IND vs NZ Semi-Final: ଟସ୍ ଜିତି ଭାରତର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି

ମୁମ୍ବାଇ,୧୫।୧୧: ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତର ଖେଳାଳି ଏକାଦଶରେ ଇଲେଭେନରେ କୌଣସି ପରିବର୍ତ୍ତନ ନାହିଁ। ନ୍ୟୁଜିଲ୍ୟାଣ୍ଡ ମଧ୍ୟ ଖେଳାଳି ଏକାଦଶରେ କୌଣସି ପରିବର୍ତ୍ତନ ହୋଇନାହିଁ।

୨୦୧୯ ଦିନିକିଆ ବିଶ୍ଵକପରେ ଭାରତ ନ୍ୟୁଜିଲାଣ୍ଡ ନିକଟରୁ ସେମିଫାଇନାଲରେ ପରାଜିତ ହୋଇଥିଲା ବେଳେ ପୁଣିଥରେ ୨୦୨୩ରେ ସେମିଫାଇନାଲରେ ପୁଣି ଭେଟିବ। ତେବେ ଚଳିତ ଥର ଲଗାତାର ତୃତୀୟ ବିଶ୍ୱକପରେ ଫାଇନାଲରେ ପ୍ରବେଶ ପାଇଁ ନ୍ୟୁଜିଲାଣ୍ଡ ଟିମ୍ ଲକ୍ଷ୍ୟ ରଖିଥିବା ବେଳେ ମଞ୍ଚେଷ୍ଟର ପରାଜୟର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ।

ନ୍ୟୁଜିଲ୍ୟାଣ୍ଡ ଖେଳାଳି ଏକାଦଶ: ଡିଭନ୍ କନୱେ, ରାଚିନ୍ ରବିନ୍ଦ୍ର, କେନ୍ ୱିଲିୟମ୍ସନ୍ (ଅଧିନାୟକ), ଡାରିଲ୍ ମିଚେଲ, ଟମ୍ ଲାଥାମ୍ (ୱିକେଟ୍ କିପର), ଗ୍ଲେନ୍ ଫିଲିପ୍ସ, ମାର୍କ ଚାପମାନ, ମିଚେଲ ସାଣ୍ଟନର୍, ଟିମ୍ ସାଉଥୀ, ଲକି ଫର୍ଗୁସନ୍, ଟ୍ରେଣ୍ଟ ବୋଲ୍ଟ।

ଭାରତ ଖେଳାଳି ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, କେ.ଏଲ୍ ରାହୁଲ (ୱିକେଟ୍ କିପର), ସୂର୍ଯ୍ୟକୁମାର ଯାଦବ, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଜସପ୍ରୀତ ବୁମରା, ମହମ୍ମଦ ଶାମି, ମହମ୍ମଦ ସିରାଜ।

Share