Posted inଜାତୀୟ

୨୦୪୭ ସୁଦ୍ଧା ଭାରତୀୟ ନୌସେନା ହେବ ଆତ୍ମନିର୍ଭର : ନୌସେନା ପ୍ରମୁଖ…

ନୂଆଦିଲ୍ଲୀ,୩।୧୨ : ନୌସେନା ଦିବସର ଗୋଟିଏ ଦିନ ପୂର୍ବରୁ ଭାରତୀୟ ନୌସେନାର ବାର୍ଷିକ ଗଣମାଧ୍ୟମ ସମ୍ମିଳନୀକୁ ଶନିବାର ରାଜଧାନୀ ଦିଲ୍ଲୀରେ ନୌସେନା ମୁଖ୍ୟ ଆଡମିରାଲ ଆର ହରି କୁମାର ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ଆଇଏନଏସ ବିକ୍ରାନ୍ତର କମିଶନକୁ ଐତିହାସିକ ବୋଲି କହିଛନ୍ତି। ଆଇଏନଏସ ବିକ୍ରାନ୍ତର କମିଶନ ଦେଶ ତଥା ନୌସେନା ପାଇଁ ଏକ ଐତିହାସିକ ଘଟଣା ଏବଂ ଏହା ପ୍ରକୃତରେ ଆତ୍ମନିର୍ଭର ଭାରତ ଏକ ପଦଚିହ୍ନ।

ଆର ହରି କୁମାର କହିଛନ୍ତି ଯେ ବହୁତ କମ ଦେଶ ଅଛନ୍ତି ଯେଉଁମାନଙ୍କର ବିମାନ ପରିବହନକାରୀ ନିର୍ମାଣ କରିବାର କ୍ଷମତା ଅଛି। ବର୍ତ୍ତମାନ ଭାରତ ଏଥିରେ ସାମିଲ ହୋଇଛି।

ସରକାର ଆମକୁ ଆତ୍ମନିର୍ଭର ଭାରତ ଏବଂ ସର୍ବୋଚ୍ଚ ନେତୃତ୍ୱ ଉପରେ ସ୍ପଷ୍ଟ ନିର୍ଦ୍ଦେଶନାମା ଦେଇଛନ୍ତି। ୨୦୪୭ ସୁଦ୍ଧା ନୌସେନା ଆତ୍ମନିର୍ଭର ହେବ।

ସେ ଏହା ମଧ୍ୟ କହିଛନ୍ତି ଯେ ଆମକୁ ପ୍ରଥମେ ଯାଞ୍ଚ କରିବାର ଆବଶ୍ୟକତା ହେଉଛି ବିମାନ ଅବତରଣ ବ୍ୟବସ୍ଥା ବିଷୟରେ। ସେହି ପରୀକ୍ଷା ବର୍ତ୍ତମାନ ଚାଲିଛି। ଆମେ ଆଶା କରୁଛୁ ମେ କିମ୍ବା ଜୁନ ମାସରେ ମୌସୁମୀ ପୂର୍ବରୁ ଏହା ସମ୍ପୂର୍ଣ୍ଣ ହେବ। ପ୍ରଥମ ବ୍ୟାଚ ମହିଳା କ୍ୟାଡେଟ ମାନଙ୍କୁ ଏନଡିଏରେ ପ୍ରବେଶ କରିବା ପରେ ସେ କହିଛନ୍ତି ଯେ ଆମର ବାହିନୀ ଲିଙ୍ଗ ନିରପେକ୍ଷ, ମହିଳାମାନେ ପ୍ରତିରକ୍ଷା କ୍ଷେତ୍ରରେ ସେବା ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ ବାଂଲାଦେଶରେ ପୁଣି ହିଂସା, ଢାକାରେ ବୋମା ବିସ୍ଫୋରଣ

ଢାକା,୨୫।୧୨: ନିର୍ବାସିତ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ନେତା ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ, ରାଜଧାନୀ ଢାକା ପୁଣି ଥରେ ହିଂସା ବଢି ଯାଇଥିଲା। ଖ୍ରୀଷ୍ଟମାସ...

ଦକ୍ଷ ଅଫିସର ପାଇବେ ବଡ଼ ବିଭାଗ, ଆହୁଜାଙ୍କୁ ନୂଆ ଦାୟିତ୍ୱ ମିଳିବ ନା ନାହିଁ ଚର୍ଚ୍ଚାରେ

ଭୁବନେଶ୍ୱର, ୨୫।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଉନ୍ନୟନ କମିଶନର ତଥା ୧୯୯୧ ବ୍ୟାଚ୍‌ ଆଇଏଏସ୍‌ ଅଫିସର୍‌ ଅନୁ ଗର୍ଗଙ୍କୁ ବୁଧବାର ଓଡ଼ିଶାର  ନୂଆ ମୁଖ୍ୟ ଶାସନ...

ବିବାଦରେ କରନ୍‌ଙ୍କ ଫିଲ୍ମ

ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ଭାବେ ପରିଚିତ କରନ୍‌ ଜୋହର। ତାଙ୍କ କମ୍ପାନୀ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଅନେକ ଫିଲ୍ମ ରେକର୍ଡ କରିଛି। ଏପରିକି...

ଓ୍ବେଷ୍ଟ କାର୍ବି ଆଙ୍ଗ୍‌ଲଙ୍ଗରେ ଦଙ୍ଗା

ଗୁଆହାଟୀ,୨୫ା୧୨: ଆସାମର ଓ୍ବେଷ୍ଟ କାର୍ବି ଆଙ୍ଗ୍‌ଲଙ୍ଗ ଜିଲାରେ ମଙ୍ଗଳବାର କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଉତ୍ତେଜନା ଜାରି ରହିଛି। ବିକ୍ଷୋଭକାରୀମାନେ ଦଙ୍ଗା ସୃଷ୍ଟି କରିବା ସହ ବହୁ...

ଆମେରିକାରେ ବେଆଇନ ଅନୁପ୍ରବେଶ: ୩୦ ଭାରତୀୟ ଗିରଫ

ନ୍ୟୁୟର୍କ,୨୫ା୧୨: ଆମେରିକାରେ ବେଆଇନ ଭାବେ ଅନୁପ୍ରବେଶ କରିବା ଅଭିଯୋଗରେ ସେଠାକାର ସୀମା ପାଟ୍ରୋଲ ଏଜେଣ୍ଟମାନେ ୩୦ ଭାରତୀୟ ନାଗରିକଙ୍କୁ ଗିରଫ କରିଛନ୍ତି। ଗିରଫ ଭାରତୀୟମାନେ କମର୍ସିଆଲ...

ବଳାତ୍କାରୀଙ୍କୁ ଜାମିନ, ପୀଡ଼ିତାଙ୍କ ସହ ଅନ୍ୟାୟ

ନୂଆଦିଲ୍ଲୀ,୨୫ା୧୨: ଭାରତ କେବଳ ଏକ ମୃତ ଅର୍ଥନୀତିରେ ପରିଣତ ହୋଇଯାଇଛି ତାହା ନୁହେଁ, ବରଂ ଏକ ମୃତ ସମାଜ ପାଲଟିଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri