ଚେନ୍ନାଇ,୨୬।୨: ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଆଜି ଚେନ୍ନାଇର ଚେପକ ଷ୍ଟାଡିୟମରେ ଏକ ଗୁରୁତ୍ୱପୂର୍ଣ୍ଣ ଟି-୨୦ ବିଶ୍ୱକପ ମୁକାବିଲା ଅନୁଷ୍ଠିତ ହେବାକୁ ଯାଉଛି। ଭାରତୀୟ ମାଟିରେ ଟିମ ଇଣ୍ଡିଆ ବିପକ୍ଷରେ ଜିମ୍ବାୱେର ଏହା ପ୍ରଥମ ଟି-୨୦ ମ୍ୟାଚ ହୋଇଥିବାରୁ ଏହାକୁ ନେଇ ଉଭୟ ଦେଶର ପ୍ରଶଂସକ ଉତ୍ସାହିତ ଅଛନ୍ତି। ଏହି ମ୍ୟାଚ୍ରେ ଜିମ୍ବାଓ୍ବେ ଟସ୍ ଜିତି ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି। ଟିମ୍ ଇଣ୍ଡିଆର ପାଳି ସମାପ୍ତ ହୋଇଛି, ଭାରତୀୟ ବ୍ୟାଟରମାନେ ବିସ୍ଫୋରକ ବ୍ୟାଟିଂ କରି ସ୍କୋର ବୋର୍ଡରେ ୨୫୬ ରନ କରିଛନ୍ତି।
- ୨୬ ଫେବୃଆରୀ ୨୦୨୬, ୦୯:୫୮ PM (IST):୧୦୦ ରନ୍ ପାର୍ କଲା ଜିମ୍ବାୱେ
ଜିମ୍ବାୱେ ୧୪ ଓଭର ସୁଦ୍ଧା ୨ ୱିକେଟ୍ ହରାଇ ୧୦୫ ରନ୍ ସଂଗ୍ରହ କରିଛି। ବ୍ରାଏନ୍ ବେନେଟ୍ ୫୬ ରନ୍ ଏବଂ ସିକନ୍ଦର ରଜା ୧୬ ରନ୍ କରି ଖେଳୁଛନ୍ତି। - ୨୬ ଫେବୃଆରୀ ୨୦୨୬, ୦୯:୫୨ PM (IST): ବ୍ରାଏନ୍ ବେନେଟ୍ଙ୍କ ଅର୍ଦ୍ଧଶତକ
ବ୍ରାଏନ୍ ବେନେଟ୍ ଏକ ଦମଦାର ପାଳି ଖେଳି ୩୪ ବଲ୍ରେ ନିଜର ଅର୍ଦ୍ଧଶତକ ପୂରଣ କରିଛନ୍ତି। ସେ ବେଶ୍ ଭଲ ଫର୍ମରେ ଥିବା ଜଣାପଡ଼ୁଛନ୍ତି। ବୁମରାଙ୍କୁ ଏକ ଚମତ୍କାର ଛକା ମାରି ସେ ନିଜର ଅର୍ଦ୍ଧଶତକ ହାସଲ କରିଛନ୍ତି। - ୨୬ ଫେବୃଆରୀ ୨୦୨୬, ୦୯:୪୩ PM (IST):ବରୁଣ ଚକ୍ରବର୍ତ୍ତୀଙ୍କୁ ମିଳିଲା ୱିକେଟ୍
ଜିମ୍ବାୱେ ୭୨ ରନ୍ରେ ନିଜର ଦ୍ୱିତୀୟ ୱିକେଟ୍ ହରାଇଛି। ଡିୟନ୍ ମାୟର୍ସ ୯ ବଲ୍ରୁ ୬ ରନ୍ କରି ଆଉଟ୍ ହୋଇଛନ୍ତି। ବରୁଣ ଚକ୍ରବର୍ତ୍ତୀ ଏହି ୱିକେଟ୍ ଅକ୍ତିଆର କରିଛନ୍ତି। - ୨୬ ଫେବୃଆରୀ ୨୦୨୬, ୦୯:୩୧ PM (IST): ଭାରତକୁ ପ୍ରଥମ ସଫଳତା
ଜିମ୍ବାୱେ ୪୪ ରନ୍ରେ ନିଜର ପ୍ରଥମ ୱିକେଟ୍ ହରାଇଛି। ତଦିୱାନାଶେ ମାରୁମାନୀ ୨୦ ରନ୍ କରି ଆଉଟ୍ ହୋଇଛନ୍ତି। ଅକ୍ଷର ପଟେଲ ଏହି ୱିକେଟ୍ ହାସଲ କରିଛନ୍ତି।
- ୨୬ ଫେବୃଆରୀ ୨୦୨୬, ୦୯:୨୮ PM (IST): ମାରୁମାନୀ-ବ୍ରାଏନ୍ କ୍ରିଜ୍ରେ ଜମି ରହିଛନ୍ତି
ଜିମ୍ବାୱେ ପ୍ରଥମ ୬ ଓଭରରେ କୌଣସି ୱିକେଟ୍ ନ ହରାଇ ୪୪ ରନ୍ ସଂଗ୍ରହ କରିଛି। ତଦିୱାନାଶେ ମାରୁମାନୀ ୨୦ ରନ୍ ଏବଂ ବ୍ରାଏନ୍ ବେନେଟ୍ ୨୩ ରନ୍ କରି ଖେଳୁଛନ୍ତି। - ୨୬ ଫେବୃଆରୀ ୨୦୨୬, ୦୯:୧୮ PM (IST): ୪ ଓଭରରେ ୨୫ ରନ୍
ଜିମ୍ବାୱେ ପାଳିର ୪ ଓଭର ସମାପ୍ତ ହୋଇଛି ଏବଂ ଦଳ କୌଣସି ୱିକେଟ୍ ନ ହରାଇ ୨୫ ରନ୍ କରିଛି। ଭାରତ ପକ୍ଷରୁ ଶୃଙ୍ଖଳିତ ବୋଲିଂ ଜାରି ରହିଛି, ବ୍ୟାଟରମାନେ ଗୋଟିଏ ଗୋଟିଏ ରନ୍ ପାଇଁ ସଂଘର୍ଷ କରୁଛନ୍ତି। - ୨୬ ଫେବୃଆରୀ ୨୦୨୬, ୦୮:୫୯ PM (IST): ଜିମ୍ବାୱେର ପାଳି ଆରମ୍ଭ**
ଜିମ୍ବାୱେର ପାଳି ଆରମ୍ଭ ହୋଇଛି ଏବଂ ଜିତିବା ପାଇଁ ଦଳକୁ ୨୫୭ ରନ୍ କରିବାକୁ ହେବ। କ୍ରିଜ୍ରେ ତଦିୱାନାଶେ ମାରୁମାନୀ ଏବଂ ବ୍ରାଏନ୍ ବେନେଟ୍ ଅଛନ୍ତି। ଅନ୍ୟପଟେ, ପ୍ରଥମ ଓଭର ଅର୍ଶଦୀପ ସିଂ ପକାଉଛନ୍ତି।
- ୨୬ ଫେବୃଆରୀ ୨୦୨୬, ୦୮:୪୮ PM (IST): ଟିମ୍ ଇଣ୍ଡିଆର ପାଳି ସମାପ୍ତ ,ଭାରତୀୟ ବ୍ୟାଟରମାନେ ବିସ୍ଫୋରକ ବ୍ୟାଟିଂ କରି ସ୍କୋର ବୋର୍ଡରେ ୨୫୬ ରନ କରିଛନ୍ତି। ଜିମ୍ବାୱେକୁ ଏହି ମ୍ୟାଚ୍ ଜିତିବା ପାଇଁ ୨୫୭ ରନ କରିବାକୁ ହେବ। ଭାରତ ପକ୍ଷରୁ ଅଭିଷେକ ଶର୍ମା ୫୫ ରନ, ହାର୍ଦ୍ଦିକ ପାଣ୍ଡ୍ୟା ଅପରାଜିତ ୫୦ ରନ ଏବଂ ତିଲକ ବର୍ମା ଅପରାଜିତ ୪୪ ରନ କରିଛନ୍ତି। ଇଶାନ କିଷାନ ମଧ୍ୟ ୩୮ ରନ ଏବଂ ସୂର୍ଯ୍ୟା ୩୩ ରନର ଅବଦାନ ଦେଇଛନ୍ତି। ଏହାପୂର୍ବରୁ ସଞ୍ଜୁ ୨୪ ରନ କରି ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ।
- ୨୬ ଫେବୃଆରୀ ୨୦୨୬ ରାତି ୮:୪୧ (IST): ୧୯ ଓଭର ଶେଷ
ଟିମ୍ ଇଣ୍ଡିଆର ଇନିଂସ ୧୯ ଓଭରରେ ଶେଷ ହୋଇଛି ଏବଂ ସେମାନେ ୪ ୱିକେଟ୍ ହରାଇ ୨୪୧ ରନ୍ କରିଛନ୍ତି। ତିଲକ ବର୍ମା ୪୩ ରନ୍ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୩୬ ରନ୍ କରି କ୍ରିଜ୍ରେ ଅଛନ୍ତି। - ୨୬ ଫେବୃଆରୀ ୨୦୨୬ ରାତି ୮:୨୦ (IST: ଟିମ୍ ଇଣ୍ଡିଆକୁ ଚତୁର୍ଥ ଝଟକା
ଟିମ୍ ଇଣ୍ଡିଆ ୧୭୨ ରନରେ ଚତୁର୍ଥ ୱିକେଟ୍ ହରାଇଛି। ସୂର୍ଯ୍ୟକୁମାର ଯାଦବ ୧୩ ବଲରୁ ୩୩ ରନର ବିସ୍ଫୋରକ ଇନିଂସ ଖେଳି ପ୍ୟାଭିଲିୟନ ଫେରିଛନ୍ତି। - ୨୬ ଫେବୃଆରୀ ୨୦୨୬ ରାତି ୮:୦୬ (IST): ୧୫୦ ରନ୍ ସ୍କୋର
ଟିମ୍ ଇଣ୍ଡିଆ ସ୍କୋର ୧୨.୪ ଓଭର ପରେ ୧୫୦ ରନରେ ପହଞ୍ଚିଛି। ଅଭିଷେକ ଶର୍ମା ୫୫ ରନ୍ ସହିତ ଭଲ ଫର୍ମରେ ଦେଖାଯାଉଛନ୍ତି। ଅଧିନାୟକ ସୂର୍ଯ୍ୟ ତାଙ୍କୁ ୯ ବଲ୍ ରେ ୨୪ ରନ୍ ସହିତ ସମର୍ଥନ କରୁଛନ୍ତି। - ୨୬ ଫେବୃଆରୀ ୨୦୨୬ ସନ୍ଧ୍ୟା ୭:୫୪ (IST): ଇଶାନ କିଶାନ ଆଉଟ୍
ଟିମ୍ ଇଣ୍ଡିଆ ୧୨୦ ରନ୍ ରେ ଦ୍ୱିତୀୟ ୱିକେଟ୍ ହରାଇଛି। ଇଶାନ କିଶାନ ୨୪ ବଲ୍ ରେ ୩୮ ରନ୍ କରି ଆଉଟ୍ ହୋଇଥିଲେ। - ୨୬ ଫେବୃଆରୀ ୨୦୨୬ ୦୭:୫୨ PM (IST): ଅଭିଷେକ ଶର୍ମା ଅର୍ଦ୍ଧଶତକ ହାସଲ କରିଛନ୍ତି
ଅଭିଷେକ ଶର୍ମା ୨୬ ବଲ୍ ରେ ତାଙ୍କର ଅର୍ଦ୍ଧଶତକ ପୂରଣ କରିଛନ୍ତି। ଏହା ଟୁର୍ଣ୍ଣାମେଣ୍ଟର ତାଙ୍କର ପ୍ରଥମ ଅର୍ଦ୍ଧଶତକ। - ୨୬ ଫେବୃଆରୀ ୨୦୨୬ ସନ୍ଧ୍ୟା ୭:୫୦ (IST): ୧୦୦ ରନ୍ ଆଗରେ
ଦଳ ଭାରତ ୧୦ମ ଓଭରରେ ୧୦୦ ରନ୍ ଅତିକ୍ରମ କରିଛି। ଅଭିଷେକ ଶର୍ମା ଏବଂ ଇଶାନ କିଶନ ସତର୍କତାର ସହିତ ବ୍ୟାଟିଂ କରୁଛନ୍ତି ଏବଂ ଦଳକୁ ଏକ ବଡ଼ ସ୍କୋର ଆଡକୁ ନେଇ ଯାଉଛନ୍ତି। - ୨୬ ଫେବୃଆରୀ ୨୦୨୬ ସନ୍ଧ୍ୟା ୭: ୪୬ (IST): ପାୱାରପ୍ଲେ ସମାପ୍ତ
ପ୍ରଥମ ୬ ଓଭର ପରେ ଟିମ୍ ଇଣ୍ଡିଆ ୧ ୱିକେଟ୍ ହରାଇ ୮୦ ରନ୍ କରିଛି। ଅଭିଷେକ ଶର୍ମା ୩୩ ଏବଂ ଇଶାନ କିଶାନ ୧୫ ରନ୍ କରି ଖେଳୁଛନ୍ତି। ଏଯାବତ ଭାରତ ୧ ଉଇକେଟ ହରାଇ ୯.୩ ଓଭରରେ ୧୦୭ ରନ୍ କରିଛି। - ୨୬ ଫେବୃଆରୀ ୨୦୨୬ ସନ୍ଧ୍ୟା ୭:୨୩ (IST): ସଞ୍ଜୁ ସାମସନ ଆଉଟ୍
ଟିମ୍ ଇଣ୍ଡିଆ ୪୮ ରନ୍ ରେ ପ୍ରଥମ ୱିକେଟ୍ ହରାଇଛି। ସଞ୍ଜୁ ସାମସନ ୧୫ ବଲ୍ ରେ ୨୪ ରନ୍ର ଦ୍ରୁତ ଇନିଂସ ଖେଳି ଆଉଟ୍ ହୋଇଥିଲେ। ଇଶାନ କିଶନ ଏବେ କ୍ରିଜ୍କୁ ଆସିଛନ୍ତି। - ୨୬ ଫେବୃଆରୀ, ୨୦୨୬, ସନ୍ଧ୍ୟା ୭:୦୬ (IST):
ସଞ୍ଜୁ ସାମସନ ଏକ ଛକା ମାରି ଟିମ୍ ଇଣ୍ଡିଆର ଖାତା ଖୋଲିଥିଲେ ଏବଂ ଦଳ ପ୍ରଥମ ଓଭରରେ ୧୩ ରନ ସଂଗ୍ରହ କରିଥିଲା। ଏହା ଭାରତ ପାଇଁ ଏକ ଭଲ ଆରମ୍ଭ। - ୨୬ ଫେବୃଆରୀ ୨୦୨୬ ୦୭:୦୧ PM (IST): ଭାରତର ଇନିଂସ ଆରମ୍ଭ
ମ୍ୟାଚ୍ ଆରମ୍ଭ ହୋଇଛି। ଭାରତ ପାଇଁ ସଞ୍ଜୁ ସାମସନ ଏବଂ ଅଭିଷେକ ଶର୍ମା କ୍ରିଜକୁ ଆସିଛନ୍ତି। ଏହାର ଅର୍ଥ ହେଉଛି ଇଶାନ କିଶାନଙ୍କୁ ତୃତୀୟ ନମ୍ବରରେ ଖେଳୁଥିବାର ଦେଖାଯାଇପାରିବ। ଏପର୍ଯ୍ୟନ୍ତ ସେ ଓପନର ଭାବରେ ଖେଳୁଥିଲେ।
ଏହି ମୁକାବିଲା ଉଭୟ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେମିଫାଇନାଲ ଆଶା ବଞ୍ଚାଇ ରଖିବା ପାଇଁ ଉଭୟ ଭାରତ ଏବଂ ଜିମ୍ବାୱେକୁ ଏହି ମ୍ୟାଚ୍ ଜିତିବାକୁ ହେବ। ବିଶେଷ କରି ଭାରତ ପାଇଁ ଏହା ଏକ ’ଡୁ-ଅର୍-ଡାଇ’ ମ୍ୟାଚ।
ଭାରତ ମାଟିରେ ଜିମ୍ବାୱେର ରେକର୍ଡ ଦେଖିଲେ ଜିମ୍ବାୱେ ଦଳ ଏପର୍ଯ୍ୟନ୍ତ ଭାରତୀୟ ମାଟିରେ ଭାରତ ବିପକ୍ଷରେ ମୋଟ ୨୪ଟି ଆନ୍ତର୍ଜାତୀୟ ମ୍ୟାଚ ଖେଳିଛି। ସେଥିମଧ୍ୟରୁ ୧୯ଟି ଦିନିକିଆ (ODI), ୫ଟି ଟେଷ୍ଟ ମ୍ୟାଚ ରହିଛି। ଶେଷଥର ପାଇଁ ୨୦୦୨ ମାର୍ଚ୍ଚ ମାସରେ ଜିମ୍ବାୱେ ଭାରତରେ ଏକ ଦିନିକିଆ ମ୍ୟାଚ୍ ଖେଳିଥିଲା। ୨୪ ବର୍ଷ ପରେ ପୁଣିଥରେ ଜିମ୍ବାୱେ ଭାରତୀୟ ମାଟିରେ ଭାରତ ବିପକ୍ଷରେ ଖେଳିବାକୁ ଓହ୍ଲାଇବ।
ଟି-୨୦ ବିଶ୍ୱକପ ଇତିହାସରେ ଏହା ଦୁଇ ଦଳ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍। ୨୦୨୨ ବିଶ୍ୱକପ (ମେଲବର୍ଣ୍ଣ)ରେ ପ୍ରଥମ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଉକ୍ତ ମ୍ୟାଚ୍ରେ ଭାରତ ୭୧ ରନରେ ବିଜୟୀ ହୋଇଥିଲା। ସୂର୍ଯ୍ୟକୁମାର ଯାଦବ ମାତ୍ର ୨୫ ବଲ୍ରେ ଧୂଆଁଧାର ୬୧ ରନ୍ କରିଥିଲେ।
| କ୍ରମ | ଖେଳାଳିଙ୍କ ନାମ | ଭୂମିକା |
| ୧ | ଅଭିଷେକ ଶର୍ମା | ଓପନର ବ୍ୟାଟସମ୍ୟାନ |
| ୨ | ସଞ୍ଜୁ ସାମସନ | ଓପନର / ୱିକେଟକିପର |
| ୩ | ଇଶାନ କିଶନ | ଟପ୍ ଅର୍ଡର ବ୍ୟାଟସମ୍ୟାନ |
| ୪ | ସୂର୍ଯ୍ୟକୁମାର ଯାଦବ (C) | ମଧ୍ୟକ୍ରମ ବ୍ୟାଟସମ୍ୟାନ (ଅଧିନାୟକ) |
| ୫ | ତିଳକ ବର୍ମା | ମଧ୍ୟକ୍ରମ ବ୍ୟାଟସମ୍ୟାନ |
| ୬ | ହାର୍ଦ୍ଦିକ ପାଣ୍ଡ୍ୟା | ଅଲରାଉଣ୍ଡର |
| ୭ | ଶିବମ ଦୁବେ | ଅଲରାଉଣ୍ଡର |
| ୮ | ଅକ୍ଷର ପଟେଲ | ସ୍ପିନ୍ ଅଲରାଉଣ୍ଡର |
| ୯ | ବରୁଣ ଚକ୍ରବର୍ତ୍ତୀ | ସ୍ପିନର |
| ୧୦ | ଜସପ୍ରୀତ ବୁମରା | ଦ୍ରୁତ ବୋଲର |
| ୧୧ | ଅର୍ଶଦୀପ ସିଂ | ଦ୍ରୁତ ବୋଲର |

