Posted inଜାତୀୟ

ସୀମାରେ ଶତ୍ରୁଙ୍କୁ ଜବାବ ଦେବାକୁ ଭାରତୀୟ ଯବାନ ସର୍ବଦା ପ୍ରସ୍ତୁତ: ପ୍ରତିରକ୍ଷାମନ୍ତ୍ରୀ…

ନୂଆଦିଲ୍ଲୀ,୩।୧ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ଦେଶର ସୀମାରେ ବିରୋଧୀଙ୍କ ଆହ୍ବାନକୁ ରୋକିବାରେ ଭାରତର ସମ୍ପୂର୍ଣ୍ଣ ସାମର୍ଥ୍ୟ ରହିଛି। ସୀମାରେ ଶତ୍ରୁଙ୍କୁ ଜବାବ ଦେବାକୁ ଭାରତୀୟ ଯବାନ ସର୍ବଦା ପ୍ରସ୍ତୁତ ରହିଛନ୍ତି। ଆମ ଦେଶ କଦାପି ଯୁଦ୍ଧକୁ ପ୍ରୋତ୍ସାହିତ କରେ ନାହିଁ ଏବଂ ପଡୋଶୀ ଦେଶ ସହ ଆନ୍ତରିକ ସମ୍ପର୍କ ବଜାୟ ରଖିବାକୁ ଚାହେଁ। ସେ କହିଛନ୍ତି, ଆଜି ସାରା ବିଶ୍ୱରେ ଅନେକ ବିବାଦ ଚାଲିଛି। ଭାରତ ସର୍ବଦା ଯୁଦ୍ଧକୁ ବିରୋଧ କରିଆସୁଛି। ଏହା ଆମର ନୀତି ।

ସୀମା ସଡକ ସଂଗଠନ ଦ୍ୱାରା ନିର୍ମିତ ଏକ ସେତୁ ଉଦଘାଟନ କରି ରାଜନାଥ ମଙ୍ଗଳବାର ଏହା କହିଛନ୍ତି।
ଆମେ ପ୍ରଭୁ ରାମ ଏବଂ ଭଗବାନ ବୁଦ୍ଧଙ୍କ ଶିକ୍ଷା ଠାରୁ ଏହା ଉତ୍ତରାଧିକାରୀ ହୋଇଛୁ। ତଥାପି ଆବଶ୍ୟକ ପଡ଼ିଲେ ଉଚିତ ଜବାବ ଦେବାକୁ ଆମେ ପଛଘୁଞ୍ଚା ଦେବୁ ନାହିଁ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ସୀମାକୁ ମଜବୁତ କରିବା ପାଇଁ ଭିତ୍ତିଭୂମି ନିର୍ମାଣକୁ କେନ୍ଦ୍ର ସରକାର ପ୍ରାଥମିକତା ଦେଇଛନ୍ତି। ଏହି ନୂତନ ସେତୁ କେବଳ ସ୍ଥାନୀୟ ଲୋକଙ୍କ ଗତିବିଧିକୁ ସହଜ କରିବ ନାହିଁ, ବରଂ ସୈ ନ୍ୟ, ଭାରୀ ଯନ୍ତ୍ରପାତି ଏବଂ ଯାନ୍ତ୍ରିକ ଯାନର ଫ୍ରଣ୍ଟ ଅଞ୍ଚଳକୁ ଦ୍ରୁତ ଗତିରେ ପରିବହନ କରିବାରେ ମଧ୍ୟ ସହାୟକ ହେବ। ପଶ୍ଚିମ ସିଆଙ୍ଗ ଏବଂ ଉପର ସିଆଙ୍ଗ ଜିଲାର ଆଲୋ-ୟିଙ୍ଗକିଙ୍ଗ ମଧ୍ୟରେ ୧୦୦ମିଟର ରାସ୍ତାରେ କ୍ଲାସ-୭୦ଷ୍ଟିଲ ଆର୍କ ନିର୍ମାଣ କରାଯାଇଛି। ଏଥିରେ ୭୨୪.୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହା ସୀମା ସଡକ ସଂଗଠନ ଦ୍ୱାରା ସମ୍ପନ୍ନ ହୋଇଥିବା ୨୮ ଟି ପ୍ରକଳ୍ପ ମଧ୍ୟରୁ ଗୋଟିଏ ।

ପ୍ରତିରକ୍ଷା ମନ୍ତ୍ରୀ ସୀମା ସଡକ ସଂଗଠନର ୨୭ ଟି ପରିଯୋଜନା ଭର୍ଚୁଆଲ ମାଧ୍ୟମରେ ଲୋକାର୍ପଣ କରିଥିଲେ। ସେଥିମଧ୍ୟରୁ ଆଠଟି ଲଦାଖରେ, ଚାରିଟି ଜମ୍ମୁ-କଶ୍ମୀରରେ, ପାଞ୍ଚଟି ଅରୁଣାଚଳ ପ୍ରଦେଶରେ, ତିନୋଟି ସିକିମ ଏବଂ ପଞ୍ଜାବରେ ତଥା ଦୁଇଟି ରାଜସ୍ଥାନରେ ନିର୍ମିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri