Posted inଜାତୀୟ

ଶତ୍ରୁ ସହ ଲଢ଼ି ଶହୀଦ ହୋଇଗଲା ‘ଫାଣ୍ଟମ୍‌’; ଜାଣନ୍ତୁ ଭାରତୀୟ ସେନାରେ କିଭଳି ହୋଇଥାଏ କୁକୁରଙ୍କ ଭର୍ତ୍ତି, ଟ୍ରେନିଂରେ କ’ଣ ଶିଖାଯାଏ?

ଶ୍ରୀନଗର,୩୦।୧୦: ଜମ୍ମୁ କଶ୍ମୀରର ଅଖନୁରରେ ଭାରତୀୟ ସେନା ପକ୍ଷରୁ ସୋମବାର ଏବଂ ମଙ୍ଗଳବାର ଏନ୍‌କାଉଣ୍ଟର ଅପରେଶନ କରାଯାଇଥିଲା। ସୁରକ୍ଷାକର୍ମୀମାନେ ୩ ଆତଙ୍କବାଦୀଙ୍କୁ ନିହତ କରିଥିଲେ। ଏହି ଏନକାଉଣ୍ଟରରେ ଭାରତୀୟ ସେନାର K9 ଫାଣ୍ଟମ କୁକୁର ମଧ୍ୟ ଶହୀଦ ହୋଇଛି। ଯେତେବେଳେ ଯବାନମାନେ ଫସି ରହିଥିଲେ, ସେତେବେଳେ ଫାଣ୍ଟମ ଶତ୍ରୁର ଗୁଳି ଖାଇଥିଲେ। ସେ ଆହତ ହୋଇ ଶହୀଦ ହୋଇଥିଲେ। ଫାଣ୍ଟମଙ୍କ ସାହସ, ଉତ୍ସର୍ଗୀକୃତତା ଏବଂ ବିଶ୍ୱସ୍ତତାକୁ ସେନା ଭୁଲିବ ନାହିଁ ବୋଲି ଜମ୍ମୁର ପ୍ରତିରକ୍ଷା ପିଆର୍‌ଓ କହିଛନ୍ତି।

ତେବେ ଭାରତୀୟ ସେନାରେ କୁକୁରଙ୍କ ଭର୍ତ୍ତି ସହଜ ନୁହେଁ। ତାଙ୍କୁ ଅନେକ ପର୍ଯ୍ୟାୟରେ ଟ୍ରେନିଂ ଦେଇ ଯିବାକୁ ପଡ଼ିଥାଏ। ଏମିତିରେ କିଭଳି ଭାବେ କୁକୁରଙ୍କୁ ଭର୍ତ୍ତି କରାଯାଏ ? ଟ୍ରେନିଂରେ  ସେମାନଙ୍କୁ କ’ଣ କ’ଣ ଶିଖାଯାଇଥାଏ। କେଉଁ ପ୍ରଜାତିର କୁକୁରଙ୍କୁ ପ୍ରାଧାନ୍ୟ ଦିଆଯାଏ? ବୋଲି ମନରେ ପ୍ରଶ୍ନ ଉଙ୍କିଥାଏ।
ଭାରତୀୟ ସେନାରେ କୁକୁରଙ୍କ ଭର୍ତ୍ତି ଲାଗି ଅନେକ ପ୍ରକ୍ରିୟା ରହିଛି। ସେମାନଙ୍କୁ ବୁଦ୍ଧିମତା, ଫୁର୍ତ୍ତି, ଅନୁଶାସନପ୍ରିୟତା ଆଧାରରେ ଚୟନ କରାଯାଇଥାଏ। ଯେମିତିକି ଗ୍ରେଟ୍‌ ସ୍ବିସ୍‌ ମାଉଣ୍ଟେନ, ଜର୍ମାନ ଶେଫଡ୍‌, ବେଲ୍‌ଜିଅନ୍‌ ମାଲିନୋଇସ୍‌, ଲାବ୍ରାଡୋର ରିଟ୍ରିଭର୍ସ, ଲାବ୍ରାଡୋର ଆଦିକୁ ସେନାରେ ସାମିଲ କରାଯାଇଛି। ଦୀର୍ଘଦିନରୁ ଭାରତୀୟ ସେନାରେ ବିଦେଶୀ ପ୍ରଜାତିର କୁକୁରଙ୍କୁ ସାମିଲ କରିବାର ପରମ୍ପରା ରହିଛି। ହେଲେ ୨୦୧୭ରେ ସେନାରେ ଭାରତୀୟ ପ୍ରଜାତିର କୁକୁରଙ୍କୁ ସାମିଲ କରାଯିବା ଆରମ୍ଭ ହୋଇଛି।
କୁକୁରଙ୍କ ଟ୍ରେନିଂ ମଧ୍ୟ ସହଜ ନୁହେଁ। ଅନେକ ପର୍ଯ୍ୟାୟରେ କଠିନ ଟ୍ରେନିଂ ପରେ ସେମାନେ ସେନାରେ ସାମିଲ ହୋଇଥାନ୍ତି। ମୁଖ୍ୟତଃ ତାଙ୍କ ଟ୍ରେନିଂ ମେରଟର ରିମାଉଣ୍ଟ ଆଣ୍ଡ ଭେଟେନାରୀ କୋର ସେଣ୍ଟର ଆଣ୍ଡ କଲେଜରେ ହୋଇଥାଏ। ୧୯୬୦ରୁ ଆରମ୍ଭ ହୋଇଥିବା ଏହି ଟ୍ରେନିଂ ସେଣ୍ଟରରେ ଅନେକେ ମାସ ଯାଏ ଟ୍ରେନିଂ ଦିଆଯାଇଥାଏ। ସାଧାରଣତଃ ସେମାନଙ୍କୁ ପ୍ରାୟ ୧୦ ମାସ ଯାଏ ତାଲିମ ଦିଆଯାଏ।
ଟ୍ରେନିଂ ସମୟରେ କୁକୁରଙ୍କ ବିଶ୍ୱାସନୀୟତା ଏବଂ ଯୁଦ୍ଧ କୌଶଳକୁ ପ୍ରଖର କରାଯାଏ। ଏହାପରେ ସେମାନେ ସେନାରେ ସାମିଲ ହେବାର ଯୋଗ୍ୟ ହୁଅନ୍ତି। ପ୍ରତ୍ୟେକ କୁକୁରଙ୍କ ଜଣେ ହ୍ୟାଣ୍ଡଲର୍‌ ଥାନ୍ତି, ଯିଏ ତାଙ୍କୁ ପ୍ରତ୍ୟେହ ଟ୍ରେନିଂ ଦେବା ସହ ଗାଇଡ୍‌ କରିଥାନ୍ତି।
ବିଶେଷକରି କୁକୁରମାନଙ୍କୁ ଉଦ୍ଧାର ଏବଂ ସର୍ଚ୍ଚ ଅପରେଶନ ଚଳାଇବାରେ ଦକ୍ଷତାକୁ ବଢ଼ାଇବା ସହ ବିସ୍ଫୋରକ ସାମଗ୍ରୀ ଜବତ ଏବଂ ଲ୍ୟାଣ୍ଡମାଇନ ଚିହ୍ନଟ କରିବାରେ ଯବାନମାନଙ୍କୁ ସାହାଯ୍ୟ କରିବାକୁ ତାଲିମ ଦିଆଯାଇଥାଏ। ଯୁଦ୍ଧ ପରିସ୍ଥିତିରେ ତାଙ୍କୁ କେବେ ଭୁକିବା ଉଚିତ ଏବଂ ଉଚିତ ନୁହେଁ ଏହା ମଧ୍ୟ ଶିଖାଯାଇଥାଏ। ଏହାଦ୍ୱାରା ଶତ୍ରୁଙ୍କୁ ତାଙ୍କ ବିଷୟରେ ଜଣାପଡ଼ିବ ନାହିଁ। ଏଣୁ ସେମାନଙ୍କୁ କଠୋର ତାଲିମ ଦେଇ ଗତି କରିବାକୁ ପଡ଼ିଥାଏ। ଗୁଳିମାଡ଼ ଏବଂ ଉତ୍ତେଜନା ପରିସ୍ଥିତିରେ କିଭଳି ଶାନ୍ତ ରହିବା ତାହା ଶିକ୍ଷା ଦିଆଯାଇଥାଏ।
ତେବେ ସେନାରେ ୩୦ରୁ ଅଧିକ ଡଗ୍‌ ୟୁନିଟ୍‌ ରହିଛି। ଗୋଟିଏ ୟୁନିଟ୍‌ରେ ପ୍ରାୟ ୨୪ କୁକୁର ରହିଥାନ୍ତି। ସେମାନଙ୍କ ମଧ୍ୟରୁ କେବଳ ଜମ୍ମୁ କଶ୍ମୀରରେ ୧୨ ଡଗ୍‌ ୟୁନିଟ୍‌ ରହିଛି। ସେନାରେ କୁକୁରଙ୍କ ନିଯୁକ୍ତି ୧୩ ରୁ ୧୫ ମାସ ବୟସରେ କରାଯାଇଥାଏ। ୮-୧୦ ବର୍ଷ ବୟସରେ ସେମାନଙ୍କୁ ସେବାନିବୃତ କରିଦିଆଯାଏ। ଜନ୍ମରୁ ନେଇ ସେନାର ଡ୍ୟୁଟି ଏବଂ ଅବସର ହେବା ଯାଏ ତାଙ୍କୁ ଯତ୍ନ ନିଆଯାଏ। ଅବସର ପରେ ମଧ୍ୟ ସେନାର କୁକୁରଙ୍କୁ ପୋଷ୍ୟ ଭାବେ ନିଆଯାଇପାରେ। ସେହି ବ୍ୟକ୍ତିଙ୍କୁ ବଣ୍ଡରେ ଦସ୍ତଖତ କରିବାକୁ ପଡେ, ଯେଉଁଥିରେ ସେ କୁକୁରଙ୍କ ଯତ୍ନ ନେବେ ବୋଲି ଉଲ୍ଲେଖ ଥାଏ।

Enter your email to get our daily news in your inbox.

All Right Reserved By Dharitri.Com

ମକର ରାଶିରେ ରାହୁଙ୍କ ପ୍ରବେଶ: ୨୦୨୮ ଯାଏ ୫ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ହାତକୁ ଆସିବ ପ୍ରଚୁର ଟଙ୍କା, ବ୍ୟବସାୟରେ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମକର ରାଶିକୁ କର୍ମ, ଅଧିକାର ଓ ସଂଘର୍ଷ ପରେ ସଫଳତାର ପ୍ରତୀକ ଭାବେ ଦେଖାଯାଏ। ଶନିଙ୍କ ଅଧିପତ୍ୟ ଥିବା ଏହି ରାଶିରେ…

ଅବହେଳିତ କଳାହାଣ୍ଡିର ଲୋକନୃତ୍ୟ ‘ଘୁମୁରା’: ପ୍ରଶିକ୍ଷଣ କେନ୍ଦ୍ରରେ ଝୁଲୁଛି ତାଲା

ଭବାନୀପାଟଣା, ୧୬ା୯ (ଉତ୍ତମ କୁମାର ଦାଶ):କଳାହାଣ୍ଡିର ଲୋକନୃତ୍ୟ ଘୁମୁରାକୁ ଆହୁରି ସମୃଦ୍ଧ କରିବା ପାଇଁ ରାଜ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ…

ଫ୍ରାଜାଇଲ ଫାଇଭ୍‌

ବର୍ତ୍ତମାନର କେନ୍ଦ୍ର ସରକାର ବାରମ୍ବାର କହୁଛନ୍ତି, ଦେଶରେ ସବୁ କିଛି ଠିକ୍‌ଠାକ୍‌ ଚାଲିଛି। ୨୦୧୪ ପୂର୍ବରୁ ଭାରତ ‘ଫ୍ରାଜାଇଲ ଫାଇଭ୍‌’ ଅର୍ଥନୀତିରେ ଥିବା ବେଳେ ଏହାର ଅଭିବୃଦ୍ଧି…

ଲୋନ୍‌ ନେଇଥିବା ଲୋକଙ୍କୁ ଲାଗିବ ବଡ଼ ଝଟକା: ମହଙ୍ଗା ହେବ EMI! ଅକ୍ଟୋବରରୁ RBI …

ନୂଆଦିଲ୍ଲୀ,୧୬।୯: ଯଦି ଆପଣ ବ୍ୟାଙ୍କରୁ ହୋମ ଲୋନ, କାର୍‌ ଲୋନ କିମ୍ବା ପର୍ସନାଲ ଲୋନ ନେଇଛନ୍ତି, ତେବେ ଆଗାମୀ ଦିନରେ ଆପଣଙ୍କ ଉପରେ ଅତିରିକ୍ତ EMI ବୋଝ…

ଚା’-ପକୋଡ଼ି, ପରିବା ବ୍ୟବସାୟୀଙ୍କ ଟେନସନ ବଢ଼ିବ! UPIର ୧ ଲକ୍ଷ ଲିମିଟ୍‌କୁ ନେଇ ଦେଶରେ ହଇଚଇ

ନୂଆଦିଲ୍ଲୀ, ୧୬।୯: UPI ପେମେଣ୍ଟକୁ ନେଇ ଏବେ ବଡ଼ ଚର୍ଚ୍ଚା। ଦୁଇ ହଜାର ଟଙ୍କାରୁ ଅଧିକ ମର୍ଚ୍ଚାଣ୍ଟ UPI ପେମେଣ୍ଟ ଉପରେ MDR ବା Merchant Discount…

ସେକ୍ସ ରାକେଟ ଠାବ: ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କ ଘରେ ଚାଲିଥିଲା…

ଅନୁଗୋଳ,୧୬ା୯ (ଜ୍ୟୋତିରଞ୍ଜନ ସାହୁ):ଘର ଆଗରେ ନେମପ୍ଲେଟ ଲାଗିଛି। ଅବସରପ୍ରାପ୍ତ ପୋଲିସ କର୍ମଚାରୀ ବୋଲି ସେଥିରେ ଉଲ୍ଲେଖ ରହିଛି। ହେଲେ ଉକ୍ତ ଘରେ ଦେହ ବ୍ୟବସାୟ ଚାଲିଥିବା ଭଳି…

ଅଭିନେତ୍ରୀଙ୍କୁ ଏକତରଫା ପ୍ରେମ କରୁଥିଲେ ସହନିର୍ଦ୍ଦେଶକ,ଜଣାପଡ଼ିବା ପରେ ଘଟିଲା…

ଭୁବନେଶ୍ୱର,୧୬।୯ (ପ୍ରସନଜିତ ସାହୁ):ଧାରାବାହିକ ଅଭିନେତ୍ରୀଙ୍କୁ ଏକତରଫା ପ୍ରେମ କରି ତାଙ୍କ ଫଟୋ ଭାଇରାଲ ଘଟଣା ସାମ୍ନାକୁ ଆସିଛି। ଏନେଇ ସମ୍ପୃକ୍ତ ଅଭିନେତ୍ରୀ ଥାନାରେ ଅଭିଯୋଗ କରିବା ପରେ…

୬,୬,୬,୬…, ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ଦାଜରେ ବ୍ୟାଟିଂ କଲେ ସଞ୍ଜୁ, ଷ୍ଟ୍ରାଇକ ରେଟ୍‌ ଦେଖି ଉଡ଼ିଯିବ ହୋସ

ନୂଆଦିଲ୍ଲୀ,୧୬।୯: ଆଫଗାନିସ୍ତାନ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚରେ ବ୍ୟାଟରେ ଜବରଦସ୍ତ ଜବାବ ଦେଇଛନ୍ତି ସଞ୍ଜୁ ସାମସନ। ପ୍ରଥମ ମ୍ୟାଚରେ ମାତ୍ର ୧୦ ରନ କରି ଆଉଟ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?