Posted inଜାତୀୟ

ଶତ୍ରୁ ସହ ଲଢ଼ି ଶହୀଦ ହୋଇଗଲା ‘ଫାଣ୍ଟମ୍‌’; ଜାଣନ୍ତୁ ଭାରତୀୟ ସେନାରେ କିଭଳି ହୋଇଥାଏ କୁକୁରଙ୍କ ଭର୍ତ୍ତି, ଟ୍ରେନିଂରେ କ’ଣ ଶିଖାଯାଏ?

ଶ୍ରୀନଗର,୩୦।୧୦: ଜମ୍ମୁ କଶ୍ମୀରର ଅଖନୁରରେ ଭାରତୀୟ ସେନା ପକ୍ଷରୁ ସୋମବାର ଏବଂ ମଙ୍ଗଳବାର ଏନ୍‌କାଉଣ୍ଟର ଅପରେଶନ କରାଯାଇଥିଲା। ସୁରକ୍ଷାକର୍ମୀମାନେ ୩ ଆତଙ୍କବାଦୀଙ୍କୁ ନିହତ କରିଥିଲେ। ଏହି ଏନକାଉଣ୍ଟରରେ ଭାରତୀୟ ସେନାର K9 ଫାଣ୍ଟମ କୁକୁର ମଧ୍ୟ ଶହୀଦ ହୋଇଛି। ଯେତେବେଳେ ଯବାନମାନେ ଫସି ରହିଥିଲେ, ସେତେବେଳେ ଫାଣ୍ଟମ ଶତ୍ରୁର ଗୁଳି ଖାଇଥିଲେ। ସେ ଆହତ ହୋଇ ଶହୀଦ ହୋଇଥିଲେ। ଫାଣ୍ଟମଙ୍କ ସାହସ, ଉତ୍ସର୍ଗୀକୃତତା ଏବଂ ବିଶ୍ୱସ୍ତତାକୁ ସେନା ଭୁଲିବ ନାହିଁ ବୋଲି ଜମ୍ମୁର ପ୍ରତିରକ୍ଷା ପିଆର୍‌ଓ କହିଛନ୍ତି।

ତେବେ ଭାରତୀୟ ସେନାରେ କୁକୁରଙ୍କ ଭର୍ତ୍ତି ସହଜ ନୁହେଁ। ତାଙ୍କୁ ଅନେକ ପର୍ଯ୍ୟାୟରେ ଟ୍ରେନିଂ ଦେଇ ଯିବାକୁ ପଡ଼ିଥାଏ। ଏମିତିରେ କିଭଳି ଭାବେ କୁକୁରଙ୍କୁ ଭର୍ତ୍ତି କରାଯାଏ ? ଟ୍ରେନିଂରେ  ସେମାନଙ୍କୁ କ’ଣ କ’ଣ ଶିଖାଯାଇଥାଏ। କେଉଁ ପ୍ରଜାତିର କୁକୁରଙ୍କୁ ପ୍ରାଧାନ୍ୟ ଦିଆଯାଏ? ବୋଲି ମନରେ ପ୍ରଶ୍ନ ଉଙ୍କିଥାଏ।
ଭାରତୀୟ ସେନାରେ କୁକୁରଙ୍କ ଭର୍ତ୍ତି ଲାଗି ଅନେକ ପ୍ରକ୍ରିୟା ରହିଛି। ସେମାନଙ୍କୁ ବୁଦ୍ଧିମତା, ଫୁର୍ତ୍ତି, ଅନୁଶାସନପ୍ରିୟତା ଆଧାରରେ ଚୟନ କରାଯାଇଥାଏ। ଯେମିତିକି ଗ୍ରେଟ୍‌ ସ୍ବିସ୍‌ ମାଉଣ୍ଟେନ, ଜର୍ମାନ ଶେଫଡ୍‌, ବେଲ୍‌ଜିଅନ୍‌ ମାଲିନୋଇସ୍‌, ଲାବ୍ରାଡୋର ରିଟ୍ରିଭର୍ସ, ଲାବ୍ରାଡୋର ଆଦିକୁ ସେନାରେ ସାମିଲ କରାଯାଇଛି। ଦୀର୍ଘଦିନରୁ ଭାରତୀୟ ସେନାରେ ବିଦେଶୀ ପ୍ରଜାତିର କୁକୁରଙ୍କୁ ସାମିଲ କରିବାର ପରମ୍ପରା ରହିଛି। ହେଲେ ୨୦୧୭ରେ ସେନାରେ ଭାରତୀୟ ପ୍ରଜାତିର କୁକୁରଙ୍କୁ ସାମିଲ କରାଯିବା ଆରମ୍ଭ ହୋଇଛି।
କୁକୁରଙ୍କ ଟ୍ରେନିଂ ମଧ୍ୟ ସହଜ ନୁହେଁ। ଅନେକ ପର୍ଯ୍ୟାୟରେ କଠିନ ଟ୍ରେନିଂ ପରେ ସେମାନେ ସେନାରେ ସାମିଲ ହୋଇଥାନ୍ତି। ମୁଖ୍ୟତଃ ତାଙ୍କ ଟ୍ରେନିଂ ମେରଟର ରିମାଉଣ୍ଟ ଆଣ୍ଡ ଭେଟେନାରୀ କୋର ସେଣ୍ଟର ଆଣ୍ଡ କଲେଜରେ ହୋଇଥାଏ। ୧୯୬୦ରୁ ଆରମ୍ଭ ହୋଇଥିବା ଏହି ଟ୍ରେନିଂ ସେଣ୍ଟରରେ ଅନେକେ ମାସ ଯାଏ ଟ୍ରେନିଂ ଦିଆଯାଇଥାଏ। ସାଧାରଣତଃ ସେମାନଙ୍କୁ ପ୍ରାୟ ୧୦ ମାସ ଯାଏ ତାଲିମ ଦିଆଯାଏ।
ଟ୍ରେନିଂ ସମୟରେ କୁକୁରଙ୍କ ବିଶ୍ୱାସନୀୟତା ଏବଂ ଯୁଦ୍ଧ କୌଶଳକୁ ପ୍ରଖର କରାଯାଏ। ଏହାପରେ ସେମାନେ ସେନାରେ ସାମିଲ ହେବାର ଯୋଗ୍ୟ ହୁଅନ୍ତି। ପ୍ରତ୍ୟେକ କୁକୁରଙ୍କ ଜଣେ ହ୍ୟାଣ୍ଡଲର୍‌ ଥାନ୍ତି, ଯିଏ ତାଙ୍କୁ ପ୍ରତ୍ୟେହ ଟ୍ରେନିଂ ଦେବା ସହ ଗାଇଡ୍‌ କରିଥାନ୍ତି।
ବିଶେଷକରି କୁକୁରମାନଙ୍କୁ ଉଦ୍ଧାର ଏବଂ ସର୍ଚ୍ଚ ଅପରେଶନ ଚଳାଇବାରେ ଦକ୍ଷତାକୁ ବଢ଼ାଇବା ସହ ବିସ୍ଫୋରକ ସାମଗ୍ରୀ ଜବତ ଏବଂ ଲ୍ୟାଣ୍ଡମାଇନ ଚିହ୍ନଟ କରିବାରେ ଯବାନମାନଙ୍କୁ ସାହାଯ୍ୟ କରିବାକୁ ତାଲିମ ଦିଆଯାଇଥାଏ। ଯୁଦ୍ଧ ପରିସ୍ଥିତିରେ ତାଙ୍କୁ କେବେ ଭୁକିବା ଉଚିତ ଏବଂ ଉଚିତ ନୁହେଁ ଏହା ମଧ୍ୟ ଶିଖାଯାଇଥାଏ। ଏହାଦ୍ୱାରା ଶତ୍ରୁଙ୍କୁ ତାଙ୍କ ବିଷୟରେ ଜଣାପଡ଼ିବ ନାହିଁ। ଏଣୁ ସେମାନଙ୍କୁ କଠୋର ତାଲିମ ଦେଇ ଗତି କରିବାକୁ ପଡ଼ିଥାଏ। ଗୁଳିମାଡ଼ ଏବଂ ଉତ୍ତେଜନା ପରିସ୍ଥିତିରେ କିଭଳି ଶାନ୍ତ ରହିବା ତାହା ଶିକ୍ଷା ଦିଆଯାଇଥାଏ।
ତେବେ ସେନାରେ ୩୦ରୁ ଅଧିକ ଡଗ୍‌ ୟୁନିଟ୍‌ ରହିଛି। ଗୋଟିଏ ୟୁନିଟ୍‌ରେ ପ୍ରାୟ ୨୪ କୁକୁର ରହିଥାନ୍ତି। ସେମାନଙ୍କ ମଧ୍ୟରୁ କେବଳ ଜମ୍ମୁ କଶ୍ମୀରରେ ୧୨ ଡଗ୍‌ ୟୁନିଟ୍‌ ରହିଛି। ସେନାରେ କୁକୁରଙ୍କ ନିଯୁକ୍ତି ୧୩ ରୁ ୧୫ ମାସ ବୟସରେ କରାଯାଇଥାଏ। ୮-୧୦ ବର୍ଷ ବୟସରେ ସେମାନଙ୍କୁ ସେବାନିବୃତ କରିଦିଆଯାଏ। ଜନ୍ମରୁ ନେଇ ସେନାର ଡ୍ୟୁଟି ଏବଂ ଅବସର ହେବା ଯାଏ ତାଙ୍କୁ ଯତ୍ନ ନିଆଯାଏ। ଅବସର ପରେ ମଧ୍ୟ ସେନାର କୁକୁରଙ୍କୁ ପୋଷ୍ୟ ଭାବେ ନିଆଯାଇପାରେ। ସେହି ବ୍ୟକ୍ତିଙ୍କୁ ବଣ୍ଡରେ ଦସ୍ତଖତ କରିବାକୁ ପଡେ, ଯେଉଁଥିରେ ସେ କୁକୁରଙ୍କ ଯତ୍ନ ନେବେ ବୋଲି ଉଲ୍ଲେଖ ଥାଏ।

Enter your email to get our daily news in your inbox.

All Right Reserved By Dharitri.Com

ଗୋଲାପଙ୍କୁ ପୋଡ଼ି ମାରିବାକୁ ଉଦ୍ୟମ କରିଥିଲେ ଶ୍ୱଶୁର ଘର ଲୋକେ: ପୋଲିସ ନେଲା…

ଆନନ୍ଦପୁର, ୩୦।୧(ସୁଶାନ୍ତ କୁମାର ସାହୁ): ବୋହୂଙ୍କୁ ଘର ଭିତରେ କବାଟ ଦେଇ ପୋଡି ମାରିଦେବାକୁ ଉଦ୍ୟମ କଲେ ଶ୍ୱଶୁର ଘର ଲୋକେ। ଏଭଳି ଏକ ସମ୍ବେଦନଶୀଳ ଘଟଣା…

୪ ମନ୍ଦିରରୁ ଏକାବେଳକେ ଚୋରି କଲେ ଦୁର୍ବୃତ୍ତ: ନେଇଗଲେ …

ଆନନ୍ଦପୁର,୩୦।୧(ସୁଶାନ୍ତ କୁମାର ସାହୁ): ଏକ ସାଙ୍ଗରେ ଚାରୋଟି ମନ୍ଦିରର ଚୋରି। ମନ୍ଦିର ତାଲା ଭାଙ୍ଗି ଲୁଟିନେଲେ ଦେବା ଦେବୀଙ୍କ ସୁନା ରୁପା ଅଳଙ୍କାର। ସହ ଦାନ ବାକ୍ସ।…

୧, ୨ କି ୩ ନୁହେଁ, ୯ଟି ଶୁଭ ସଂଯୋଗରେ ଆସିବ ଏଥର ବଜେଟ୍‌

ନୂଆଦିଲ୍ଲୀ,୩୦।୧: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ରେ ସାଧାରଣ ବଜେଟ ଉପସ୍ଥାପନ କରିବେ। ବଜେଟ ଦିବସ ସମସ୍ତ ବର୍ଗର ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଗୁରୁତ୍ୱପୂର୍ଣ୍ଣ…

ଧାର ଟଙ୍କା ମାଗିବାରୁ ଗୁଳିମାଡ଼, ନଷ୍ଟ ହେଲା ବ୍ୟକ୍ତିଙ୍କ ଆଖି

ଭୁବନ,୩୦ା୧(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ବାରୁଆ (ଖ) ଗ୍ରାମର ପଞ୍ଚାନନ ରାଉତ ଧାନ କିଣିବା ପାଇଁ ଦେଇଥିବା ଟଙ୍କା ମାଗିବାରୁ ଗୁରୁବାର ରାତି…

ବିନା ଗ୍ରାମସଭାରେ ‘ଇଡକୋ’କୁ ଜମି ହସ୍ତାନ୍ତର ଅଭିଯୋଗ: ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଥୁଆମୁଳ ରାମପୁର,୩୦।୧(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଲକରେ ଜମି ଅଧିକାରକୁ ନେଇ ପୁଣିଥରେ ସ୍ବର ତୀବ୍ର ହୋଇଛି। ଗୁଣପୁର ପଞ୍ଚାୟତର ପୁଲିଙ୍ଗପଦର ଗ୍ରାମବାସୀ ନିଜର ସାମ୍ବିଧାନିକ…

T20 ବିଶ୍ୱକପ ପୂର୍ବରୁ ଭାରତ ବିରୋଧରେ ବଡ଼ ଷଡଯନ୍ତ୍ର: ଖୋଲିଗଲା ପାକିସ୍ତାନର ପୋଲ୍‌

ଇସଲାମାବାଦ୍‌,୩୦।୧: ଭାରତରେ ଫେବୃଆରୀ ୭ରୁ ଆରମ୍ଭ ହେଉଥିବା T20 ବିଶ୍ୱକପ ପୂର୍ବରୁ ପଡ଼ୋଶୀ ପାକିସ୍ତାନ ନିପା ଭାଇରସ ସମ୍ପର୍କରେ ଭାରତ ବିରୋଧରେ ଏକ ନକଲି ଅଭିଯାନ ଚଳାଇଛି।…

ଭାଜପା ଏମ୍‌ପିଙ୍କ ବଡ଼ ବୟାନ, ‘ଯଦି ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ପଦବୀ ଦିଆଯାଏ, ତା’ହେଲେ…’

ନୂଆଦିଲ୍ଲୀ,୩୦।୧: ଅଜିତ ପାୱାରଙ୍କ ଦେହାନ୍ତ ପରେ ଦୁଇ ଏନସିପି ଗୋଷ୍ଠୀ ଏକାଠି ହେବାର ଆଲୋଚନା ହୋଉଛି। ଏହି ସମୟରେ, ଭାଜପା ରାଜ୍ୟ ସଭା ଏମ୍‌ପି ଧନଞ୍ଜୟ ମହାଦିକ…

ଆଧାରକାର୍ଡ କରିଦେବେ କହି ଦିବ୍ୟାଙ୍ଗଙ୍କ ନାଁରେ ଲୋନ କରି କିଣିନେଲେ ଗାଡ଼ି, ସରକାରୀ ସାହାଯ୍ୟ ଦେବା ଆଶାରେ…

ଧର୍ମଶାଳା,୩୦।୧(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଚାନ୍ଦପୁର ଗ୍ରାମର ଅନଗ୍ରସର ବ୍ୟକ୍ତି ଦୁର୍ଯ୍ୟୋଧନ ମଳିକ ଠକାମିର ଶିକାର ହୋଇଥିବା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri