Posted inଖେଳ

ମନୀଷାଙ୍କ ଡବଲରେ ଭାରତ ବିଜୟୀ

ଅଙ୍କାରା,୨୨ା୨(ପି.ଟି.)ତୁର୍କୀର ଆଲାନ୍ୟାରେ ଅନୁଷ୍ଠିତ ଚତୁଃରାଷ୍ଟ୍ରୀୟ ଆଲାନ୍ୟା କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ। ଉଦ୍‌ଘାଟନୀ ମ୍ୟାଚ୍‌ରେ ଦଳ ଇସ୍ତୋନିଆକୁ ୪-୩ ଗୋଲରେ ପରାସ୍ତ କରିଛି। ଭାରତ ପକ୍ଷରୁ ମନୀଷା କଲ୍ୟାଣ ଡବଲ୍‌ ଗୋଲ କରି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ୟାରୀ ଖାଖା ଓ ଇନ୍ଦୁମତୀ କାଥିରସେନ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଭାରତୀୟ ଦଳରେ ସ୍ଥାନ ପାଇଥିବା ଓଡ଼ିଶା ଖେଳାଳି ପ୍ୟାର ଖାଖା ଏହି ମ୍ୟାଚ୍‌ରେ ଅନ୍ତର୍ଜାତୀୟ କ୍ୟାରିୟରର ଅଷ୍ଟମ ଗୋଲ ସ୍କୋର କରିଥିଲେ।
ବିଶ୍ୱ ମାନ୍ୟତାର ୬୫ ତମ ସ୍ଥାନରେ ଥିବା ଭାରତ ସକାରାତ୍ମକ ଢଙ୍ଗରେ ଆରମ୍ଭ କରିଥିଲା। ପ୍ରଥମାର୍ଦ୍ଧର ୧୭ ତମ ମିନିଟରେ ମନୀଷା କଲ୍ୟାଣ ଭାରତ ପକ୍ଷରୁ ପ୍ରଥମ ଗୋଲ ଦେଇଥିଲେ। ୩୨ତମ ମିନିଟରେ ଟାମିକ୍‌ ଇସ୍ତୋନିଆ ପକ୍ଷରୁ ପ୍ରଥମ ଗୋଲ ଦେଇଥିଲେ। ପ୍ରଥମାର୍ଦ୍ଧ ସୁଦ୍ଧା ସ୍କୋର ୧-୧ରେ ରହିଥିଲା। ତେବେ ଦ୍ୱିତୀୟାର୍ଦ୍ଧର ୬୨ତମ ମିନିଟରେ ଇନ୍ଦୁମତୀ ଭାରତକୁ ଅଗ୍ରଣୀ ପ୍ରଦାନ କରିଥିଲେ। କର୍ନରକୁ ହେଡ କରିବା ସହ ସେ ଇସ୍ତୋନିଆ ଗୋଲକିପରଙ୍କୁ ପରାସ୍ତ କରିଥିଲେ। ମ୍ୟାଚର ୭୭ ତମ ମିନିଟରେ ଓଡ଼ିଆ ଝିଅ ପ୍ୟାରୀ ଖାଖା ଏକ ଗୋଲ ଦେଇଥିଲେ। ଅଞ୍ଜୁ ତମାଙ୍ଗଙ୍କ ପାସ୍‌କୁ ଚମତ୍କାର ଢଙ୍ଗରେ ପୋଷ୍ଟ ମଧ୍ୟକୁ ପଠାଇ ଦେଇଥିଲେ ପ୍ୟାରୀ। ଏହାର ଦୁଇ ମିନିଟ ମଧ୍ୟରେ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ ମନୀଷା। ଭାରତ ୪-୧ରେ ଆଗୁଆ ଥିବାବେଳେ ସହଜ ବିଜୟ ହାସଲ କରିବା ନେଇ ଆଶା କରାଯାଉଥିଲା। ତେବେ ୮୮ ତମ ମିନିଟରେ କୁବାସୋଭା ଓ ୯୦ ତମ ମିନିଟରେ ଲିଲିଏମେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ପରେ ରକ୍ଷଣାତ୍ମକ ଢଙ୍ଗରେ ଖେଳିବା ସହ ଭାରତ ୪-୩ରେ ବିଜୟୀ ହୋଇଥିଲା। ୨୪ ତାରିଖରେ ଭାରତ ଏହାର ପରବର୍ତ୍ତୀ ମ୍ୟାଚରେ ହଂକଂକୁ ଭେଟିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ ପାଇଁ ଏହି ଦୁଇ ଭାରତୀୟ ବୋଲରଙ୍କ ମଧ୍ୟରେ କଡ଼ା ମୁକାବିଲା, କାହାକୁ ମିଳିବ ଦଳରେ ସ୍ଥାନ

ନୂଆଦିଲ୍ଲୀ,୧୩ା୪: ଗୋଟିଏ ପଟେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍ ୨୦୨୪) ନିଜ ବେଗରେ ଅଗ୍ରଗତି କରୁଥିବାବେଳେ ଅନ୍ୟ ପଟେ କୋଟି କୋଟି ପ୍ରଶଂସକ ଏବଂ ବିଶେଷଜ୍ଞ...

ରୋମାଞ୍ଚକର ମୁକାବିଲାରେ ପଞ୍ଜାବକୁ ୩ ୱିକେଟରେ ପରାସ୍ତ କଲା ରାଜସ୍ଥାନ

ଚଣ୍ଡୀଗଡ଼,୧୩ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଶନିବାର ଏକ ଲୋ ସ୍କୋରିଂ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍ସକୁ ୩ ଉଇକେଟରେ ହରାଇ ପଞ୍ଚମ ବିଜୟ ହାସଲ କରିଛି ରାଜସ୍ଥାନ...

ଯୁବରାଜଙ୍କ ସମକକ୍ଷ ହେଲେ ନେପାଳର ଏହି କ୍ରିକେଟର

ଅଲ ଆମେରଟ୍‌,୧୩ା୪: ବିଶ୍ୱ କ୍ରିକେଟରେ ତୃତୀୟ ଖେଳାଳି ଭାବରେ ଗୋଟିଏ ଓଭରରେ ୬ ଛକା ମାରିଛନ୍ତି ନେପାଳର ଦୀପେନ୍ଦ୍ର ସିଂ ଐରୀ। ଏସିଆନ୍‌ କ୍ରିକେଟ କାଉନ୍‌ସିଲ(ଏସିସି)...

ପୁଣି ଧୋନିଙ୍କ ହାତରେ ଦିନିକିଆ ବିଶ୍ୱକପ ଟ୍ରଫି, ପ୍ରଶଂସକଙ୍କ ମନରେ ପୁନର୍ଜୀବିତ ହେଲା ୨୦୧୧ ଦିନିକିଆ ବିଶ୍ୱକପ ଫାଇନାଲ ମ୍ୟାଚ୍

ମୁମ୍ବାଇ,୧୩ା୪: ମହେନ୍ଦ୍ର ସିଂହ ଧୋନିଙ୍କ ଭାରତୀୟ କ୍ରିକେଟ ଟିମର ଏକମାତ୍ର ଅଧିନାୟକ ଯିଏ ସମସ୍ତ ପ୍ରକାର ଆଇସିସି ଟ୍ରଫି ଜିତିଛନ୍ତି। ତେଣୁକରି ଭାରତୀୟ କ୍ରିକେଟ ଧୋନିଙ୍କ...

“ହାର୍ଦ୍ଦିକ ପାଣ୍ଡ୍ୟା ଆହତ! ସେ ଏହାକୁ ସ୍ୱୀକାର କରୁନାହାଁନ୍ତି”: ପୂର୍ବତନ ନ୍ୟୁଜିଲ୍ୟାଣ୍ଡ କ୍ରିକେଟରଙ୍କ ବିସ୍ଫୋରକ ବୟାନ

ନୂଆଦିଲ୍ଲୀ,୧୩ା୪: ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ଦ୍ରୁତ ବୋଲର ସାଇମନ୍ ଡଲ୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ସେ ବିଶ୍ୱାସ କରନ୍ତି ଯେ ଭାରତୀୟ...

ଲକ୍ଷ୍ନୌକୁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ

ଲକ୍ଷ୍ନୌ, ୧୩।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୬ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ପରାସ୍ତ କରିଛି। ଆୟୂଷ ବଦୋନୀଙ୍କ...

ପ୍ୟାରିସ ଅଲିମ୍ପିକ୍ସ ଚିଫ୍‌ ଡି’ ମିଶନ ପଦବୀରୁ ଓହରିଲେ ମେରୀକମ୍‌

ନୂଆଦିଲ୍ଲୀ, ୧୩ା୪ : ଛଅ ଥର ବିଶ୍ୱ ଚାମ୍ପିୟନ ବକ୍ସର ଏମ୍‌.ସି. ମେରୀକମ୍‌ ଆଗାମୀ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତର ଚିଫ୍‌ ଡି’ ମିଶନ ପଦବୀରୁ...

ସ୍ପଷ୍ଟ କଲେ ସିଦ୍ଧୁ, ଟିମ୍‌ ଇଣ୍ଡିଆର ଆଗାମୀ ଅଧିନାୟକ ହେବେ ଏହି କ୍ରିକେଟର…

ନୂଆଦିଲ୍ଲୀ,୧୨।୪: ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ କିଏ ହେବ? ଏହି ପ୍ରଶ୍ନ ପ୍ରତିଟି ପ୍ରଶଂସକଙ୍କ ମନରେ ରହିଛି। ଏବେ ରୋହିତ ଶର୍ମା ନିଜ ଅନ୍ତରାଷ୍ଟ୍ରୀୟ କ୍ୟାରିୟରର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri