Categories: ବାଣିଜ୍ୟ

ବୃଦ୍ଧି ପାଉଛି ଭାରତୀୟ ଫାର୍ମା ରପ୍ତାନି

ନୂଆଦିଲ୍ଲୀ,୨୮।୧୧: ଚଳିତ ଆର୍ଥିକ ବର୍ଷର ଏପ୍ରିଲରୁ ଅକ୍ଟୋବର ମଧ୍ୟରେ ଭାରତୀୟ ଫାର୍ମାର ରପ୍ତାନି ୪.୨୨% ବୃଦ୍ଧି ପାଇ ୧୪.୫୭ ବିଲିୟନ ଡଲାରରେ ପହଞ୍ଚତ୍ଛି। ଏପରିକି ଗତ ମାସରେ ଏକ ନକାରାତ୍ମକ ଧାରା ସତ୍ତ୍ୱେ ୨୦୨୨-୨୩ର ପ୍ରଥମ ୭ମାସ କ୍ରମାଗତଭାବେ ଭାରତରୁ ଔଷଧ ରପ୍ତାନି ବୃଦ୍ଧି ପାଇଚାଲିଛି। ସେହିଭଳି ବାଣିଜ୍ୟ ମନ୍ତ୍ରଣାଳୟ ଅଧୀନରେ ଥିବା ଏକ ସଂସ୍ଥା ଫାର୍ମାସ୍ୟୁଟିକାଲ୍ସ ରପ୍ତାନି ପ୍ରମୋସନ କାଉନସିଲ୍‌ ଅଫ୍‌ ଇଣ୍ଡିଆ (ଫାର୍ମାକ୍ସିଲ୍‌)ର ମହାନିର୍ଦ୍ଦେଶକ ଉଦୟ ଭାସ୍କର କହିଛନ୍ତି, ଗତ ଆର୍ଥିକ ବର୍ଷରେ ୨୪.୬୨ ବିଲିୟନ ଡଲାର ତୁଳନାରେ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହାର ପରିମାଣ ପ୍ରାୟ ୨୭ବିଲିୟନ ଡଲାରରେ ଶେଷ କରିବାକୁ ସେ ଆଶାବାଦୀ ଅଛନ୍ତି।

ବିଶେଷକରି ୨୦୨୨ ଜୁଲାଇରେ -୦.୩୨%, ଅଗଷ୍ଟରେ -୫.୪୫% ଏବଂ ସେପ୍ଟେମ୍ବରରେ ୮.୪୭%ର ସକାରାତ୍ମକ ଅଭିବୃଦ୍ଧି ଘଟିଛି। ଏହା ଆସନ୍ତା ମାସରେ ପୁନର୍ଜୀବିତ ସହ ବର୍ଷ ଶେଷ ସୁଦ୍ଧା ପ୍ରାୟ ୨୭ ବିଲିୟନ ଡଲାରରେ ପହଞ୍ଚତ୍ବ ବୋଲି ଭାସ୍କର ମତପ୍ରକାଶ କରିଛନ୍ତି। ସେହିପରି ଗତ ଆର୍ଥିକ ବର୍ଷର ସମାନ ଅବଧି ମଧ୍ୟରେ ରପ୍ତାନି ୧୩.୯୮ ବିଲିୟନ ଡଲାର ରହିଥିଲା। ଅପରପକ୍ଷରେ ଆମେରିକା, କାନାଡା ଏବଂ ମେକ୍ସିକୋ (ନାଫ୍‌ଟା ଦେଶ), ୟୁରୋପ ଏବଂ ଆଫ୍ରିକା ୬୭.୫% (ପ୍ରାୟ ୫ ବିଲିୟନ ଡଲାର) ମୋଟ ରପ୍ତାନି ହୋଇଛି। ଏପରିକି ଟିକା ବର୍ଗରେ ଆମର ରପ୍ତାନି ଅତ୍ୟନ୍ତ ଖରାପ ସ୍ଥିତିରେ ରହିଛି। ବିଶେଷକରି ଚଳିତ ବର୍ଷ ଅକ୍ଟୋବରରେ ରପ୍ତାନି ୫.୪୫% ହ୍ରାସ ପାଇ ୧.୯୫ ବିଲିୟନ ଡଲାରରେ ପହଞ୍ଚତ୍ଛି। ବାଣିଜ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ବର୍ଷ ତୁଳନାରେ ୨୦୨୨ ଅକ୍ଟୋବରରେ ଭାରତର ସାମଗ୍ରିକ ରପ୍ତାନି ୧୬.୬୫% ହ୍ରାସ ପାଇ ୨୯.୭୮ ବିଲିୟନ ଡଲାରରେ ପହଞ୍ଚତ୍ଛି। ୨୦୨୨ ଏପ୍ରିଲରୁ ଅକ୍ଟୋବର ରପ୍ତାନିରେ ୧୨.୫୫% ଅଭିବୃଦ୍ଧି ଘଟି ୨୬୩.୩୫ ବିଲିୟନ ଡଲାରରେ ପହଞ୍ଚତ୍ଛି।

Share