Categories: ଖେଳ

ଟାଇଟଲ ଜିତିଲେ ଜିଏମ୍‌ ଗୁକେଶ

କାଷ୍ଟିଲା ଲା ମାଞ୍ଚା(ସ୍ପେନ),୧୮।୪: ଭାରତୀୟ ଯୁବ ଗ୍ରାଣ୍ଡମାଷ୍ଟର ଡି ଗୁକେଶ ୪୮ତମ ଲା ରୋଡା ଅନ୍ତର୍ଜାତୀୟ ଓପନ ଚେସ୍‌ ଟୁର୍ନାମେଣ୍ଟରେ ଚାମ୍ପିୟନ ହୋଇଛନ୍ତି। ୯ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ସେ ସର୍ବାଧିକ ୮ ପଏଣ୍ଟ ସ୍କୋର କରିଥିଲେ।

ପୂରା ପ୍ରତିଯୋଗିତାରେ ଅପରାଜିତ ରହିଥିବା ୧୫ ବର୍ଷୀୟ ଜିଏମ୍‌ ଫାଇନାଲରେ ଇସ୍ରାଏଲର ଭିକ୍ଟେର ମିଖାଲେଭସ୍କିଙ୍କୁ ହରାଇଥିଲେ। ଫଳରେ ସେ ଅର୍ମେନିଆର ହାଇକ ଏମ୍‌ ମାର୍ଟିରୋସିଆନ (୭.୫ ପଏଣ୍ଟ)ଙ୍କୁ ପଛରେ ପକାଇ ଟାଇଟଲ ହାତେଇଛନ୍ତି। ଅନ୍ୟତମ ଭାରତୀୟ ଗ୍ରାଣ୍ଡମାଷ୍ଟର ଆର. ପ୍ରଗଣାନନ୍ଧା ଓ ରୌନକ ସାଧଓ୍ବାନିଙ୍କ ଅନ୍ୟ ଦୁଇ ଜଣ ୭ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଥିଲେ।

Share