Posted inଖେଳ

ମନୀଷାଙ୍କ ଡବଲରେ ଭାରତ ବିଜୟୀ

ଅଙ୍କାରା,୨୨ା୨(ପି.ଟି.)ତୁର୍କୀର ଆଲାନ୍ୟାରେ ଅନୁଷ୍ଠିତ ଚତୁଃରାଷ୍ଟ୍ରୀୟ ଆଲାନ୍ୟା କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ। ଉଦ୍‌ଘାଟନୀ ମ୍ୟାଚ୍‌ରେ ଦଳ ଇସ୍ତୋନିଆକୁ ୪-୩ ଗୋଲରେ ପରାସ୍ତ କରିଛି। ଭାରତ ପକ୍ଷରୁ ମନୀଷା କଲ୍ୟାଣ ଡବଲ୍‌ ଗୋଲ କରି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ୟାରୀ ଖାଖା ଓ ଇନ୍ଦୁମତୀ କାଥିରସେନ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଭାରତୀୟ ଦଳରେ ସ୍ଥାନ ପାଇଥିବା ଓଡ଼ିଶା ଖେଳାଳି ପ୍ୟାର ଖାଖା ଏହି ମ୍ୟାଚ୍‌ରେ ଅନ୍ତର୍ଜାତୀୟ କ୍ୟାରିୟରର ଅଷ୍ଟମ ଗୋଲ ସ୍କୋର କରିଥିଲେ।
ବିଶ୍ୱ ମାନ୍ୟତାର ୬୫ ତମ ସ୍ଥାନରେ ଥିବା ଭାରତ ସକାରାତ୍ମକ ଢଙ୍ଗରେ ଆରମ୍ଭ କରିଥିଲା। ପ୍ରଥମାର୍ଦ୍ଧର ୧୭ ତମ ମିନିଟରେ ମନୀଷା କଲ୍ୟାଣ ଭାରତ ପକ୍ଷରୁ ପ୍ରଥମ ଗୋଲ ଦେଇଥିଲେ। ୩୨ତମ ମିନିଟରେ ଟାମିକ୍‌ ଇସ୍ତୋନିଆ ପକ୍ଷରୁ ପ୍ରଥମ ଗୋଲ ଦେଇଥିଲେ। ପ୍ରଥମାର୍ଦ୍ଧ ସୁଦ୍ଧା ସ୍କୋର ୧-୧ରେ ରହିଥିଲା। ତେବେ ଦ୍ୱିତୀୟାର୍ଦ୍ଧର ୬୨ତମ ମିନିଟରେ ଇନ୍ଦୁମତୀ ଭାରତକୁ ଅଗ୍ରଣୀ ପ୍ରଦାନ କରିଥିଲେ। କର୍ନରକୁ ହେଡ କରିବା ସହ ସେ ଇସ୍ତୋନିଆ ଗୋଲକିପରଙ୍କୁ ପରାସ୍ତ କରିଥିଲେ। ମ୍ୟାଚର ୭୭ ତମ ମିନିଟରେ ଓଡ଼ିଆ ଝିଅ ପ୍ୟାରୀ ଖାଖା ଏକ ଗୋଲ ଦେଇଥିଲେ। ଅଞ୍ଜୁ ତମାଙ୍ଗଙ୍କ ପାସ୍‌କୁ ଚମତ୍କାର ଢଙ୍ଗରେ ପୋଷ୍ଟ ମଧ୍ୟକୁ ପଠାଇ ଦେଇଥିଲେ ପ୍ୟାରୀ। ଏହାର ଦୁଇ ମିନିଟ ମଧ୍ୟରେ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ ମନୀଷା। ଭାରତ ୪-୧ରେ ଆଗୁଆ ଥିବାବେଳେ ସହଜ ବିଜୟ ହାସଲ କରିବା ନେଇ ଆଶା କରାଯାଉଥିଲା। ତେବେ ୮୮ ତମ ମିନିଟରେ କୁବାସୋଭା ଓ ୯୦ ତମ ମିନିଟରେ ଲିଲିଏମେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ପରେ ରକ୍ଷଣାତ୍ମକ ଢଙ୍ଗରେ ଖେଳିବା ସହ ଭାରତ ୪-୩ରେ ବିଜୟୀ ହୋଇଥିଲା। ୨୪ ତାରିଖରେ ଭାରତ ଏହାର ପରବର୍ତ୍ତୀ ମ୍ୟାଚରେ ହଂକଂକୁ ଭେଟିବ।


Enter your email to get our daily news in your inbox.

All Right Reserved By Dharitri.Com

ଧନୁଯାତ୍ରାରେ ଅଘଟଣ: ରାମଦୋଳିରୁ ଖସି ପଡ଼ିଲେ ଯୁବକ, ଆଉ ତା’ପରେ ଘଟିଲା…

ଲୋଇସିଂହା,୩ା୧(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ଝାରମୁଣ୍ଡା ଆଞ୍ଚଳିକ ଧନୁଯାତ୍ରାର ଉଦ୍‌ଯାପାନୀ ସନ୍ଧ୍ୟାରେ ରାମଦୋଳିରୁ ପଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ...

‘ବଞ୍ଚାନ୍ତୁ…’, ଭାରତର ଶ୍ରେଷ୍ଠ ଖେଳାଳିମାନଙ୍କୁ ସାହାଯ୍ୟ ପାଇଁ ନିବେଦନ କଲେ…

ନୂଆଦିଲ୍ଲୀ,୩।୧: ଭାରତୀୟ ଫୁଟବଲ ସଙ୍କଟରେ ଅଛି। ଇଣ୍ଡିଆନ ସୁପର ଲିଗ (ISL) ହେବ କି ନାହିଁ ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟତା ନାହିଁ। ISL...

ଇନ୍ଦୋର ପାଣିରେ ବ୍ୟାକ୍ଟେରିଆ

ନୂଆଦିଲ୍ଲୀ,୩ା୧: ମଧ୍ୟପ୍ରଦେଶର ଇନ୍ଦୋର ଅନ୍ତର୍ଗତ ଭଗୀରଥପୁରା ଅଞ୍ଚଳରେ ଦୂଷିତ ପାଣିରୁ ଡାଇରିଆ ବ୍ୟାପି ୧୦ ଜଣଙ୍କ ମୃତ୍ୟୁ ଘଟିବା ସହ ୧,୪୦୦ରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ...

ଚିତାଳୋ କଲେଜର ପୂର୍ବତନ ଅଧ୍ୟକ୍ଷ, ସଭାପତି ଗିରଫ, ଏହି ମାମଲାରେ…

ଯାଜପୁର/ ଯାଜପୁର ଟାଉନ୍‌ ୩ା୧(ହର୍ଷବର୍ଦ୍ଧନ ବେହେରା/ ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଜିଲା ଦଶରଥପୁର ବ୍ଲକ ଚିତାଳୋ ଡିଗ୍ରୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଅଦ୍ୱୈତ ପ୍ରସାଦ...

ନୂଆ ଦାୟିତ୍ୱ ଗ୍ରହଣ କଲେ ଦେଓ ରଞ୍ଜନ, ହେମନ୍ତ ଶର୍ମା

ଭୁବନେଶ୍ୱର,୩ା୧(ସୁନିତ୍‌ ମିଶ୍ର): ରାଜ୍ୟର ଉନ୍ନୟନ କମିଶନର(ଡିସି) ଭାବେ ନିଯୁକ୍ତି ପାଇଥିବା ୧୯୯୩ ବ୍ୟାଚ୍‌ ଆଇଏଏସ୍‌ ଅଫିସର ଦେଓ ରଞ୍ଜନ କୁମାର ସିଂ ଶୁକ୍ରବାର ତାଙ୍କ ନୂଆ...

ଆହୁରି ୫ଦିନ ଘନ କୁହଡ଼ି: ଆଗାମୀ ୨୪ ଘଣ୍ଟା ପାଇଁ…

ଭୁବନେଶ୍ୱର,୩ା୧(ବନ୍ଦନା ସେଠୀ): ଘନ କୁହୁଡ଼ି ବଳୟରେ ଅସ୍ତବ୍ୟସ୍ତ ଜୀବନ। ଫଳରେ ଦୃଶ୍ୟମାନ କ୍ଷମତା ହ୍ରାସ ପାଇବାରୁ ଯାତାୟାତ ବାଧାପ୍ରାପ୍ତ ହେଉଛି। ତେବେ ତାପମାତ୍ରାରେ ସାମାନ୍ୟ ପରିବର୍ତ୍ତନ...

ମଥୁରାନଗରୀରେ ଉପ ମୁଖ୍ୟମନ୍ତ୍ରୀ, କହିଲେ ‘ଧମକ୍‌କୁ ଡରେନି ଏହି ସରକାର…’

ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ)- କିଛି ଲୋକ ଚାଷୀଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଚେଷ୍ଟା କରୁଛନ୍ତି। ଚାଷୀମାନଙ୍କୁ ଭାରାକ୍ରାନ୍ତ କରିବାକୁ ପ୍ରୟାସ ଚଲାଇଛନ୍ତି। ମାତ୍ର ଏହି ସରକାର କୌଣସି...

ଡରିଗଲେ କି ଗୁଲୁଆ? ବଦଳିଲା ସ୍ବର, ବର୍ଷାଙ୍କ ସହ ରୋମାଣ୍ଟିକ୍‌ ଫଟୋ ଶେୟାର କରି କହିଲେ…

ଭୁବନେଶ୍ୱର,୨।୧: ଦିନ ଥିଲା ମୋତେ କେହି ଖରାପ କହିଲେ ତୁମେ ବାହାରୁଥିଲ। ତୁମକୁ କିଏ ଖରାପ କହିଲେ ମୁଁ ବାହାରୁଥିଲି। ହେଲେ ଆଜି ତୁମେ ମୋର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri