Posted inଖେଳ

ଚମକିଲେ ପନ୍ତ, ପାଣ୍ଡ୍ୟା: ସିରିଜ ଜିତିଲା ଭାରତ

ମାଞ୍ଚେଷ୍ଟର, ୧୭ା୭: ରିଷଭ ପନ୍ତଙ୍କ ଅପରାଜିତ ଶତକ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଯୋଗୁ ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ କ୍ରିକେଟ ମୁକାବିଲାକୁ ଭାରତ ଜିତି ନେଇଛି । ଏହି ବିଜୟ ସହିତ ଦଳ ୨-୧ରେ ସିରିଜ ବିଜୟୀ ହୋଇଛି। ହାର୍ଦ୍ଦିକଙ୍କ ଘାତକ ବୋଲିଂ ଯୋଗୁ ଇଂଲଣ୍ଡ ୨୫୯ ରନ୍‌ରେ ଅଟକି ଯାଇଥିଲା। ଜବାବରେ ରିଷଭ ପନ୍ତଙ୍କ ପ୍ରଥମ ଆନ୍ତର୍ଜାତୀୟ ଶତକ ଓ ପାଣ୍ଡ୍ୟାଙ୍କ ୭୧ ରନ୍‌ ବଳରେ ଭାରତ ୫ ଉଇକେଟରେ ଆବଶ୍ୟକ ରନ୍‌ ସଂଗ୍ରହ କରି ନେଇଥିଲା।

ରୋହିତ ଶର୍ମା ଟସ୍‌ ଜିତି ଇଂଲଣ୍ଡକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ। ତେବେ ଦ୍ୱିତୀୟ ଓଭରରେ ସିରାଜ ମେଡେନ୍‌ ଦୁଇ ଊଇକେଟ ନେଇ ଇଂଲଣ୍ଡକୁ ବ୍ୟାକ୍‌ଫୁଟକୁ ଠେଲି ଦେଇଥିଲେ। ଏପର କି ଜନି ବେୟାରଷ୍ଟୋ ଓ ଜୋ ରୁଟ୍‌ ଖାତା ଖୋଲି ପାରି ନ ଥିଲେ। ଅନ୍ୟତମ ଓପନର ଜାସନ ରୟ(୪୧) ଓ ବେନ୍‌ ଷ୍ଟୋକ୍ସ(୨୭) ଦଳ ପାଇଁ ୫୪ ରନ୍‌ ଯୋଡିଥିଲେ। ୪ ଉଇକେଟ ପତନ ପରେ ଅଧିନାୟକ ବଟଲର ୬୦ ରନ୍‌ କରି ସ୍ଥିତି ସମ୍ଭାଳିଥିଲେ। ମୋଇନ୍‌ ଅଲୀଙ୍କ ୩୪ ରନ୍‌ ଓ ଲିଆମ୍‌ ଲିଭିଙ୍ଗଷ୍ଟୋନ୍‌ଙ୍କ ୨୭ରନ୍‌ ଯୋଗୁ ଇଂଲଣ୍ଡ ୨୦୦ ରନ୍‌ ପାର କରିଥିଲା। ଶେଷ ଭାଗରେ ଡେଭିଡ୍‌ ଓ୍ବିଲିଙ୍କ ୧୮ ଓ କ୍ରେଗ ଓଭରଟନଙ୍କ ୩୨ ରନ ଫଳରେ ଦଳ ୨୫୯ ରନ୍‌ କରିଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ୨୪ ରନ ବ୍ୟୟରେ ୪ ଉଇକେଟ ନେଇ କ୍ୟାରିୟରର ଶ୍ରେଷ୍ଠ ବୋଲିଂ କରିଥିଲେ।

୨୬୦ ରନ୍‌ ଲକ୍ଷ୍ୟର ପିଛା କରୁଥିବା ଭାରତକୁ ପ୍ରାରମ୍ଭିକ ଝଟକା ଲାଗିଥିଲା। ଦଳୀୟ ସ୍କୋର ୩ରେ ଶିଖର ଧଓ୍ବନ୍‌ ୧ ରନ୍‌ରେ ଆଉଟ ହୋଇଯାଇଥିଲେ। ରୋହିତ ଶର୍ମା ଓ ବିରାଟ କୋହଲି ପ୍ରତ୍ୟେକ ୧୭ ରନ୍‌ ଲେଖାଏଁ କରିଥିଲେ। ପରେ ରିଷଭ ପନ୍ତ(୧୨୫*) ଓ ହାର୍ଦ୍ଦିକ ପାଣ୍ଡ୍ୟା(୭୧) ଷଷ୍ଠ ଉଇକେଟ ପାଇଁ ୧୩୩ ରନ୍‌ ଯୋଡିଥିଲେ। ୫୫ ବଲ୍‌ରେ ପାଣ୍ଡ୍ୟା ୧୦ ଚୌକା ସହିତ ୭୧ ରନ୍‌ କରିଥିଲେ। ଶତକୀୟ ଇନିଂସ ଖେଳିଥିବା ପନ୍ତ ଓ ରବୀନ୍ଦ୍ର ଜାଡେଜା(୭) ଭାରତକୁ ବିଜୟୀ କରାଇଥିଲେ। ଇଂଲଣ୍ଡ ପକ୍ଷରୁ ରିସି ଟପଲେ ୩ଟି ଉଇକେଟ ନେଇଥିବା ବେଳେ ଓଭରଟନ୍‌ ଏବଂ କାର୍ସେ ଗୋଟିଏ ଲେଖାଏଁ ଉଇକେଟ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଅଲରାଉଣ୍ଡର କାମେରନ ଗ୍ରୀନଙ୍କୁ ନେଇ ମୁହଁ ଖୋଲିଲା କ୍ରିକେଟ ଅଷ୍ଟ୍ରେଲିଆ

ମୁମ୍ୱାଇ,୩୦ା୩: ଅଷ୍ଟ୍ରେଲିଆନ ଅଲରାଉଣ୍ଡର କାମେରନ ଗ୍ରୀନ ଚଳିତ ଆଇପିଏଲ୍‌ର ପ୍ରାରମ୍ଭିକ କିଛି ମ୍ୟାଚ୍‌ରେ କେବଳ ଜଣେ ବ୍ୟାଟର ଭାବେ ଖେଳିବେ। ଏ ନେଇ କ୍ରିକେଟ ଅଷ୍ଟ୍ରେଲିଆ(ସିଏ) ପକ୍ଷରୁ…

ରାଜସ୍ଥାନ-ଚେନ୍ନାଇ ମହାମୁକାବିଲା, ଟସ୍‌ ଜିତିଲା ରାଜସ୍ଥାନ

ଗୌହାଟି,୩୦।୩: ଗୌହାଟିର ବରସାପାରା କ୍ରିକେଟ ଷ୍ଟାଡିୟମରେ IPL 2026ର ସୋମବାର ଖେଳାଯାଉଥିବା ତୃତୀୟ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତି ନେଇଛି। ଫଳରେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

ଏଣିକି ଗୁଳିର ଜବାବ ଗୁଳିରେ ଦେବୁ: ଲୋକ ସଭାରେ କାହିଁକି ଏମିତି କହିଲେ ଅମିତ ଶାହା

ନୂଆଦିଲ୍ଲୀ,୩୦।୩: ଲୋକ ସଭାରେ ‘ନକ୍ସଲମୁକ୍ତ ଭାରତ’ ସମ୍ପର୍କରେ ଆଲୋଚନାରେ ଭାଗ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି ଯେ,…

ତହସିଲଦାରଙ୍କୁ ବିଧାୟିକା ସ୍ବାମୀଙ୍କ ହତ୍ୟା ଧମକ ମାମଲା: ୱାରେଣ୍ଟ ପାଇଁ କୋର୍ଟରେ ଆବେଦନ କଲା ପୋଲିସ

ଭବାନୀପାଟଣା,୩୦।୩(ଉତ୍ତମ କୁମାର ଦାଶ): ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଏବଂ ତହସିଲଦାରଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ କଳାହାଣ୍ଡି ଜିଲା ନର୍ଲା ବିଜେଡି ବିଧାୟିକା ମନୋରମା…

ପାକିସ୍ତାନର ଖୋଲିଗଲା ପୋଲ୍‌: ଯୁଦ୍ଧ ନାଁରେ କରୁଛି ଏହି କାମ, ସାମ୍ନାକୁ ଆସିଲା ସାଂଘାତିକ କଥା

ନୂଆଦିଲ୍ଲୀ,୩୦।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ସହିତ ଚାଲିଥିବା ସଂଘର୍ଷରେ ଯୁଦ୍ଧବିରାମ ପାଇଁ ପାକିସ୍ତାନ ପଦକ୍ଷେପ ନେଉଛି। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ମଧ୍ୟରେ ପାକିସ୍ତାନ ନିଜକୁ ଏକ ଶାନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri