Categories: Home Leftଖେଳ

‘ଦୟାକରି ମୋତେ ସାହାଯ୍ୟ କରନ୍ତୁ’, ମୁଖ୍ୟମନ୍ତ୍ରୀଙ୍କୁ ଏମିତି ଅନୁରୋଧ କଲେ ରିଷଭ ପନ୍ତ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୮।୮: ଭାରତୀୟ କ୍ରିକେଟର ରିଷଭ ପନ୍ତ ଗତକାଲି ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କୁ ଏକ ଅନୁରୋଧ କରିଛନ୍ତି। ସେ ସୋସିଆଲ ମିଡିଆରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରି କହିଛନ୍ତି ଯେ ଜମି ଅଧିଗ୍ରହଣରେ ତାଙ୍କୁ ସାହାଯ୍ୟ କରାଯାଉ। ପନ୍ତ କହିଛନ୍ତି ଯେ ସେ ଦିଲ୍ଲୀରୁ ସ୍ଥାନାନ୍ତରିତ ହୋଇ ଉତ୍ତରାଖଣ୍ଡରେ ଏକଘର କରି ରହିବାକୁ ଚାହୁଁଛନ୍ତି। ସୂଚନାଯୋଗ୍ୟ ଯେ ପନ୍ତ ବର୍ତ୍ତମାନ ଶ୍ରୀଲଙ୍କାରେ ଅଛନ୍ତି, ଯେଉଁଠାରେ ଟିମ ଇଣ୍ଡିଆ ଶ୍ରୀଲଙ୍କା ଏକାଦଶ ସହିତ ଏକ ୱାର୍ମ-ଅପ ମ୍ୟାଚ ଖେଳୁଛି। ଅନ୍ୟପକ୍ଷରେ, ଉଭୟ ଦଳର ଟେଷ୍ଟ ସିରିଜ ଅଗଷ୍ଟ ୧୫ରୁ ଆରମ୍ଭ ହେବାକୁ ଯାଉଛି।

ରିଷଭ ପନ୍ତ ସୋସିଆଲ ମିଡିଆ ମାଧ୍ୟମରେ ଜଣାଇଛନ୍ତି ଯେ ସେ ଗତ ୩ ବର୍ଷ ଧରି ଉତ୍ତରାଖଣ୍ଡରେ ଏକ ଭଲ ଜମି କିଣିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ସେ ଏପରି କୌଣସି ସମ୍ପତ୍ତି ପାଇ ପାରୁନାହାଁନ୍ତି, ଯାହା ତାଙ୍କର ଆବଶ୍ୟକତାକୁ ପୂରଣ କରିପାରିବ।

କ୍ରିକେଟ ଟୁର୍ନାମେଣ୍ଟ ଯୋଗୁ ପନ୍ତ ଦିଲ୍ଲୀକୁ ଆସୁଥିଲେ ଏବଂ ହେଲେ ସେଠାରେ ହିଁ ରହିଗଲେ। କିନ୍ତୁ ବର୍ତ୍ତମାନ ଏହି ଭାରତୀୟ ଉଇକେଟ୍‌କିପର ବ୍ୟାଟ୍ସମ୍ୟାନ ପୁନର୍ବାର ନିଜର ମୂଳଦୁଆ ସହିତ ଜଡ଼ିତ ହେବାକୁ ଚାହୁଁଛନ୍ତି, ସେଥିପାଇଁ ସେ ଉତ୍ତରାଖଣ୍ଡରେ ଜମି ଖୋଜିବା ଆରମ୍ଭ କରିଛନ୍ତି।

 

Odisha’s No.1 Odia Daily

Share
Tags: rishabh pant