Posted inଜାତୀୟ

ଭାରତୀୟ ସମ୍ପତ୍ତିକୁ ଜବତ କରିବା ଖବରକୁ ଖଣ୍ଡନ କଲେ ସରକାର, ଫ୍ରାନ୍ସ ଅଦାଲତରୁ ମିଳିନି କୌଣସି ନିର୍ଦ୍ଦେଶ

ନୂଆଦିଲ୍ଲୀ,୮ ।୭: ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଭାରତ ସହ ଟିକସ ବିବାଦରେ ଫ୍ରାନ୍ସ କୋର୍ଟ ବ୍ରିଟେନର କେର୍ନ ଏନର୍ଜି ସପକ୍ଷରେ ରାୟ ଦେଇଛନ୍ତି । ବ୍ରିଟେନର କେର୍ନ ଏନର୍ଜି ଫ୍ରାନ୍ସରେ ଅବସ୍ଥିତ ସରକାରୀ ସମ୍ପତ୍ତି ଜବତ କରିବା ପାଇଁ କୋର୍ଟରୁ ନିର୍ଦ୍ଦେଶ ମିଳିଥିବା କୌଣସି ଏକ ସୂତ୍ରରୁ ଗୁରୁବାର ଜଣାପଡିଥିଲା । କିନ୍ତୁ ଏହାକୁ ନେଇ ଅର୍ଥ ମନ୍ତ୍ରଣାଳୟ କହିଛି ଭାରତ ସରକାର ଏବାବଦରେ ଫ୍ୟାନ୍ସର କୌଣସି କୋର୍ଟରୁ କିଛି ବି ନିର୍ଦ୍ଦେଶ ପାଇଁ ନାହାନ୍ତି । ତେଣୁ ସରକାର ଏହାକୁ ଖଣ୍ଡନ କରୁଛନ୍ତି । ସୂଚନାଯୋଗ୍ୟ, ଡିସେମ୍ବର ୨୦୨୦ରେ ଇଣ୍ଟରନ୍ୟାଶନାଲ ଆର୍ବିଟ୍ରାଲ ଆୱାର୍ଡ ବାତିଲ କରିବାକୁ ସରକାର ୨୨ ମାର୍ଚ୍ଚ ୨୦୨୧ରେ ଦ ହେଗ କୋର୍ଟ ଅଫ୍ ଅପିଲରେ ଆବେଦନ କରି ସାରିଛନ୍ତି । ତେଣୁ ଅର୍ଥ ମନ୍ତ୍ରଣାଳୟ କହିଛି ସରକାର ଏହାର ସତ୍ୟତା ଜାଣିବାକୁ ଚାହୁଁଛନ୍ତି । ସେତେବେଳେ ବି ଏଭଳି ଆଦେଶ ଗ୍ରହଣ କରାଯାଏ ଯେତେବେଳେ ଭାରତର ସ୍ୱାର୍ଥ ରକ୍ଷା ପାଇଁ ଏହାର ଓକିଲଙ୍କ ସହ ପରାମର୍ଶ କରି ଉପଯୁକ୍ତ ଆଇନଗତ ପଦକ୍ଷେପ ନିଆଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ ମାଛ ତରକାରୀ ନ ରାନ୍ଧିବାରୁ ସ୍ବାମୀ ନେଲେ ଏମିତି ପଦକ୍ଷେପ

ରାଞ୍ଚି,୧୪।୧୧: ଝାଡଖଣ୍ଡର ଗିରିଡିହ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ମାଛ ତରକାରୀ ତିଆରି ନ କରିବାରୁ ସ୍ବାମୀ ନିଜ ସ୍ତ୍ରୀଙ୍କୁ ଜୀବନରୁ ମାରି ଦେଇଛନ୍ତି।...

ଲକଡାଉନ୍ ପରେ ହଟସ୍ପଟ୍ ଉପରେ କଡ଼ା ନଜର ରଖିବା ପାଇଁ ହେବ ସର୍ଭେଲାନ୍ସ

ନୂଆଦିଲ୍ଲୀ,୫ ।୪: ଭାରତରେ ଦେଖାଦେଇଥିବା କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଦିନିଆ ଲକଡାଉନ୍ ଘୋଷଣା କରିଛନ୍ତି ।  ଏହା ଏପ୍ରିଲ୍...

ପରଲୋକରେ ପ୍ରସିଦ୍ଧ କବି ଇନ୍ଦୋରୀ

ଭୋପାଳ,୧୧।୮: ପ୍ରସିଦ୍ଧ କବି ରାହତ ଇନ୍ଦୋରୀଙ୍କ ମଙ୍ଗଳବାର ନିଧନ ଘଟିଛି। ହୃଦ୍‌ଘାତ ହେବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ...

‘ସବ୍‌କା ସାଥ୍‌-ସବ୍‌କା ବିକାଶ’ ଏବେ ପାଲଟିଛି ‘ସବ୍‌କା ସର୍ବନାଶ’: ମମତା

କୋଲକାତା,୧୮।୧୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରିଛନ୍ତି। ବୁଧବାର ନାଗରିକତ୍ୱ ସଂଶୋଧନ ଆଇନ ବିରୋଧରେ ହାଓଡାରେ ଏକ...

ଆଇଟିବିପି ଯବାନଙ୍କୁ ସାଲ୍ୟୁଟ କରୁଥିବା ଶିଶୁର ଭିଡ଼ିଓ ଭାଇରାଲ

ଚୁଶୁଲ୍‌, ୧୨।୧୦: ସୋସିଆଲ୍‌ ମିଡ଼ିଆରେ ଜଣେ ଶିଶୁର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ଶିଶୁ ଜଣକ ଲଦାଖର ଚୁଶୁଲ୍‌ଠାରେ ଆଇଟିବିପି ଯବାନଙ୍କୁ ସାଲ୍ୟୁଟ୍‌ କରୁଥିବାର...

୨୪ ଘଣ୍ଟାରେ କରୋନା ସଂକ୍ରମଣରେ ୫ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୭।୪: ଦିନକୁ ଦିନ ବଢୁଛି କରୋନା ସଂକ୍ରମଣ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ୩୫୪ ନୂଆ ରୋଗୀଙ୍କୁ ଚିହ୍ନଟ କରାଯିବା ପରେ ଏବେ ଦେଶରେ...

୧୧ ଦୋଷୀଙ୍କୁ ଛାଡ଼ିବାକୁ କହି ନ ଥିଲୁ

ନୂଆଦିଲ୍ଲୀ,୨୬ା୮:ବହୁଚର୍ଚ୍ଚିତ ବିଲ୍‌କିସ୍‌ ବାନୋ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ ଜଣଙ୍କ ଦଣ୍ଡ ଛାଡ଼ କରି ଗୁଜରାଟ ସରକାର ଅଗଷ୍ଟ ୧୫ରେ ସେମାନଙ୍କୁ ଜେଲରୁ ମୁକ୍ତ...

୬ ପିଲାଙ୍କୁ କୂଅରେ ପିଙ୍ଗିଦେଲେ ମା’

ମୁମ୍ବାଇ, ୧ା୬: ମହାରାଷ୍ଟ୍ରର ରାଇଗଡ ଜିଲାରେ ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ମହିଳା ନିଜ ୬ ପିଲାଙ୍କୁ କୂଅରେ ଫିଙ୍ଗି ହତ୍ୟା କରିଛନ୍ତି। ସେମାନଙ୍କ...

Advertisement
Archives

Model This Week