Posted inଖେଳ

ବାଂଲାଦେଶକୁ କ୍ଲିନ୍‌ ସୁଇପ୍‌ରୁ ରୋକିବ ଭାରତ

ଚଟ୍ଟୋଗ୍ରାମ୍‌,୧୦ା୧୨(ପି.ଟି.): ଭାରତ ଓ ବାଂଲାଦେଶ ମଧ୍ୟରେ ଚାଲିଥିବା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ ଏଠାରେ ଶନିବାର ଖେଳାଯିବ। ଇଞ୍ଜୁରି ଓ ଫିଟ୍‌ନେସ ସମସ୍ୟାରେ ଛନ୍ଦି ହୋଇ ପଡ଼ିଥିବା ଭାରତ ପ୍ରଥମ ଦୁଇଟି ମ୍ୟାଚରେ ହାରିସାରିଥିବାରୁ ଏହି ମ୍ୟାଚ ଜିତି ଲିଟନ ଦାସଙ୍କ ଦଳକୁ କ୍ଲିନ୍‌ ସୁଇପ୍‌ ବିଜୟରୁ ରୋକିବାକୁ ଚେଷ୍ଟା କରିବ। ଆସନ୍ତା ଡିସେମ୍ବର ୧୪ରୁ ହେବାକୁ ଥିବା ଟେଷ୍ଟ ସିରିଜ ପୂର୍ବରୁ ଭାରତର ଆତ୍ମବିଶ୍ୱାସ ବୃଦ୍ଧିରେ ସହାୟକ ହେବ। ଅନ୍ୟପକ୍ଷରେ ବାଂଲାଦେଶ ୩-୦ରେ ସିରିଜ ବିଜୟ ହାସଲ କରି ଇତିହାସ ସୃଷ୍ଟି କରିବା ଲାଗି ଚେଷ୍ଟା କରିବ। ସୂଚନାଯୋଗ୍ୟ, ନ୍ୟୁଜିଲାଣ୍ଡରେ ଭାରତ ଶେଷ ଗେମ୍‌ ଓ ବାଂଲାଦେଶ ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ ମଧ୍ୟରେ ସମୟ ବ୍ୟବଧାନ ଖୁବ୍‌ କମ୍‌। ଚଳିତ ସିରିଜ ପାଇଁ ପ୍ରକୃତରେ ୨୦ କ୍ରିକେଟର ଉପଲବ୍ଧ ଥିଲେ। ମାତ୍ର ସପ୍ତାହକ ମଧ୍ୟରେ ସବୁ ଏପଟ ସେପଟ ହୋଇଗଲା। ଫାଇନାଲ ଗେମ୍‌ ପାଇଁ ବର୍ତ୍ତମାନ ୧୪ ଜଣ ଖେଳାଳି ଉପଲବ୍ଧ ହେଉଛନ୍ତି। ତାଙ୍କ ଭିତରୁ ଚୂଡ଼ାନ୍ତ ଏକାଦଶ ବାଛିବାକୁ ପଡ଼ିବ। ଭାରତୀୟ ବୋଲିଂ ଆକ୍ରମଣ ବର୍ତ୍ତମାନ ସ୍ବଳ୍ପ ଅଭିଜ୍ଞତାସମ୍ପନ୍ନ ମନେ ହେଉଥିବାରୁ କୁଲ୍‌ଦୀପ ଯାଦବଙ୍କୁ ଚଟ୍ଟୋଗ୍ରାମ୍‌ ପଠାଯାଇଛି। ଏହି ବାମହାତୀ ସ୍ପିନ ବୋଲର ୭୨ ଅନ୍ତର୍ଜାତୀୟ ଦିନିକିଆ ଖେଳି ୧୧୮ ଉଇକେଟ ଅକ୍ତିଆର କରିଛନ୍ତି। ବୋଲିଂ ଲାଇନ୍‌ ଅପ୍‌ରେ ସେ ହେଉଛନ୍ତି ସବୁଠାରୁ ଅଭିଜ୍ଞ ବୋଲର। ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ବାମ ବୃଦ୍ଧାଙ୍ଗୁଳି ହାଡ଼ ଭାଙ୍ଗିଯାଇଥିବାରୁ ସେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଉଦୀୟମାନ ପେସ୍‌ ବୋଲର କୁଲ୍‌ଦୀପ ସେନ ତାଙ୍କ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ ଖେଳି ସାରିବା ପରେ ତାଙ୍କ ପିଠିରେ ଆଘାତ ଲାଗିଛି।
ଭାରତୀୟ ଦଳ: କେ.ଏଲ୍‌. ରାହୁଲ (ଅଧିନାୟକ), ଶିଖର ଧାଓ୍ବନ, ବିରାଟ କୋହଲି, ଶ୍ରେୟସ ଆୟର, ଈଶାନ କିଶନ (ଉଇକେଟକିପର), ମହମ୍ମଦ ସିରାଜ, ରଜତ ପଟିଦାର, ରାହୁଲ ତ୍ରିପାଠୀ, ଓ୍ବାଶିଂଟନ ସୁନ୍ଦର, ଶାହାବନ ଅହମ୍ମଦ, ଅକ୍ଷର ପଟେଲ, ଶାର୍ଦ୍ଦୂଳ ଠାକୁର, ଉମରାନ ମଲିକ ଓ କୁଲଦୀପ ଯାଦବ।
ବାଂଲାଦେଶ ଦଳ: ଲିଟନ କୁମାର ଦାସ, ଏନାମୁଲ ହେଗ୍‌ ବିଜଏ, ଶକିବ ଅଲହସନ, ମୁସ୍‌ଫିକର ରହିମ, ଆଫିଫ୍‌ ହୋସେନ, ୟାସିର ଅଲ୍‌ ଚୌଧାରୀ, ମେହଦି ହସନ ମିରାଜ, ମୁସ୍ତାଫିଜୁର ରହମନ, ତସ୍କିନ ଅହମ୍ମଦ, ହସନ ମେହମୁଦ, ଇବାଦତ ହୋସେନ ଚୌଧାରୀ, ନାସୁମ ଅହମଦ, ମହମ୍ମଦ ଉଲ୍ଲା, ନଜମୁଲ ହୋସେନ ଶାନ୍ତୋ, କ୍ୱାଜି ନୁରୁଲ ହସନ ସୋହାନ, ଶୋରିଫୁଲ୍‌ ଇସ୍‌ଲାମ।


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ସୈନ୍ୟ ଆଡ୍ଡା ଧ୍ୱଂସ

କାବୁଲ,୩।୪: ଆଫଗାନ ସେନା ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ରେଖା ପାର କରି ଖୋଷ୍ଟ-ଖୁରମ ସୀମା ନିକଟରେ ପାକିସ୍ତାନୀ ସାମରିକ ସ୍ଥାନ ଉପରେ ଏକ ବଡ଼ ଆକ୍ରମଣ କରିଛି।…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri