Categories: ଖେଳ

ଟସ୍‌ ଜିତିଲା ଭାରତ

ଲର୍ଡସ,୧୪।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ ଆଜି ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ବିରାଟ କୋହଲି ଦଳକୁ ଫେରିଥିବାବେଳେ ଏବଂ ଶ୍ରେୟସ ଆୟାରଙ୍କୁ ଦଳରୁ ବାଦ ଦିଆଯାଇଛି। ଆହତ କାରଣରୁ ବିରାଟ ଚଳିତ ସିରିଜର ପ୍ରଥମ ମ୍ୟାଚ ଖେଳିପାରି ନ ଥିଲେ।
ତିନି ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ ୧୦ ଉଇକେଟ୍‌ରେ ଜିତିଥିଲା ଭାରତ। ଏବେ ଦ୍ୱିତୀୟ ମ୍ୟାଚ ଜିତି ଭାରତ ଏହି ସିରିଜକୁ ମଧ୍ୟ କବଜା କରିବାକୁ ଚାହୁଁଛି। ଏହାପୂର୍ବରୁ ଭାରତ ମଧ୍ୟ ଟି -୨୦ ସିରିଜ ଜିତିଥିଲା।
ପ୍ରଥମ ଦିନିକିଆରେ ଭାରତୀୟ ବୋଲର ଏବଂ ବ୍ୟାଟ୍ସମ୍ୟାନ୍‌ମାନେ ଚମତ୍କାର ପ୍ରଦର୍ଶନ କରିଥିଲେ। ଏହି ମ୍ୟାଚ୍‌ରେ ପୂର୍ବ ପ୍ରଦର୍ଶନକୁ ପୁନରାବୃତ୍ତି କରିବାକୁ ଭାରତ ପ୍ରୟାସ କରିବ। ସେପଟେ ଇଂଲଣ୍ଡ ଦଳ ପ୍ରତ୍ୟାବର୍ତ୍ତନ ଉଦ୍ଦେଶ୍ୟରେ ପଡିଆକୁ ଓହ୍ଲାଇବ।

Share