Categories: ଖେଳ

ସେପ୍ଟେମ୍ବରରୁ ବୁକିଂ ହେବ ଭାରତ-ପାକିସ୍ତାନ ମ୍ୟାଚର ଟିକେଟ୍‌

ନୂଆଦିଲ୍ଲୀ,୧୬।୮: ୨୦୨୩ ବିଶ୍ୱକପ ୫ଅକ୍ଟୋବରରୁ ଆରମ୍ଭ ହେବ । ଭାରତରେ ଖେଳାଯିବାକୁ ଥିବା ବିଶ୍ୱକପ ପାଇଁ ଆଇସିସି ଦ୍ୱାରା ଟିକେଟ୍‌ର ପ୍ଲାନ୍‌ ଜାରି କରାଯାଇଛି। ଅକ୍ଟୋବର ୧୪ରେ ବିଶ୍ୱକପରେ ଖେଳାଯିବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ ପାଇଁ ପ୍ରଶଂସକମାନେ ଅଧିକ ଉତ୍ସାହିତ ଅଛନ୍ତି। ମହମୁକାବିଲା ପାଇଁ ଟିକେଟ୍‌ ସେପ୍ଟେମ୍ବରରୁ ବୁକିଂ ଆରମ୍ଭ ହେବ।

ଏହି ଟୁର୍ନାମେଣ୍ଟରେ ଭାରତୀୟ ଦଳ ୮ ଅକ୍ଟୋବରରେ ଚେନ୍ନାଇରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ। ଟୁର୍ନାମେଣ୍ଟରେ ଖେଳାଯାଇଥିବା ସମସ୍ତ ମ୍ୟାଚ ପାଇଁ ଟିକେଟ୍‌ ଏକାସାଙ୍ଗରେ ନୁହେଁ ବରଂ ପର୍ଯ୍ୟାୟ ଅନୁସାରେ ଦିଆଯିବ। ଟୁର୍ନାମେଣ୍ଟ ପାଇଁ ପ୍ରଥମ ଟିକେଟ ଅଗଷ୍ଟ ୨୫ରେ ଜାରି କରାଯିବ। ଯେଉଁଥିରେ ଭାରତ ବ୍ୟତୀତ ସମସ୍ତ ଦଳ ପାଇଁ ୱାର୍ମ ଅପ ମ୍ୟାଚ ସାମିଲ ହେବ ।

ଭାରତ ଏବଂ ପାକିସ୍ତାନ ମଧ୍ୟରେ ମେଗା ମ୍ୟାଚ ପାଇଁ ଟିକେଟ ବୁକିଂ ୩ ସେପ୍ଟେମ୍ବରରୁ ଆରମ୍ଭ ହେବ। ଏହା ପରେ ୧୫ ସେପ୍ଟେମ୍ବରରେ ଫାଇନାଲ ଏବଂ ସେମିଫାଇନାଲ ପାଇଁ ଟିକେଟ୍‌ ଦିଆଯିବ। ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ନଭେମ୍ବର ୧୯ ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ।

Share