Posted inଖେଳ

ଦିନ ଶେଷ ହେଲା ହେଲେ ମିଳିଲାନି ଉଇକେଟ

ଲିଡ୍ସ,୨୫।୮ : ପ୍ରଥମେ ତାରକା ଖଚ୍ଚିତ ବ୍ୟାଟିଂ ଲାଇନ୍‌ଅପ୍‌ ଫେଲ୍‌ ହେବାରୁ ଟିମ୍‌ ଇଣ୍ଡିଆ ମାତ୍ର ୭୮ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ତା’ ପରେ ଦିନ ତମାମ ପ୍ରୟାସ କରିଥିଲେ ମଧ୍ୟ ବୋଲରଙ୍କୁ ଗୋଟିଏ ହେଲେ ଉଇକେଟ ମିଳି ନାହିଁ। ଫଳରେ ତୃତୀୟ ଟେଷ୍ଟର ପ୍ରଥମ ଦିନ ସୁଦ୍ଧା ଇଂଲଣ୍ଡ ବିନା କ୍ଷତିରେ ୧୨୦ ରନ୍‌ କରିଛି। ଏଥିସହିତ ପ୍ରଥମ ଇନିଂସରେ ୪୨ ରନ୍‌ର ଅଗ୍ରଣୀ ହାସଲ କରିଛି ଘରୋଇ ଦଳ।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳକୁ ଆରମ୍ଭରୁ ୩ ଝଟ୍‌କା ଦେଇଥିଲେ ଇଂଲଣ୍ଡର ଅଭିଜ୍ଞ ପେସର ଜେମ୍ସ ଆଣ୍ଡରସନ। ଐତିହାସିକ ଲଡର୍‌ସ ଟେଷ୍ଟରେ ଶତକ ହାସଲ କରିଥିବା ରାହୁଲ ଖାତା ଖୋଲି ପାରି ନ ଥିଲେ। ପୂଜାରା ୧ ଓ ୭ ରନ୍‌ କରି ଆଉଟ୍‌ ହୋଇଥିଲେ ଅଧିନାୟକ କୋହଲି। ଏହାପରେ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ ରୋହିତ ଓ ରାହାନେଙ୍କ ଯୋଡ଼ି। କିନ୍ତୁ କିଛି ଖାସ କରି ପାରି ନ ଥିଲେ ଦୁହେଁ। ରାହାନେ (୧୮)ଙ୍କ ପଛେ ପଛେ ଦଳର ସମସ୍ତ ବ୍ୟାଟ୍ସମ୍ୟାନ ପ୍ୟାଭିଲିୟନ ଫେରି ଯାଇଥିଲେ। କ୍ରିଜ୍‌ରେ ଦୀର୍ଘ ସମୟ ଧରି ଛିଡ଼ା ହୋଇଥିବା ରୋହିତ (୧୯) ମଧ୍ୟ ଫେଲ୍‌ ମାରିବାରୁ ଟିମ୍‌ ଇଣ୍ଡିଆ ୭୮ ରନ୍‌ରେ ସୀମିତ ରହିଛି। ଆଣ୍ଡରସନ ଏବଂ କ୍ରେଗ ଓଭରଟନ ୩ ଉଇକେଟ ନେଇଥିବାବେଳେ ଓଲି ରବିନସନ ଓ ସାମ କୁରାନ ୨ ଲେଖାଏ ସଫଳତା ହାତେଇଥିଲେ। ଏହାପରେ ଇଂଲଣ୍ଡ ପାଇଁ ରୋରି ବନର୍‌ସ ଓ ହାସିଦ ହମିଦଙ୍କ ଓପନିଂ ଯୋଡ଼ି ଭାରତୀୟ ପେସରଙ୍କ ଉଚିତ ମୁକାବିଲା କରିଥିଲେ। ଦୁହେଁ ଦିନ ଶେଷ ପର୍ଯ୍ୟନ୍ତ ପିଚ୍‌ରେ ଛିଡ଼ା ହୋଇଥିଲେ। ଫଳରେ ଇଂଲଣ୍ଡ ୪୨ ଓଭରରେ ବିନା କ୍ଷତିରେ ୧୨୦ ରନ୍‌ କରିବାକୁ ସକ୍ଷମ ହୋଇପାରିଛି। ବନର୍‌ସ ୫୨ ଓ ହାମିଦ ୬୦ ରନ୍‌ କରି ଅପରାଜିତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟର ସର୍ବୋଚ୍ଚ ଶିବ ପ୍ରତିମୂର୍ତ୍ତି: ବେଲେଶ୍ୱର ପୀଠରେ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁ…

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଆଜି ହେଉଛି ମହାଶିବରାତ୍ରି ପର୍ବ। ତେଣୁ ରବିବାର ଭଞ୍ଜନଗର ଅଞ୍ଚଳର ସମସ୍ତ ଶୈବ ପୀଠରେ ଭଗବାନ ଶିବଠାକୁରଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ…

Mahashivratri 2026: ଜାଗରରେ ମଙ୍ଗଳଙ୍କ ମହାପରିବର୍ତ୍ତନ, ଏହି ୩ରାଶିର ବାଜିବ ଲଟେରୀ!

ମହାଶିବରାତ୍ରି ପର୍ୱକୁ ଭଗବାନ ଶିବଙ୍କ ପୂଜା ଏବଂ ଭକ୍ତିର ସର୍ୱୋତ୍ତମ ଉତ୍ସବ ଭାବରେ ବିବେଚନା କରାଯାଏ। ଏହି ବର୍ଷ ମହାଶିବରାତ୍ରିକୁ ବହୁତ ସ୍ୱତନ୍ତ୍ର ଭାବରେ ବିବେଚନା କରାଯାଏ…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

India vs Pakistan: ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ସବୁଠୁ ବଡ଼ ଭବିଷ୍ୟବାଣୀ! ଜିତିବ ଏହି ଟିମ୍‌ …

କଲମ୍ୱୋ,୧୫ା୨: ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ୍‌ ୨୦୨୬ର ସବୁଠୁ ହାଇ ଭୋଲଟେଜ୍ ମୁକାବିଲା ଆସନ୍ତାକାଲି ଖେଳାଯିବ । ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ ଘମାଘୋଟ୍‌ ଲଢେଇ ହେବାକୁ ଯାଉଛି…

ମହାଶିବରାତ୍ରିକୁ ନେଇ ଚଳଚଞ୍ଚଳ ଭୋଗରାଇ: ଭକ୍ତଙ୍କ ପ୍ରବଳ ଗହଳି, ଭୋର ୪.୩୦ରେ ଉଠିବ ମହାଦୀପ

ଭୋଗରାଇ, ୧୫।୨(ପ୍ରଦୀପ ଦାସ): ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମନ୍ଦିର l ଏଭଳି…

ମହାଦେବଙ୍କୁ ଆରାଧନା ପାଇଁ ଲାଗିଛି ଲମ୍ବା ଧାଡ଼ି, ସବୁଠି ଶୁଭୁଛି ଓମ୍‌ ନଃ ଶିବାୟ

ବଲାଙ୍ଗୀର,୧୫ା୨(ସୁନିଲ କୁମାର ମହାନ୍ତି): ପବିତ୍ର ମହାଶିବରାତ୍ରି ଅବସରରେ ବଲାଙ୍ଗୀର ଜିଲାର ସମସ୍ତ ଶୈବପୀଠ ରବିବାର ଚଳଚଞ୍ଚଳ ହୋଇଉଠିଛି। ସବୁଠି ଓଁ ନମଃ ଶିବାୟ ଶୁଣିବାକୁ ମିଳୁଛି ।…

ଆଜି ଜାଗର: ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ

ପୁରୁଣା ଭୁବନେଶ୍ୱର,୧୫ା୨(ସୁବାସ ଚନ୍ଦ୍ର ପ୍ରଧାନ): ରବିବାର ମହାଶିବରାତ୍ରି ଓ ଜାଗର ଯାତ୍ରା। ଏନେଇ ଏକାମ୍ର କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି। ମନ୍ଦିର…

ଲମ୍ୱା ଯୁଦ୍ଧ ପାଇଁ ଆମେରିକାର ସଜବାଜ

ଓ୍ୱାଶିଂଟନ୍‌,୧୫ା୨: ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ଫେଲ୍‌ ମାରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଗତ ସପ୍ତାହରେ ଓମାନ ମଧ୍ୟସ୍ଥତାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri