରୁ ଅଧିକ ବଢିଲା ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ଏକ ବଡ଼ ଝଟକା ସହିତ ଆରମ୍ଭ ହୋଇଛି। ଏହି ଝଟକା ହେଉଛି ମୁଦ୍ରାସ୍ଫୀତି। ସରକାର ପାଇପ ପ୍ରାକୃତିକ ରନ୍ଧନ ଗ୍ୟାସର ମୂଲ୍ୟ...

ନୂଆବର୍ଷରେ ଭାରତକୁ ଶୁଭେଚ୍ଛା ନୁହେଁ, ଧମକ ଦେଲା ପାକିସ୍ତାନ: ମୁନିର କହିଦେଲେ…

ଇସଲାମାବାଦ୍‌,୧।୧: ନୂତନ ବର୍ଷ ଆରମ୍ଭରେ ପାକିସ୍ତାନ ପୁଣି ଥରେ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଛି। ଭାରତର ନାଁ ନ ନେଇ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ବଜାରରେ ମିଳୁଛି ନକଲି ଶାଗୁଦାନା: ହୋଇଯାନ୍ତୁ ସାବଧାନ

ନୂଆପଡ଼ା,୧ା୧ (ମକାରୁ ବେମାଲ):ନୂଆପଡ଼ା ସହରରେ ପ୍ଲାଷ୍ଟିକ ଶାଗୁଦାନା ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଟାନୱାଟ ପଞ୍ଚାୟତ ଝିଲମିଲା ଗାଁର ଜ୍ୟୋତିର୍ମୟ ପୁହାଣ ନୂଆପଡ଼ା...

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri