Categories: ଖେଳ

ପଦାରେ ପଡ଼ିଲା ବୋଲିଂ ୟୁନିଟ୍‌ର ଦୁର୍ବଳତା

ଆବୁଧାବି,୧୮।୧୦: ଟି୨୦ ବିଶ୍ୱକପ୍‌ ଆରମ୍ଭ ପୂର୍ବରୁ ଓ୍ବାର୍ମଅପ ମ୍ୟାଚ୍‌ରେ ପଦାରେ ପଡ଼ିଛି ଟିମ୍‌ ଇଣ୍ଡିଆର ବୋଲିଂ ୟୁନିଟ୍‌ର ଦୁର୍ବଳତା। ଇଂଲଣ୍ଡ ବିପକ୍ଷ ପ୍ରଥମ ଓ୍ବାର୍ମଅପ୍‌ ମ୍ୟାଚ୍‌ରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳ ୫ ବୋଲରଙ୍କୁ ବ୍ୟବହାର କରିଥିଲା। ସେମାନେ ୨୦ ଓଭରରେ ୧୮୮ ରନ୍‌ ଖର୍ଚ୍ଚ କରି ମାତ୍ର ୫ ଉଇକେଟ ହାତେଇବାକୁ ସକ୍ଷମ ହୋଇଛନ୍ତି।

ସବୁଠୁ ଚିନ୍ତା ଜନକ ବିଷୟ ହେଲା, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ବି ଓଭର ବୋଲିଂ କରି ନ ଥିଲେ। ମ୍ୟାଚ୍‌ରେ ସର୍ବାଧିକ ୩ ଉଇକେଟ ନେଇଥିବା ମହମ୍ମଦ ଶାମିଙ୍କୁ ୪୦ ରନ୍‌ ବ୍ୟୟ କରିବାକୁ ପଡ଼ିଥିଲା। ଅନ୍ୟପକ୍ଷରେ ଯଶପ୍ରୀତ ବୁମାର ୨୬ ରନ୍‌ ଦେଇ ୧ ଉଇକେଟ ନେଇଥିବା ବେଳେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ଭୁବନେଶ୍ୱର କୁମାର। ୪ ଓଭରରେ ସେ ୫୪ ରନ୍‌ ବ୍ୟୟ କରିଥିଲେ। ଆଉ ତାଙ୍କୁ କୌଣସି ଉଇକେଟ ମଧ୍ୟ ମିଳି ନ ଥିଲା। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୨୦ ଓଭରରେ ୫ ଉଇକେଟ ହରାଇ ୧୮୮ ରନ୍‌ କରିଛି। ଦଳ ପାଇଁ ଜନ୍ନି ବେଆରଷ୍ଟୋ ୪୯ ଓ ମୋଇନ ଅଲି ୪୩* ରନ୍‌ କରିଥିଲେ।

Share