Categories: ଖେଳ

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଟସ୍‌ ଜିତି ଭାରତ ମହିଳା ଦଳର ବ୍ୟାଟିଂ ଆରମ୍ଭ

ବର୍ମିଂହାମ,୨୯।୭: ବର୍ମିଂହାମଠାରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଗ୍ରୁପ ‘ଏ’ର ଶୁକ୍ରବାର ପ୍ରଥମ ଟି୨୦ ମ୍ୟାଚ ଭାରତ-ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଟିମ୍‌ ମଧ୍ୟରେ ଆରମ୍ଭ ହୋଇଛି। ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ କୌର ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଫଳରେ ଅଷ୍ଟ୍ରେଲିଆ ବୋଲିଂ ଆରମ୍ଭ କରିଛି। ଭାରତ ବ୍ୟାଟିଂ କରି ୧୩ ଓଭର ଖେଳ ସୁଦ୍ଧା ୯୭ ରନ୍‌ କରି ୩ ଉଇକେଟ ହରାଇଛି।

ପ୍ରଥମ ମ୍ୟାଚରେ ଭାରତୀୟ ମହିଳା ଦଳ ୩ ସ୍ପିନର, ୨ ପେସର, ଜଣେ ଉଇକେଟ କିପର ଏବଂ ବ୍ୟାଟରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇଛି। ଭାରତୀୟ ଦଳରେ ସ୍ମୃତି ମନ୍ଧାନା, ଶେଫାଲି ବର୍ମା, ୟାସ୍ତିକା ଭାଟିଆ, ହରମନପ୍ରୀତ କୌର, ଜେମିମା ରୋଡ୍ରିଗସ, ହାରଲୀନ ଦେଓଲ, ଦୀପ୍ତି ଶର୍ମା, ରାଧା ଯାଦବ, ରାଜେଶ୍ୱରୀ ଗାଏକ୍ୱାଡ, ମେଘନା ସିଂହ ଓ ରେଣୁକା ତିୱାରୀ ରହିଥିବା ବେଳେ ମେଘନା ସିଂହ ଡେବ୍ୟୁ କରିଛନ୍ତି।

ଅଷ୍ଟ୍ରେଲିଆ ଦଳରେ ଆଲିସା ହେଲୀ, ବେଥ ମୋନୀ, ମେଗ ଲାନିଙ୍ଗ, ତାହଲିଆ ମ୍ୟାଗରାଥ, ରାଚେଲ ହାୟନେସ, ଆଶେଲଇଗ ଗାର୍ଡେନର, ଗ୍ରେସ ହାରିସ, ଜେସ ଜୋନାସେନ, ଆଲନା କିଙ୍ଗ, ମେଗନ ସ୍କଟ ଏବଂ ଡି ବ୍ରାଉନ ପ୍ରମୁଖ ରହିଛନ୍ତି।

Share