ଭାରତୀୟ ମୌସୁମୀ ୨୭୦ ଲକ୍ଷ ବର୍ଷ ପୁରୁଣା

ନୂଆଦିଲ୍ଲୀ,୨୦।୨: ଭାରତୀୟ ମୌସୁମୀର ବିବର୍ତ୍ତନ ନେଇ ସମ୍ପୂର୍ଣ୍ଣ ଭାବରେ କୌଣସି ତଥ୍ୟ ମିଳି ପାରିନାହିଁ। ଏହାର ଉତ୍ପତ୍ତି ସ୍ଥିତିର ତୀବ୍ରତା କିପରି ସମ୍ଭବ ହେଉଛି ତାହାର ଡିକୋଡ କୈଜ୍ଞାନିକମାନେ ବର୍ତ୍ତମାନ ସୁଦ୍ଧା କରିନାହାଁନ୍ତି। ସମୟ ସହିତ ଏହା କିପରି ବଦଳିଛି ତାହାର ମଧ୍ୟ ବିସ୍ତୃତ ଓ ଉପଯୋଗୀ ସୂଚନା ମଧ୍ୟ ସଂରକ୍ଷିତ ହୋଇ ନାହିଁ। ବଙ୍ଗୋପ ସାଗରର ପଙ୍କ କାଦୁଅର ବିଶ୍ଳେଷଣରୁ ଜଣାପଡ଼ିଛି ଯେ, ଭାରତୀୟ ମୌସୁମୀ ୨୭୦ ଲକ୍ଷ ବର୍ଷ ପୁୁରୁଣା। ପୂର୍ବ ଅଧ୍ୟୟନଗୁଡ଼ିକରେ ଭାରତୀୟ ମୋସୁମୀ ୧୨୦ ଲକ୍ଷ ବର୍ଷ ପୁରୁଣା ବୋଲି ଦର୍ଶାଯାଇଥିଲା। ଗବେଷକମାନେ ସେତେବେଳେ ବଣ, ଜଙ୍ଗଲ ତଥା ପବନରୁ ମିଳିଥିବା ଡାଟା ଆଧାରରେ ଏହି ରିପୋର୍ଟ ପ୍ରକାଶ କରିଥିଲେ। ତେବେ ସେମାନେ ମୌସୁମୀ ତୀବ୍ରତାର ସ୍ପଷ୍ଟ ରୂପରେଖ ଜାଣି ପାରି ନ ଥିଲେ। ଲକ୍ଷ୍ନୌର ବୀରବଲ ସାହାଣୀ ପାଲେଣ୍ଟୋଲୋଜ ଇନଷ୍ଟିଚ୍ୟୁଟର ସାଜିଦ ଅଲ୍ଲୀ କହିଛନ୍ତି ଯେ, ବଙ୍ଗୋପସାଗର କୂଳର ସ୍ତରୀଭୂତ ଶୀଳା ଏବଂ ପଙ୍କ କାଦୁଅର ପରିବର୍ତ୍ତନ ମୌସୁମୀ ସହିତ ସିଧାସଳଖ ଜଡିତ। ସେହିପରି ମାଟିତଳେ ଥିବା ଖଣିଜ ପଦାର୍ଥର ଉପସ୍ଥିତି ମୌସୁମୀର ତୀବ୍ରତା ଉପରେ ନିର୍ଭର କରିଥାଏ। ମୌସୁମୀ ଶକ୍ତିଶାଳୀ ଏବଂ ଦୁର୍ବଳ ହେବା ଉପରେ ବିଭିନ୍ନ ଖଣିଜ ପଦାର୍ଥର ସୃଷ୍ଟିକୁ ପ୍ରଭାବିତ ହୋଇଥାଏ। ଏହି ଅଧ୍ୟୟନ ପାଇଁ ଏହି ରିପୋର୍ଟ ‘ପାଲୋଓସେନୋଗ୍ରାଫି ଏବଂ ପାଲୋକ୍ଲିମାଟୋଲୋଜି’ ପତ୍ରିକା ୱିଲିରେ ପ୍ରକାଶିତ ହେବ। ଏଥିରେ ଜାପାନର ଆନ୍ତର୍ଜାତୀୟ ମହାସାଗର ଉପକୂଳରୁ ସଂଗୃହୀତ ହୋଇଥିବା ୩୮ଟି ପଙ୍କ କାଦୁଅ ନମୁନା ରହିଛି। ଗବେଷକମାନେ ପ୍ଲାନକଟନର ନାନୋ ଜୀବାଶ୍ମ ଅଧ୍ୟୟନ କରିଥିଲେ। ଏସବୁ ୨୭୦ ଲକ୍ଷ ବର୍ଷ ପୁରୁଣା ବୋଲି ଜଣାପଡ଼ିଥିବା ଅଲ୍ଲୀ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଣି, ଶିଳ୍ପାଞ୍ଚଳର ଗ୍ରାମାଞ୍ଚଳ ପାଠାଗାର ଚିନ୍ତା

ଯାଜପୁର,୨ା୪(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ କଲେଜ, ହାଇସ୍କୁଲ ଓ ସାଧାରଣ ପାଠାଗାର ପ୍ରାୟ ୪୦୦ ଭଳି ରହିଛି। କେତେକ ପାଠାଗାରରେ ୫୦ରୁ ୬୦ ବର୍ଷ ପୁରୁଣା ମୂଲ୍ୟବାନ…

ଚୋରାରେ ଚାଲିଛି ଗ୍ୟାସ୍‌ କାରବାର, ୯୦ ଘରୋଇ ସିଲିଣ୍ଡର ଜବତ

ମୋହନା,୨ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରୁ ଗୋଟିଏ ଗାଁରୁ ୯୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି। ଇରାନ ଓ ଆମେରିକା ଯୁଦ୍ଧ ଲାଗିବା ପରଠାରୁ…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା: ସମୟ କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଜାତି ଉଦ୍ଦେଶ୍ୟରେ ଏକ ଭାଷଣ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି,ଯୁଦ୍ଧ ଏପର୍ଯ୍ୟନ୍ତ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri