Categories: ଖେଳ

ଏସିଆ କପ ୨୦୨୩: ପାକିସ୍ତାନ ଯିବ ନାହିଁ ଟିମ ଇଣ୍ଡିଆ, ଶ୍ରୀଲଙ୍କାରେ ହେବ ଭାରତ-ପାକ୍‌ ମ୍ୟାଚ

ନୂଆଦିଲ୍ଲୀ,୧୨।୭: ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଏସିଆ କପ ୨୦୨୩ ମ୍ୟାଚ କେବଳ ଶ୍ରୀଲଙ୍କାରେ ଖେଳାଯିବ। ଡରବାନରେ କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ)ର ସେକ୍ରେଟାରୀ ଜୟ ଶାହା ଏବଂ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର ମୁଖ୍ୟ ଜକା ଅଶ୍ରାଫଙ୍କ ମଧ୍ୟରେ ହୋଇଥିବା ବୈଠକ ପରେ ଏହା ନିଶ୍ଚିତ ହୋଇଛି। ହାଇବ୍ରିଡ ମଡେଲ ଅଧୀନରେ ଖେଳାଯିବାକୁ ଥିବା ଏସିଆ କପର ଆୟୋଜନ ପାକିସ୍ତାନ ପାଖରେ ଅଧିକାର ଅଛି, କିନ୍ତୁ ନିଜ ଘରେ ମାତ୍ର ୪ ଟି ମ୍ୟାଚ ଆୟୋଜନ କରିବ ଏବଂ ବାକି ଟୁର୍ନାମେଣ୍ଟ ଶ୍ରୀଲଙ୍କାରେ ଖେଳାଯିବ। ଡରବାନରେ ଆଇସିସି ବୋର୍ଡ ବୈଠକ ପୂର୍ବରୁ ଜୟ ଶାହା ଏବଂ ଜକା ଅଶ୍ରାଫଙ୍କ ମଧ୍ୟରେ ଏସିଆ କପ କାର୍ଯ୍ୟସୂଚୀ ଚୂଡ଼ାନ୍ତ କରିବାକୁ ଏକ ଅନୈପଚାରିକ ସାକ୍ଷାି ହୋଇଥିଲା।

କେବଳ ଶ୍ରୀଲଙ୍କାରେ ହେବାକୁ ଥିବା ଏସିଆ କପରେ ଭାରତୀୟ ଦଳ ଏହାର ସମସ୍ତ ମ୍ୟାଚ ଖେଳିବ ବୋଲି ଅରୁଣ ଧୁମଲ ମଧ୍ୟ ତାଙ୍କ ବିବୃତ୍ତିରେ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ଏସିଆ କପ ୨୦୨୩ରେ ଲିଗ ପର୍ଯ୍ୟାୟର ୪ଟି ମ୍ୟାଚ ପାକିସ୍ତାନରେ ଅନୁଷ୍ଠିତ ହେବ ଏବଂ ଏହା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ୨ଟି ମ୍ୟାଚ ସମେତ ଶ୍ରୀଲଙ୍କାରେ ଖେଳାଯିବ। ଯଦି ଉଭୟ ଦଳ ଫାଇନାଲରେ ପ୍ରବେଶ କରନ୍ତି, ତେବେ ତୃତୀୟ ମ୍ୟାଚ ମଧ୍ୟ ଶ୍ରୀଲଙ୍କାରେ ଖେଳାଯିବ।

Share