Posted inଜାତୀୟ

ଅମିତ ଶାହାଙ୍କ ଘୋଷଣା- ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ମାଓବାଦୀମୁକ୍ତ ହେବ ଭାରତ 

ନୂଆଦିଲ୍ଲୀ,୨୦।୩: ଛତିଶଗଡ଼ରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ଗୁରୁବାର ବିଜାପୁର-ଦନ୍ତେୱାଡା ସୀମାରେ ସୁରକ୍ଷା ବାହିନୀ ୨୨ ଜଣ ମାଓବାଦୀଙ୍କୁ ହତ୍ୟା କରିଛନ୍ତି। ଏହି ଅବସରରେ ଗୃହମନ୍ତ୍ରୀ ଅମିତ ଶାହା ଭାରତକୁ ମାଓବାଦୀମୁକ୍ତ କରିବା ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ଗୃହମନ୍ତ୍ରୀ କହିଛନ୍ତି ଯେ ଆସନ୍ତା ବର୍ଷ ମାର୍ଚ୍ଚ ୩୧ ପୂର୍ବରୁ ଦେଶ ମାଓବାଦୀ ମୁକ୍ତ ହୋଇଯିବ।
ଛତିଶଗଡ଼ର ଗଙ୍ଗାଲୁର ପିଏସ୍‌ ସୀମା ନିକଟରେ ବିଜାପୁର-ଦନ୍ତେୱାଡା ସୀମାରେ ଗୁରୁବାର ସକାଳ ୭ଟାରୁ ସୁରକ୍ଷା ବାହିନୀ ଏବଂ ନକ୍ସଲ ମଧ୍ୟରେ ଏନକାଉଣ୍ଟର ଚାଲିଥିଲା। ଉଭୟ ପାର୍ଶ୍ୱରୁ ଗୁଳିଚାଳନା ଚାଲିଥିଲା, ଏହି ସମୟରେ ସୁରକ୍ଷା ବାହିନୀ ଏନକାଉଣ୍ଟରରେ ୨୨ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିଲା।
ସୁରକ୍ଷା ବାହିନୀର ଏହି ବଡ଼ ସଫଳତା ଅବସରରେ ଗୃହମନ୍ତ୍ରୀ ଅମିତ ଶାହା ସୋସିଆଲ ମିଡିଆ ହ୍ୟାଣ୍ଡେଲ X ରେ ପୋଷ୍ଟ କରି କହିଛନ୍ତି, ଆଜି ଆମର ଯବାନମାନେ ମାଓବାଦୀମୁକ୍ତ ଭାରତ ଅଭିଯାନ ଦିଗରେ ଆଉ ଏକ ବଡ଼ ସଫଳତା ହାସଲ କରିଛନ୍ତି। ଛତିଶଗଡ଼ର ବିଜାପୁର ଏବଂ କାଙ୍କେରରେ ଆମ ସୁରକ୍ଷା ବାହିନୀର ଦୁଇଟି ପୃଥକ ଅପରେଶନରେ ୨୨ ଜଣ ମାଓବାଦୀ ନିହତ ହୋଇଛନ୍ତି।
ଅମିତ ଶାହ ଆହୁରି କହିଛନ୍ତି, ମୋଦୀ ସରକାର ମାଓବାଦୀଙ୍କ ବିରୋଧରେ କଠୋର ଆଭିମୁଖ୍ୟ ନେଇ ଆଗକୁ ବଢ଼ୁଛନ୍ତି ଏବଂ ଆତ୍ମସମର୍ପଣ ଠାରୁ ଆରମ୍ଭ କରି ଅନ୍ତର୍ଭୁକ୍ତିକରଣ ପର୍ଯ୍ୟନ୍ତ ସମସ୍ତ ସୁବିଧା ସତ୍ତ୍ୱେ ଆତ୍ମସମର୍ପଣ କରୁନଥିବା ମାଓବାଦୀଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରୁଛନ୍ତି। ଆସନ୍ତା ବର୍ଷ ୩୧ ମାର୍ଚ୍ଚ ପୂର୍ବରୁ ଦେଶ ନକ୍ସଲ ମୁକ୍ତ ହେବାକୁ ଯାଉଛି।
କହିରଖୁଛୁ, ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାର ଗଙ୍ଗଲୁର ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ଜୋରଦାର ଗୁଳିବିନିମୟ ହୋଇ ପୃଥକ୍‌ ସ୍ଥାନରେ ୨୨ ମାଓବାଦୀ ନିହତ ହୋଇଛନ୍ତି। ଗାଙ୍ଗୋଲ ଅଞ୍ଚଳରେ ୧୮ ମାଓବାଦୀ ନିହତ ହୋଇଥିବାବେଳେ କାଙ୍କେରରେ ଆଉ ୪ ମାଓବାଦୀ ନିହତ ହୋଇଛନ୍ତି। ପୋଲିସ ଏନ୍‌କାଉଣ୍ଟରରେ ଏହି ମାଓବାଦୀମାନେ ନିହତ ହୋଇଥିବା ସୂଚନା ଦେଇଛନ୍ତି ବିଜାପୁର ଏସ୍‌ପି। ଏହି ଜଙ୍ଗଲରେମାଓବାଦୀଙ୍କ ବଡ଼ ଧରଣର ବେସ୍‌ କ୍ୟାମ୍ପ ଥିଲା । ତେଣୁ ପୋଲିସ ଏନ୍‌କାଉଣ୍ଟରରେ ମାଓବାଦୀଙ୍କ ବଡ଼ କ୍ଷତି ହୋଇଛି।

Enter your email to get our daily news in your inbox.

All Right Reserved By Dharitri.Com

ଦଶମ ଶ୍ରେଣୀ ଛାତ୍ରୀଙ୍କୁ କରତରେ ଆକ୍ରମଣ: ଅଭିଯୁକ୍ତଙ୍କୁ ଗୁଳିକରି ଗିରଫ କଲା ପୋଲିସ

ଅନନ୍ତପୁର,୧ା୧୧: ଆନ୍ଧ୍ରପ୍ରଦେଶର ରାପଟାଡୁ ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ଗୋପିକାଙ୍କୁ କରତରେ ଆକ୍ରମଣ କରିଥିବା ଅଭିଯୁକ୍ତ ହେମନ୍ଥ ଖସି ପଳାଇବାକୁ ଉଦ୍ୟମ କଲାବେଳେ ପୋଲିସ…

ବୁଲେଟପ୍ରୁଫ୍ କାଚ ବାକ୍ସ ଭିତରୁ ପ୍ରଶଂସକଙ୍କୁ ଭେଟିଲେ ଅମିତାଭ, ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

ମୁମ୍ବାଇ: ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନ ବିଗତ କିଛି ଦଶନ୍ଧି ଧରି ପ୍ରତ୍ୟେକ ରବିବାର ନିଜ ବାସଭବନ ‘ଜଲ୍‌ସା’ ବାହାରେ ଏକାଠି ହେଉଥିବା ହଜାର ହଜାର ପ୍ରଶଂସକଙ୍କୁ…

ଆଜି ଭୀଷଣ ବାତ୍ୟାର ରୂପ ନେବ ‘ମୁରାସୁ: ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ, ଏହି ୫ ଜିଲାକୁ ଅଧିକ…

ଭୁବନେଶ୍ୱର,୧ା୧୧(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ମୁରାସୁ’। ରବିବାର ସନ୍ଧ୍ୟା ସୁଦ୍ଧା ଏହା ତାମିଲନାଡୁର ଚେନ୍ନାଇଠାରୁ ୪୮୦ କି.ମି., ଆନ୍ଧ୍ରପ୍ରଦେଶର ନେଲୋରଠାରୁ ୫୫୦ କି.ମି.,…

ଅନ୍ତର୍ଜାତୀୟ ଭାରୋତ୍ତୋଳନରେ ଗୁଡ଼ାରି ପୁଅ ବୀରେନ୍ଦ୍ର ଶବର ଜିତିଲେ ୨ ସ୍ବର୍ଣ୍ଣ ପଦକ

ଗୁଡ଼ାରି,୧ା୧୧(ପ୍ରମୋଦ କୁମାର ପତି): ହରିଆଣାର ଫରିଦାବାଦରେ ଆୟୋଜିତ ଅନ୍ତର୍ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ଗୁଡ଼ାରି ପୁଅ ବୀରେନ୍ଦ୍ର ଶବର (୩୨) ଜିତିଛନ୍ତି ୨ ସ୍ବର୍ଣ୍ଣ ପଦକ। ୯୩ କାଟାଗୋରି…

ଅନ୍ତରିଗାଁ ପିଇଓଙ୍କୁ ନିଲମ୍ବନ କଲେ ଗଞ୍ଜାମ ଜିଲାପାଳ

ପୁରୁଷୋତ୍ତମପୁର,୧ା୧୧(ସବିତା ମିଶ୍ର): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଋଷିକୂଲ୍ୟା ନଦୀର ପ୍ରଳୟଙ୍କରୀ ବନ୍ୟା ପୁରୁଷୋତ୍ତମପୁର ଅଞ୍ଚଳରେ ରଚିଛି। ଏହି ବିପର୍ଯ୍ୟୟ ସମୟରେ କାର୍ଯ୍ୟରେ ଅବହେଳାକୁ ନେଇ ପୁରୁଷୋତ୍ତମପୁର ବ୍ଲକ…

ଡର? ସେଇଟା ପୁଣି କଣ… କୋଚ୍‌ ଗମ୍ଭୀର ଟିମ୍‌ ଇଣ୍ଡିଆର ବିଜୟକୁ କାହିଁକି କହିଲେ ବହୁତ ଖାସ୍‌…

ନୂଆଦିଲ୍ଲୀ,୧।୧୧: ସିରିଜ୍ କିମ୍ବା ଟୁର୍ନାମେଣ୍ଟର ଫଳାଫଳ ଯାହା ବି ହେଉ, ଭାରତୀୟ କ୍ରିକେଟ୍ ଟିମ୍‌ର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ନିଜ ବକ୍ତବ୍ୟ ରଖିବାରେ କେବେ ହେଲେ…

ସମ୍ଭାବ୍ୟ ବାତ୍ୟା ‘ମୁରାସୁ’କୁ ଦୃଷ୍ଟିରେ ରଖି ବ୍ଲକ ପ୍ରଶାସନର ପ୍ରସ୍ତୁତି ବୈଠକ, ସଜାଗ ରହିବାକୁ ନିର୍ଦ୍ଦେଶ ଜାରି କରି…

ଗୁଡ଼ାରି,୧ା୧୧(ପ୍ରମୋଦ କୁମାର ପତି): ସମ୍ଭାବ୍ୟ ବାତ୍ୟା ‘ମୁରାସୁ’କୁ ଦୃଷ୍ଟିରେ ରଖି ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଗୁଡ଼ାରି ବ୍ଲକ ପ୍ରଶାସନ ପକ୍ଷରୁ ବିଡିଓ ଶୁଚିସ୍ମିତା ବେହେରାଙ୍କ ଉପସ୍ଥିତିରେ ଏକ…

ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା: ଘର ଭାଙ୍ଗିଥିଲେ ମିଳିବ ୧ ଲକ୍ଷ ୩୦ ହଜାର, ପ୍ରଭାବିତଙ୍କୁ ୫୦ କେଜି ଚାଉଳ,ନଗଦ…

ଭୁବନେଶ୍ୱର,୧।୧୧: ରାଜ୍ୟରେ ସାମ୍ପ୍ରତିକ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଜନସାଧାରଣଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସହାୟତା ପ୍ୟାକେଜ୍ ଘୋଷଣା କରିଛନ୍ତି। ବନ୍ୟା ଯୋଗୁ ଭାଙ୍ଗିଯାଇଥିବା ଘର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?