Posted inଖେଳ

ଆଜି ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ପ୍ରଥମ ଟି-୨୦: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ଟାରୌବା,୨୯ା୭:ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ୫ଟିକିଆ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଆଜି ବ୍ରାଏନ ଲାରା କ୍ରିକେଟ୍‌ ଷ୍ଟାଡିୟମରେ ଖେଳାଯିବ। ଦିନିକିଆ ସିରିଜ୍‌କୁ କ୍ଲିନ୍‌ ସୁଇପ୍‌ କରିବା ପରେ ଭାରତୀୟ ଦଳ ଟି୨୦ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ବରିଷ୍ଠ ଖେଳାଳିଙ୍କ ପ୍ରତ୍ୟାବର୍ତ୍ତନ ପରେ ଭାରତୀୟ ଦଳ ଆହୁରି ଶକ୍ତିଶାଳୀ ହୋଇପଡିଛି। ଦିନିକିଆ ସିରିଜରୁ ବିଶ୍ରାମ ନେଇଥିବା ରୋହିତ ଶର୍ମା, ରିଷଭ ପନ୍ତ, ଦୀନେଶ କାର୍ତ୍ତିକ, କେ. ଏଲ୍‌. ରାହୁଲ ଦଳକୁ ଫେରିଛନ୍ତି।
ସେହିପରି ଦିନିକିଆ ସିରିଜ ପରାଜୟକୁ ଭୁଲି ନୂଆ ଆରମ୍ଭ କରିବାକୁ ଚାହିଁବ ଓ୍ବେଷ୍ଟଇଣ୍ଡିଜ। କାଇଲ ମେୟର୍ସ ଓ ନିକୋଲାସ୍‌ ପୁରନ ଭଲ ବ୍ୟାଟିଂ ଫର୍ମରେ ରହିଥିବା ବେଳେ ହୋଲ୍ଡରଙ୍କ ଉପସ୍ଥିତି ଦଳକୁ ଶକ୍ତିଶାଳୀ କରିବ।
ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ପ୍ରଥମ ଦିନିକିଆ ବ୍ରାଏନ ଲାରା କ୍ରିକେଟ୍‌ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍‌ ଭାରତୀୟ ସମୟ ରାତି ୮ଟାରୁ ଆରମ୍ଭ ହେବ। ଟସ୍‌ ୭.୩୦ ପଡିବ। ସୋନି ସ୍ପୋର୍ଟସ ନେଟୱାର୍କ – ସୋନି ସିକ୍ସ ଏବଂ ସୋନି ସିକ୍ସ ଏଚ୍‌ଡିରେ ଏହି ମ୍ୟାଚ୍‌ ପ୍ରସାରିତ ହେବ। ଏହାସହ ମ୍ୟାଚ୍‌ର ଲାଇଭ ଷ୍ଟ୍ରିମିଂ ସୋନି ଲିଭରେ ଉପଲବ୍ଧ ହେବ।
ଭାରତ: ରୋହିତ ଶର୍ମା(ଅଧିନାୟକ), ଇଶାନ କିଶନ, ଶ୍ରେୟସ୍‌ ଆୟାର, ଦୀପକ ହୁଦା, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା,ରିଷଭ ପନ୍ତ, କେ. ଏଲ୍‌. ରାହୁଲ, ଦୀନେଶ କାର୍ତ୍ତିକ, ରବୀନ୍ଦ୍ର ଜାଡେଜା, ଆର. ଅଶ୍ୱିନ୍‌, କୁଲଦୀପ ଯାଦବ, ଭୁବନେଶ୍ୱର କୁମାର, ଆଭେଶ ଖାନ୍‌, ହର୍ଶଲ ପଟେଲ, ରବି ବିଷ୍ଣୋଇ, ଅକ୍ଷର ପଟେଲ, ଅର୍ଶଦୀପ ସିଂ।
ଓ୍ବେଷ୍ଟଇଣ୍ଡିଜ ଦଳ: ନିକୋଲାସ୍‌ ପୁରନ୍‌(ଅଧିନାୟକ), ଶାଇ ହୋପ୍‌, ଶମାରା ବ୍ରୁକ୍‌ସ, କେସି କାର୍ଟି, ଜାସନ୍‌ ହୋଲ୍ଡର, ଅକିଲ୍‌ ହୋସେନ୍‌, ଆଲଜାରି ଯୋଶେଫ୍‌, ବ୍ରାଣ୍ଡନ କିଙ୍ଗ, କାଇଲ ମେୟର୍ସ, ଗୁଡାକେଶ ମୋତି, କିମୋ ପଲ୍‌, ରୋଭମାନ ପାଓ୍ବେଲ୍‌ ଓ ଜାଡେନ୍‌ ସେଲ୍ସ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସିରିଜ୍‌ କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ଭାରତ: ହୋଇପାରେ ପରୀକ୍ଷା ନିରୀକ୍ଷା

ହରାରେ,୨୧ା୮: ଜିମ୍ବାଓ୍ବେ ବିପକ୍ଷ ୩ ମ୍ୟାଚ୍‌ବିଶିଷ୍ଟ ଦିନିକିଆ ସିରିଜ୍‌ର ଅନ୍ତିମ ମୁକାବିଲା ସୋମବାର ଖେଳାଯିବ। ଏହି ମୁକାବିଲା ଜିତି ସିରିଜ୍‌ କ୍ଲିନ୍‌ ସୁଇପ୍‌ କରିବାକୁ ପ୍ରୟାସ...

ସିନ୍ଧୁ ପ୍ରି-କ୍ୱାର୍ଟରରେ

ଟୋକିଓ, ୨୯।୭ (ପି.ଟି.)- ବିଶ୍ୱ ଚାମ୍ପିୟନ ପି. ଭି. ସିନ୍ଧୁ ଅଲିମ୍ପିକ୍ସ ମହିଳା ସିଙ୍ଗଲ୍ସ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ପ୍ରି-କ୍ୱାର୍ଟରଫାଇନାଲରେ ପ୍ରବେଶ କରିଥିବାବେଳେ ପୁରୁଷ ବିଭାଗରେ ବି....

୨୦୨୧ ଆଇପିଏଲ୍‌ ସିଏସ୍‌କେର ଏହି ୪ ଧୁରନ୍ଧରଙ୍କ ପାଇଁ ହୋଇପାରେ ଶେଷ ସିଜିନ୍‌

ନୂଆଦିଲ୍ଲୀ,୮।୪: ଚଳିତ ବର୍ଷ ହେବାକୁ ଥିବା ଆଇପିଏଲ୍କୁ ଆଉ ମାତ୍ର କିଛି ଘଣ୍ଟା ବାକି ଅଛି। ଏହାକୁ ନେଇ ପ୍ରଶଂସକଙ୍କ ସହ ଖେଳାଳିଙ୍କ ଉତ୍କଣ୍ଠା ବଢ଼ିବାରେ...

କୋପା ଆମେରିକା:ଇକ୍ୱାଡରକୁ ହରାଇଲା ଉରୁଗୁଏ

ବେଲୋ ହରିଜଣ୍ଟେ,୧୭।୬(ଏଏଫ୍‌ପି)- ଲୁଇସ ସୁଆରେଜ ଓ ଇଡିନସନ କାଭାନିଙ୍କ ଗୋଲ ବଳରେ ଉରୁଗୁଏ ଦଳ କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟରେ ବିଜୟ ସହ ଅଭିଯାନ ଆରମ୍ଭ...

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ପାଇଁ ବାଂଲାଦେଶକୁ ୧୭୮ ରନ୍‌ ଦରକାର

ପୋଚଫ୍ସଷ୍ଟ୍ରୁମ,୯।୨- ଚଳିତ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଭାରତ ମାତ୍ର ୧୭୭ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ପ୍ରଥମ ଥର କୌଣସି ଆଇସିସି...

ଏସିଆ କପ୍‌ ଟି୨୦ରେ ଖେଳିବେ ନାହିଁ ବୁମ୍‌ରା

ନୂଆଦିଲ୍ଲୀ,୮ା୮: ଭାରତର ସିନିୟର ଫାଷ୍ଟ ବୋଲର ଯଶପ୍ରୀତ୍‌ ବୁମ୍‌ରା ଏସିଆ କପ୍‌ ଟି୨୦ ଟୁର୍ନାମେଣ୍ଟରେ ଖେଳିବେ ନାହିଁ। ତାଙ୍କ ପିଠିରେ ଆଘାତ ଲାଗିଥିବାରୁ ସୁସ୍ଥ ହେବା...

ବିସିସିଆଇ ସଭାପତି ଭାବେ ଯାହା କରିବା ଉଚିତ ମୁଁ ତାହା କରୁଛି: ଗାଙ୍ଗୁଲି

ନୂଆଦିଲ୍ଲୀ,୪।୨: ଚର୍ଚ୍ଚାରେ ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲି। ବିସିସିଆଇ ସଭାପତି ଭାବରେ ୨୬ ମାସର କାର୍ଯ୍ୟକାଳ ମଧ୍ୟରେ ସେ ଅନେକ ଥର ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି।...

କାମ ଦେଉଛି ଗୁରୁମନ୍ତ୍ର; ହେଲେ ୧୪୦ କିମିରୁ ଅଧିକ ବେଗରେ ବୋଲିଂ କରିପାରୁନି

ରାଞ୍ଚି, ୨୦।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି୨୦ ମୁକାବିଲାରେ ଅନ୍ତର୍ଜାତୀୟ ଡେବ୍ୟୁ କରିଛନ୍ତି ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରିଥିବା ହର୍ଶଲ ପଟେଲ। ଚଳିତ ବର୍ଷ ସେ...

Advertisement
Archives

Model This Week