Posted inଜାତୀୟ

ଆସନ୍ତା ମାସ ସୁଦ୍ଧା ଭାରତ ମୁତୟନ କରିବ ଏସ୍‌-୪୦୦ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ, ପେଣ୍ଟାଗନର ସୂଚନା…

ନୂଆଦିଲ୍ଲୀ/ଓ୍ବାଶିଂଟନ, ୧୮।୫ : ଆମେରିକୀୟ ପ୍ରତିରକ୍ଷା ପ୍ରତିଷ୍ଠାନ (ପେଣ୍ଟାଗନ) ଭାରତ ବିଷୟରେ ଏକ ବଡ଼ ଦାବି କରିଛି। ପେଣ୍ଟାଗର ଜଣେ ବରିଷ୍ଠ ଅଧିକାରୀ ଆମେରିକାର ସାଂସଦଙ୍କୁ କହିଛନ୍ତି ଯେ ଭାରତ ୨୦୨୨ ଜୁନ ସୁଦ୍ଧା ରୁଷିଆରୁ କିଣାଯାଇଥିବା ଏସ୍‌-୪୦୦ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀକୁ ମୁତୟନ କରିବାକୁ ଚାହୁଁଛି। ଯାହା ଦ୍ୱାରା ଏହା ପାକିସ୍ତାନ ଏବଂ ଚାଇନାର ପକ୍ଷରୁ କୌଣସି ବିପଦର ଆଶଙ୍କା କମ୍‌ ହୋଇପାରିବ।

ଆମେରିକାର ପ୍ରତିରକ୍ଷା ଇଣ୍ଟେଲିଜେନ୍ସ ଏଜେନ୍ସିର ନିର୍ଦ୍ଦେଶକ ଲ୍ୟୁଟନାଟ୍‌ ଜେନେରାଲ ସ୍କଟ ବାରିୟର ସିନେଟର ପ୍ରତିରକ୍ଷା ସେବା କମିଟି ଆଗରେ ଏହା କହିଛନ୍ତି। ସେ କହିଛନ୍ତି ଯେ ଗତ ବର୍ଷ ଡିସେମ୍ବରରେ ରୁଷିଆ ଭାରତକୁ ଏସ୍‌-୪୦୦ କ୍ଷେପଣାସ୍ତ୍ର ଯୋଗାଇବା ଆରମ୍ଭ କରିଥିଲା। ନିକଟରେ ଆମେରିକା ସଂସଦର ଏହି କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ବାରିୟର କହିଛନ୍ତି ଯେ ଦେଶର ସେନାର ପ୍ରତିରକ୍ଷାକୁ ଦୃଢ଼ କରିବା ତଥା ଏହାର ଆକ୍ରମଣାତ୍ମକ ତଥା ପ୍ରତିରକ୍ଷା ସାଇବର କ୍ଷମତାକୁ ବଢ଼ାଇବା ପାଇଁ ଭାରତୀୟ ସେନା ଉନ୍ନତ ପ୍ରତିରକ୍ଷା ଏବଂ ନୀରିକ୍ଷଣ ପ୍ରଣାଳୀ କିଣିବାକୁ କହିଥିଲା।

ପେଣ୍ଟାଗନ୍‌ର ଗୁପ୍ତଚର ମୁଖ୍ୟ ଏହା ମଧ୍ୟ କହିଛନ୍ତି ଯେ ଭାରତ ଏହାର ହାଇପରସୋନିକ, ବାଲିଷ୍ଟିକ, କ୍ରୁଜ ଏବଂ ଏୟାର ଡିଫେନ୍ସ କ୍ଷେପଣାସ୍ତ୍ର କ୍ଷମତାର ଶୀଘ୍ର ବିକାଶ କରୁଛି। ୨୦୨୧ରେ ଭାରତ କେତେକ ପରୀକ୍ଷା କରିଥିଲା। ମହାକାଶ କକ୍ଷପଥରେ ଭାରତର ଉପଗ୍ରହ ସଂଖ୍ୟା ବୃଦ୍ଧି ପାଉଛି।

ବାରିୟର କହିଛନ୍ତି ଯେ ଘରୋଇ ପ୍ରତିରକ୍ଷା ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ ଦେଇ ବାୟୁ, ସ୍ଥଳ, ସେନାବାହିନୀ ଏବଂ ରଣନୈତିକ ପରମାଣୁ ଶକ୍ତି ସହିତ ଭାରତ ବ୍ୟାପକ ସାମରିକ ଆଧୁନିକୀକରଣ କରୁଛି। ଏକୀକୃତ ସାମରିକ କମାଣ୍ଡ ଗଠନ ପାଇଁ ଭାରତ ମଧ୍ୟ ପଦକ୍ଷେପ ନେଉଛି। ଭାରତ ଏହାର ତିନୋଟି ସାମରିକ ସେବାର ସାଧାରଣ ସାମର୍ଥ୍ୟକୁ ବୃଦ୍ଧି କରୁଛି ବୋଲି ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

Jio Plan: ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି, ଏମାନଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଜିଓର ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ହେଉଛି ₹୧୨୩ ପ୍ଲାନ୍, ଯାହା ୨୮ ଦିନର ଭ୍ୟାଲିଡିଟି ଦେଇଥାଏ। ଏହି ପ୍ଲାନ୍ ବିଶେଷକରି ଜିଓ…

ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ICC: T20 ବିଶ୍ୱକପ୍‌ରେ ବାଂଲାଦେଶର ଅନୁପସ୍ଥିତି ଉପରେ ନେଲା ଏମିତି ନିଷ୍ପତ୍ତି

ନୂଆଦିଲ୍ଲୀ,୯।୨: ପୁରୁଷ T20 ବିଶ୍ୱକପ୍‌ରେ ବାଂଲାଦେଶର ଅନୁପସ୍ଥିତିକୁ ନେଇ ICC ଦୁଃଖ ପ୍ରକାଶ କରିଛି। ତେବେ ଏହି ଘଟଣା ପାଇଁ ବାଂଲାଦେଶ କ୍ରିକେଟ ବୋର୍ଡ (BCB) ଉପରେ…

T20 ବିଶ୍ୱକପ୍‌: ଭାରତ ବିପକ୍ଷରେ ମ୍ୟାଚ୍ ଖେଳିବାକୁ ପାକିସ୍ତାନକୁ ଅନୁରୋଧ କଲା ବାଂଲାଦେଶ

ନୂଆଦିଲ୍ଲୀ,୯।୨: ଭାରତ-ପାକିସ୍ତାନ T20 ବିଶ୍ୱକପ୍ ମ୍ୟାଚ୍‌କୁ ନେଇ ସୃଷ୍ଟି ହୋଇଥିବା ଅନିଶ୍ଚିତତା ମଧ୍ୟରେ ଏକ ନୂଆ ମୋଡ଼ ଆସିଛି। ବାଂଲାଦେଶ କ୍ରିକେଟ ବୋର୍ଡ (BCB) ପାକିସ୍ତାନକୁ ଏହି…

ରିଲିଜ ପୂର୍ବରୁ ‘ଲିକ୍’ ହୋଇଗଲା ପୂର୍ବତନ ସେନାଧ୍ୟକ୍ଷଙ୍କ ପୁସ୍ତକ, FIR ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୯।୨: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରଭାଣେଙ୍କ ଆଗାମୀ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ର ଅନଧିକୃତ ପ୍ରସାରଣକୁ ନେଇ ଦିଲ୍ଲୀ ପୋଲିସ ଏକ ଅପରାଧିକ ମାମଲା…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

BCCI Central Contract 2025-26: ଗିଲଙ୍କ ସମେତ ଏହି ଖେଳାଳିଙ୍କୁ  ଗ୍ରେଡ୍‌ A, ହେଲେ କୋହଲି-ରୋହିତଙ୍କୁ B; ନିରାଶ ହେଲେ…

ନୂଆଦିଲ୍ଲୀ,୯।୨: BCCI ୨୦୨୫-୨୬ ବର୍ଷ ପାଇଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ(କେନ୍ଦ୍ରୀୟ ଚୁକ୍ତି ତାଲିକା) ପ୍ରକାଶ କରିଛି। ଏଥିରେ ବଡ଼ ପରିବର୍ତ୍ତନ ହୋଇଛି। ତାଲିକାରୁ ଏ ପ୍ଲସ୍‌ (A+)…

ପ୍ରେମ ସପ୍ତାହରେ ରକ୍ତରଂଜିତ କାହାଣୀ: ତ୍ରିକୋଣୀୟ ପ୍ରେମକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ

ଭୁବନେଶ୍ୱର,୯।୨: ରାଜଧାନୀ ଭୁବନେଶ୍ୱରରେ ଏକ ସିନେମା ଷ୍ଟାଇଲ୍‌ରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ‘ଚକୋଲେଟ୍ ଡେ’ ପାଳନ ପରେ ପ୍ରେମିକର ବେକ କାଟି ହତ୍ୟା କରିବା ସହ ପ୍ରମାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri