Categories: ଖେଳ

ଫ୍ଲୋରିଡାରେ ଖେଳାଯିବ ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ୪ର୍ଥ ଟି -୨୦ ମ୍ୟାଚ

ଫ୍ଲୋରିଡା, ୧୨।୮: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ୫ ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜର କାରଭାନ ବର୍ତ୍ତମାନ ଆମେରିକାର ଫ୍ଲୋରିଡା ସହରରେ ପହଞ୍ଚିଛି। ତେବେ ଚତୁର୍ଥ ଟି -୨୦ ମ୍ୟାଚ ଫ୍ଲୋରିଡାର ଲାଉଡର୍ହିଲ ଗ୍ରାଉଣ୍ଡରେ ଖେଳାଯିବ। ଏହି ସିରିଜର ପ୍ରଥମ ୩ ମ୍ୟାଚରେ ୱିଣ୍ଡିଜ ଦଳ ୨ଟି ଜିତିଥିବା ବେଳେ ଭାରତ ତୃତୀୟ ଟି -୨୦ ମ୍ୟାଚରେ ୭ ଉଇକେଟ୍‌ରେ ବିଜୟ ହାସଲ କରିଛି।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆକୁ ଚତୁର୍ଥ ଟି -୨୦ ମ୍ୟାଚ ଜିତିବାକୁ ଭଲ ସୁଯୋଗ ରହିଛି। ଚତୁର୍ଥ ଟି -୨୦ ମ୍ୟାଚରେ ଇଶାନ କିଷନ ପୁନର୍ବାର ଦଳକୁ ଫେରିଥିବାର ଦେଖିବାକୁ ମିଳିବ, ଯେଉଁ ସ୍ଥାନରେ ଯଶସ୍ବୀ ଜୟସ୍ବାଲଙ୍କୁ ତୃତୀୟ ଟି -୨୦ରେ ସୁଯୋଗ ଦିଆଯାଇଥିଲା। ଏହା ବ୍ୟତୀତ ୱିଣ୍ଡିଜ ଦଳରେ ଜେସନ ହୋଲ୍ଡରଙ୍କ ପ୍ରତ୍ୟାବର୍ତ୍ତନ ଦେଖିବାକୁ ମିଳିପାରେ।

Share