ଭାରତୀୟ କାଳଗଣନା ବିଜ୍ଞାନସମ୍ମତ

ଡ. ସନ୍ତୋଷ କୁମାର ମହାପାତ୍ର

୨ ଏପ୍ରିଲ ଚୈତ୍ର ଶୁକ୍ଳ ପ୍ରତିପଦା। ଯୁଗାବ୍ଦ ୫୧୨୪, ବିକ୍ରମ ସମ୍ବତ ୨୦୭୯। ଇଂରେଜମାନେ ଭାରତ ଆସିବା ପୂର୍ବରୁ ଏହି ସମ୍ବତ ଭାରତରେ ପ୍ରଚଳିତ ଥିଲା। ସମାଜର ସମ୍ପୂର୍ଣ୍ଣ ଗତିବିଧି ଭାରତୀୟ କାଳଗଣନା ଅନୁସାରେ ସହଜରେ ସଂଚାଳିତ ହେଉଥିଲା। ଆଜି ମଧ୍ୟ ସମାଜର ଏକ ବୃହତ୍‌ ଭାଗ ଭାରତୀୟ ତିଥି, ବାର ଅନୁସାରେ ନିଜ କାର୍ଯ୍ୟକଳାପ ଚଳାଉଛନ୍ତି। ପାଶ୍ଚାତ୍ୟ କାଳଗଣନା ବା ଗ୍ରେଗେରିୟନ କ୍ୟାଲେଣ୍ଡରର ବ୍ୟାପକ ପ୍ରଚଳନ ଓ ପ୍ରତ୍ୟେକ କ୍ଷେତ୍ରରେ ଏହାର ଅନୁପ୍ରବେଶ ସତ୍ତ୍ୱେ ମଧ୍ୟ ଭାରତୀୟ ପାଞ୍ଜିର ମହତ୍ତ କମିଯାଇ ନାହିଁ। ଏବେ ଇଂରାଜୀ କାଳଗଣନାରେ ସମସ୍ତେ ଅଭ୍ୟସ୍ତ। ଏଥିରେ ତିଥି ଓ ମାସ କମେ ନାହିଁ କି ବଢ଼େ ନାହିଁ। ତଥାପି ଏ ଗଣନା ଠିକ ନୁହଁ। ଏହାର ବୈଜ୍ଞାନିକ କାରଣ କେବଳ ଗୋଟିଏ ରହିଛି। ତାହା ହେଲା ପୃଥିବୀ ସୂର୍ଯ୍ୟଙ୍କୁ ଥରେ ପରିକ୍ରମା କରିବା ପାଇଁ ଯେତିକି ସମୟ ନିଏ ତାହା ହେଲା ଗୋଟିଏ ବର୍ଷ।
ପାଶ୍ଚାତ୍ୟ କାଳଗଣନାର ପ୍ରାରମ୍ଭ ରୋମରେ ହୋଇଥିଲା। ପ୍ରାରମ୍ଭରେ ରୋମର ବିଦ୍ୱାନ୍‌ମାନେ ୩୦୪ ଦିନରେ ଏକ ବର୍ଷ ହେଉଛି ବୋଲି କହିଲେ। ମାସର ନାଁ ବି ସେମିତି ରଖିଦେଲେ। ସେପ୍ଟେମ୍ବର ସପ୍ତମ ମାସ, ଅକ୍ଟୋବର ଅଷ୍ଟମ ମାସ, ନଭେମ୍ବର ନବମ ମାସ ଓ ଡିସେମ୍ବର ଦଶମ ମାସ ହେଲା। ପରେ ସିଜର ଜୁଲିଅସ ଓ ସିଜର ଅଗଷ୍ଟସଙ୍କ ନାମ ଅନୁସାରେ ଜୁଲାଇ ଓ ଅଗଷ୍ଟ ଯୋଡ଼ିବା ଦ୍ୱାରା ସପ୍ତମ ମାସ ହେଲା ନବମ, ଅଷ୍ଟମ ହେଲା ଦଶମ, ନବମ ହେଲା ଏକାଦଶ ଓ ଦଶମ ହେଲା ଦାଦଶ ମାସ। ବାର ମାସ ସହିତ ବର୍ଷକ ହେଲା ୩୬୦ ଦିନ।
ଜୁଲିଅସ ସିଜର ଯିଶୁଖ୍ରୀଷ୍ଟଙ୍କ ୪୫ ବର୍ଷ ପୂର୍ବରୁ ୩୬୫.୨୫ ଦିନରେ ଗୋଟିଏ ବର୍ଷ ହେଉଛି ବୋଲି କହିଥିଲେ। ଏଥିପାଇଁ ଅନେକ ବର୍ଷ ପର୍ଯ୍ୟନ୍ତ କ୍ୟାଲେଣ୍ଡରକୁ ଜୁଲିଅନ କ୍ୟାଲେଣ୍ଡର ବୋଲି କୁହାଗଲା। ଜୁଲିଅନ କ୍ୟାଲେଣ୍ଡରରେ ଏକ ବର୍ଷର ସମୟ ଯାହା ଥିଲା ପ୍ରକୃତରେ ପୃଥିବୀ ଦ୍ୱାରା ସୂର୍ଯ୍ୟଙ୍କ ପରିକ୍ରମା ଭିତରେ ଆଉ କିଛି ଅନ୍ତର ଥିଲା। ତେଣୁ ପନ୍ଦର ଶହ ବର୍ଷ ପରେ ଏ ଅନ୍ତର ଏଗାର ଦିନର ହୋଇଗଲା। ସେଥିପାଇଁ ୧୫୩୨ରେ ପୋପ ଗ୍ରେଗେରୀ (୧୩ ତମ) ଜୁଲିଅସ କ୍ୟାଲେଣ୍ଡରକୁ ସଂଶୋଧନ କଲେ। ଏହି ସଂଶୋଧିତ କ୍ୟାଲେଣ୍ଡରକୁ ଗ୍ରେଗେରିଆନ କ୍ୟାଲେଣ୍ଡର କୁହାଯାଏ। ଅନେକ ଦେଶ ଏ କ୍ୟାଲେଣ୍ଡରକୁ ମାନ୍ୟତା ଦେଲେ ନାହିଁ। ଇଂଲଣ୍ଡ ୧୭୩୬ରେ ଏହାକୁ ସ୍ବୀକାର କଲା। କିନ୍ତୁ ଏ ସଂଶୋଧନ ବି ଏ କ୍ୟାଲେଣ୍ଡରକୁ ଠିକ କରିପାରିଲା ନାହିଁ। ଅନ୍ୟପକ୍ଷରେ ଭାରତୀୟ କାଳଗଣନା ସୃଷ୍ଟି ଆରମ୍ଭରୁ ଏ ପର୍ଯ୍ୟନ୍ତ ଏକ ସେକେଣ୍ଡ ମଧ୍ୟ ଅନ୍ତର ଆସୁନାହିଁ।
ଭାରତରେ ମୁଖ୍ୟତଃ ସୂର୍ଯ୍ୟ ଓ ଚନ୍ଦ୍ର କାଳଗଣନା ବ୍ୟବହାର କରାଯାଉଛି। ଏହାର ସମ୍ବନ୍ଧ ସୂର୍ଯ୍ୟ ଓ ଚନ୍ଦ୍ର ସହ ରହିଛି। ଜ୍ୟୋତିଷର ପ୍ରାଚୀନ ଗ୍ରନ୍ଥ ‘ସୂର୍ଯ୍ୟ ସିଦ୍ଧାନ୍ତ’ ଅନୁସାରେ ପୃଥିବୀ ସୂର୍ଯ୍ୟଙ୍କୁ ପ୍ରଦକ୍ଷିଣ କରିବା ପାଇଁ ୩୬୫ ଦିନ ୧୫ ଘଣ୍ଟା ୩୧ ପଲ, ୩୧ ବିପଲ ତଥା ୨୪ ପ୍ରତି ବିପଲ ସମୟ ନିଏ। ଏହା ବର୍ଷକର କାଳଗଣନା । ଏଠାରେ ଧ୍ୟାନ ଦେବା ଯୋଗ୍ୟ ଯେ ସୂର୍ଯ୍ୟ ସିଦ୍ଧାନ୍ତ ଗ୍ରନ୍ଥ ସେତେବେଳର ଯେତେବେଳେ ୟୁରୋପରେ ବର୍ଷକୁ ୩୬୦ ଦିନ ମାନୁଥିଲେ।
ଆକାଶରେ ୨୭ଟି ନକ୍ଷତ୍ର ଅଛନ୍ତି। ଏହି ନକ୍ଷତ୍ରମାନଙ୍କର ୧୦୮ ପାଦ ଅଛି। ବିଭିନ୍ନ ଅବସରରେ ୯-୯ ପାଦ ମିଶି ବାର ରାଶିର ସ୍ବରୂପ ତିଆରି କରନ୍ତି। ସୂର୍ଯ୍ୟ ଯେଉଁ ସମୟରେ ଯେଉଁ ରାଶିରେ ରହିବେ ସେ କାଳଖଣ୍ଡ ସୌର ମାସ କୁହାଯାଏ। ଚନ୍ଦ୍ର ପୃଥିବୀକୁ ଥରେ ପରିକ୍ରମା କରିବା ପାଇଁ ଯେତେ ସମୟ ନିଏ ତାହା ହେଲା ଗୋଟିଏ ଚନ୍ଦ୍ର ମାସ। ଚନ୍ଦ୍ରମାର ଗତି ଅନୁସାରେ ସ୍ଥିର ହୋଇଥିବା ମାସର ସମୟ ନକ୍ଷତ୍ର ଅନୁସାର କମ ବା ଅଧିକ ହୋଇଥାଏ। ଯେଉଁ ନକ୍ଷତ୍ରରେ ଚନ୍ଦ୍ରମା ବଢ଼ି ବଢ଼ି ପୂର୍ଣ୍ଣତାକୁ ପ୍ରାପ୍ତ କରେ ସେହି ନକ୍ଷତ୍ରର ନାମ ଅନୁସାର ଚନ୍ଦ୍ର ବର୍ଷର ମାସ ଗୁଡ଼ିକର ନାମ କରଣ ହୋଇଥାଏ। ଏହି ମାସଗୁଡ଼ିକ ଭାରତରେ ସର୍ବାଧିକ ପ୍ରଚଳିତ । ଚନ୍ଦ୍ରମାସର ବୃଦ୍ଧି ବା କ୍ଷୟ ନକ୍ଷତ୍ରର ସ୍ଥିତି ଅନୁସାର ହୁଏ। ତିନି ବର୍ଷରେ ଥରେ ଏପରି ନିଶ୍ଚିତ ହୋଇଥାଏ। ଚନ୍ଦ୍ର ମାସର ଦୁଇଟି ଅମାବାସ୍ୟା ମଧ୍ୟରେ ସୂର୍ଯ୍ୟଙ୍କ କିଛି ସଂକ୍ରାନ୍ତି ପଡ଼ିଥାଏ। ସେଇ ମାସଟି ବଢ଼ି ଥିବା ମାସ ହୁଏ। ଏହିପରି ୧୪୦ରୁ ୧୯୦ ବର୍ଷ ଭିତରେ ଗୋଟିଏ ଚନ୍ଦ୍ରମାସରେ ଦୁଇଟି ସଂକ୍ରାନ୍ତି ଆସିଥାଏ। ଏହା କମ୍‌ ମାସରେ ଗଣା ହୁଏ। ସୌର ବର୍ଷ ଓ ଚନ୍ଦ୍ର ବର୍ଷ ଭିତରେ ଏହିପରି ସମନ୍ବୟ ରଖାଯାଇଥାଏ।
ବର୍ଷ, ମାସ, ଦିନ ଆଦିର ଗଣନା ସହିତ ପ୍ରାଚୀନ ଭାରତର ବୈଜ୍ଞାନିକଗଣ ସମୟର ସବୁଠୁ ଛୋଟ ଏକକ ତ୍ରୁଟିର ମଧ୍ୟ ଆବିଷ୍କାର କଲେ। ମହାନ ଗଣିତଜ୍ଞ ଭାସ୍କରାଚାର୍ଯ୍ୟ ଆଜିଠୁ ଚୌଦଶହ ବର୍ଷ ପୂର୍ବରୁ ଲେଖିଥିବା ନିଜ ଗ୍ରନ୍ଥରେ ସମୟର ଭାରତୀୟ ଏକକ ଉପରେ ବିଶଦ ବିବେଚନା କରିଛନ୍ତି। ୨୨୫ ତ୍ରୁଟି = ୧ ପ୍ରତି ବିପଲ,୬୦ ପ୍ରତି ବିପଲ = ୧ ବିପଲ(୦.୪ ସେକେଣ୍ଡ), ୬୦ ବିପଲ = ୧ ପଲ(୨୪ ସେକେଣ୍ଡ),୬୦ ପଲ = ୧ ଘଟି(୨୪ ମିନିଟ୍‌), ୨.୫ ଘଟି = ୧ ହୋରା(୧ ଘଣ୍ଟା),୫ ଘଟି ବା ୨ ହୋରା = ୧ ଲଗ୍ନ(୨ ଘଣ୍ଟା), ୬୦ ଘଟି ବା ୨୪ ହୋରା ବା ୧୨ ଲଗ୍ନ = ୧ ଦିନ। ଏଇ ହୋରା (hora) ଶବ୍ଦକୁ ଟିକେ ଉଚ୍ଚାରଣଗତ ପାର୍ଥକ୍ୟ କରି ଇଂରାଜୀରେ ଆୱାର(hour) କହୁଛନ୍ତି।
ଏହିପରି ଦିନକୁ ୨୪ ହୋରା ହୁଏ। ସୃଷ୍ଟି ଆରମ୍ଭର ଚୈତ୍ର ଶୁକ୍ଳ ପ୍ରତିପଦ ତିଥିଟି ରବିବାର ଦିନ ହୋଇଥିଲା। ଏହି ଦିନର ପ୍ରଥମ ହୋରାର ସ୍ବାମୀ ଥିଲେ ସୂର୍ଯ୍ୟ। ତା’ପର ଦିନ ପ୍ରଥମ ହୋରାର ସ୍ବାମୀ ଥିଲେ ଚନ୍ଦ୍ର । ଏଥିପାଇଁ ରବିବାର ପରେ ସୋମ ବାର ଆସିଲା। ଏହିଭଳି ସାତ ଦିନର ନାମ ସାତଟି ଗ୍ରହର ନାମ ଅନୁସାରେ ହେଲା। ଏହା ହିଁ ସର୍ବମାନ୍ୟ । ଏଥିରୁ ସ୍ପଷ୍ଟ ହୁଏ ଯେ ଏତେ ସୂକ୍ଷ୍ମ କାଳ(୧/୩୩,୭୫୦ ସେକେଣ୍ଡ)ର ଗଣନା ମଧ୍ୟ ଭାରତର ଆଚାର୍ଯ୍ୟମାନେ କରିପାରୁଥିଲେ। ଏହିପରି ସମୟର ସବୁଠୁ ବଡ଼ ଏକକ ହେଲା କଳ୍ପ। ଗୋଟିଏ କଳ୍ପ ହେଉଛି ୪୩୨ କୋଟି ବର୍ଷ। ଏକ ହଜାର ମହାଯୁଗରେ ଗୋଟିଏ କଳ୍ପ ହେଉଛି। ୧ କଳ୍ପ = ୧୦୦୦ ଚତୁର୍ଯୁଗ ବା ୧୪ ମନ୍ବନ୍ତର, ୧ ଚତୁର୍ଯୁଗ = ୪୩,୨୦,୦୦୦ ବର୍ଷ। ପ୍ରତ୍ୟେକ ଚତୁର୍ଯୁଗର ସନ୍ଧି କାଳରେ କିଛି ସନ୍ଧି ବର୍ଷ ଆସେ। ତାକୁ ଯୋଡ଼ିଲେ ୧୪ ମନ୍ବନ୍ତରର ମୋଟ ହିସାବ ୧୦୦୦ ମହାଯୁଗ(ଚତୁର୍ଯୁଗୀ) ହେବ। ଏବେ ଶ୍ବେତବାରାହ କଳ୍ପ ଚାଲିଛି। ଏହି କଳ୍ପର ଏବେ ସପ୍ତମ ମନ୍ବନ୍ତର ଚାଲିଛି। ଏହି ମନ୍ବନ୍ତରର ନାମ ହେଲା ବୈବିସ୍ବତ ମନ୍ବନ୍ତର। ଏହି ମନ୍ବନ୍ତରର ୭୧ ମହାଯୁଗ(ଚତୁର୍ଯୁଗୀ)ମଧ୍ୟରୁ ୨୭ଟି ବିତିଯାଇଛି ଏବେ ସତ୍ୟ, ତ୍ରେତୟା, ଦ୍ୱାପର ମଧ୍ୟ ବିତିଯାଇ ଏବେ କଳିଯୁଗ ଚାଲିଛି। କଳି ଯୁଗର ଏବେ ୫୧୨୩ ପୂରି ୫୧୨୪ ଚାଲିବ। ଏହାର ଅର୍ଥ ହେଲା ଶତେବାରାହ କଳ୍ପର ୧୯୭୨୯୪୯୧୨୧ ବର୍ଷ ବିତିଗଲାଣି। ଆଜିର କସ୍‌ମୋଲୋଜି cosmology ମଧ୍ୟ ୨୦୦ କୋଟି ବର୍ଷ ହୋଇଥିବ ବୋଲି କହୁଛି।
ସଂପାଦକ, ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡିଶା, ମୋ: ୯୪୩୭୧୯୧୮୯୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

ଏଇ ଭାରତରେ

ଟ୍ରେନ୍‌ରେ ଏକ ଭ୍ରାମ୍ୟମାଣ ହସ୍ପିଟାଲ ବିଭିନ୍ନ ଷ୍ଟେଶନକୁ ଯାଇ ରୋଗୀଙ୍କ ଚିକିତ୍ସା କରୁଛି। ଏହା ମହାରାଷ୍ଟ୍ରର ଭୁଶାଓ୍ବାଲ ରେଲଓ୍ବେ ଡିଭିଜନର ଚେଷ୍ଟା ଯୋଗୁ ସମ୍ଭବ ହୋଇଛି। ଜାନୁଆରୀ…

ଆଚରଣ-ଉଚ୍ଚାରଣରେ ପ୍ରଭେଦ

ମାନବ ସଭ୍ୟତା ଓ ସଂସ୍କୃତିର ମୂଳଦୁଆ ହେଉଛି ନୈତିକତା, ସହନଶୀଳତା ଏବଂ ସଦ୍‌ଭାବନା। ଏକ ସୁସ୍ଥ ସମାଜ ଗଠନ ପାଇଁ ମଣିଷର କଥା ଓ କାର୍ଯ୍ୟ ମଧ୍ୟରେ…

ଦୋଷ କୁମ୍ଭାରର ନା ମାଟିର

ହଁ ହଁ ସମୁଦୀ। ଇଏ ମୋ ପୁଅ। ଏକୋଇର ବଳା ବିଶିକେଶନ। ଜନମରୁ ଗେହ୍ଲା। ଅଧିକ ସ୍ନେହ ଦେଇ ବଢ଼େଇଛି। ଦିନେ ବି ମୋ ଗାଉଁଲି ଗାଁକୁ…

ଜନସାଂଖ୍ୟିକ ପରିବର୍ତ୍ତନ ଓ ଅର୍ଥନୀତି

ହ୍ରାସ ପାଉଥିବା ଜନ୍ମହାର ଏବଂ ବୃଦ୍ଧି ପାଉଥିବା ଆୟୁଷ ଜନସାଂଖି୍ୟକ ପରିବର୍ତ୍ତନକୁ ସୂଚିତ କରିଛି। ବିଶ୍ୱସ୍ତରରେ ଗତ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri