Posted inଖେଳ

ଫେସବୁକ୍‌ରୁ ପ୍ରେମ ବିବାହ, ଇନ୍‌ଷ୍ଟାଗ୍ରାମରେ ଶେଷ: ଏମିତି ଥିଲା ଶିଖର ଧାଓ୍ବନଙ୍କ ପ୍ରେମ କାହାଣୀ

ଭାରତୀୟ ଓପନର୍‌ ଶିଖର ଧାୱନ ଏବଂ ଆୟେଶା ମୁଖାର୍ଜୀଙ୍କ ଛାଡପତ୍ର ଖବର ଏକ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି। ଏହି ଦମ୍ପତି ପ୍ରାୟ ୯ ବର୍ଷ ପରେ ଅଲଗା ହୋଇଯାଇଛନ୍ତି। ଛାଡପତ୍ର ଖବର ଉପରେ ଧୱନଙ୍କ ପକ୍ଷରୁ କୌଣସି ବିବୃତ୍ତି ଦିଆଯାଇ ନ ଥିଲେ ମଧ୍ୟ ଆୟେଶା ଇନଷ୍ଟାଗ୍ରାମ ଆକାଉଣ୍ଟରେ ଛାଡପତ୍ର ବିଷୟରେ ଏକ ଭାବୁକ ପୋଷ୍ଟ ଲେଖିଛନ୍ତି। ଫେସବୁକ ମାଧ୍ୟମରେ ଆରମ୍ଭ ହୋଇଥିବା ଏକ ପ୍ରେମ କାହାଣୀର ସମାପ୍ତି ଖବର ଇନଷ୍ଟାଗ୍ରାମ ମାଧ୍ୟମରେ ଶେଷ ହେବ ବୋଲି କେହି ଭାବି ନଥିବେ। ୨୦୧୨ ରେ ଏହି ଦମ୍ପତି ପରସ୍ପରର ହାତ ଧରିଥିଲେ। ଏବଂ ପୁଅ ଜୋରାଭର୍‌ ୨୦୧୪ ରେ ଜନ୍ମ ହୋଇଥିଲେ। ଉଭୟ ନିଜ ଜୀବନରେ ଯେତିକି ସରଳ, ଉଭୟଙ୍କ ପ୍ରେମ କାହାଣୀ ମଧ୍ୟ ସମାନ ଆକର୍ଷଣୀୟ ଥିଲା। ଫେସବୁକରେ ପଞ୍ଜାବୀ ପୁଅ ଧାଓ୍ବାନ ବଙ୍ଗୀୟ ଝିଅ ଆୟେଶା ଫଟୋ ଦେଖି ତାଙ୍କୁ ହୃଦୟ ଦେଇ ବସିଥିଲେ। ଏହା ପରେ ଧାୱନ କୌଣସି ବିଷୟରେ ଚିନ୍ତା ନ କରି ୧୦ ବର୍ଷ ଏବଂ ଦୁଇ ସନ୍ତାନର ମା ଆୟେଶାଙ୍କୁ ମନ ଦେଇ ବସିଥିଲେ। ଆୟେଶାଙ୍କ ପରିବାର ଅଷ୍ଟ୍ରେଲିଆରେ ରୁହନ୍ତି । ତାଙ୍କ ପିତା ବଙ୍ଗାଳୀ ଏବଂ ମାତା ବ୍ରିଟିଶ। ବୃତ୍ତି ଅନୁଯାୟୀ କିକ ବକ୍ସର ଆୟେଶା ଧାୱନଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ଦୁହେଁ ଫେସବୁକ ମାଧ୍ୟମରେ ସାକ୍ଷାତ ହୋଇଥିଲେ।
ଦିନେ ଧାୱନ ଏବଂ ହରଭଜନ ଏକାଠି ବସିଥିଲେ ଏବଂ ଏହି ସମୟରେ ଧାୱନ ହରଭଜନଙ୍କ ଆକାଉଣ୍ଟରେ ଆୟେଶାଙ୍କ ଫଟୋ ଦେଖିଥିଲେ, ଯାହା ପରେ ସେ ଆୟେଶାଙ୍କୁ ଏକ ଫ୍ରେଣ୍ଡ୍‌ ରିକ୍ୱେଷ୍ଟ ପଠାଇଥିଲେ। ଉଭୟ ବନ୍ଧୁ ହେଲେ ଏବଂ ପରେ କଥାବାର୍ତ୍ତା ଆରମ୍ଭ ହେବା ପରେ ସେମାନେ ପରସ୍ପରର ନିକଟତର ହେଲେ। ଦୀର୍ଘ ସମୟ ଧରି ଡେଟିଂ କରିବା ପରେ ଧାୱନ ଆୟେଶାଙ୍କୁ ପ୍ରସ୍ତାବ ଦେଇଥିଲେ। କୁହାଯାଏ ଯେ ପ୍ରଥମେ ଧାୱନଙ୍କ ପରିବାର ଏହି ସମ୍ପର୍କ ପାଇଁ ପ୍ରସ୍ତୁତ ନ ଥିଲେ। ଏହା ପଛର କାରଣ ହେଲା ଆୟେଶା ବୟସରେ ବହୁତ ବଡ଼, ଛାଡପତ୍ର ଏବଂ ଦୁଇ ସନ୍ତାନର ମା’। ତେବେ, ଏହି ସମ୍ପର୍କ ପାଇଁ ଧାୱନ ତାଙ୍କ ପରିବାରକୁ ବୁଝାଇଥିଲେ ଏବଂ ପରେ ଉଭୟ ୨୦୧୨ରେ ବିବାହ କରିଥିଲେ। ଆୟେଶାଙ୍କ ସହ ଧାୱନ ତାଙ୍କ ଦୁଇ ଝିଅ ରିୟା ଏବଂ ଆଲିଆଙ୍କୁ ମଧ୍ୟ ତାଙ୍କ ନାମ ଦେଇଥିଲେ। ସେ ପ୍ରାୟତଃ ନିଜ ଦୁଇ ଝିଅ ସହିତ ଯଥାସମ୍ଭବ ସମୟ ବିତାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଛାଡପତ୍ର କାହିଁକି ହେଲେ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri