Posted inଖେଳ

୭ ବର୍ଷ ପରେ ଆରମ୍ଭ ହେଲା ଲଜ୍ଜାଜନକ ବିପର୍ଯ୍ୟୟ

ସିଡନୀ,୩୦।୧୧: ଅଷ୍ଟ୍ରେଲିଆ ବିପକ୍ଷ ଏକଦିବସୀୟ ସିରିଜରେ ହାରିବା ପରେ ବିରାଟ କୋହଲି ପ୍ରବଳ ଚାପରେ ଅଛନ୍ତି। ଏଥିରୁ ଜଣାପଡୁଛି ଯେ ଭାରତୀୟ ଦଳ ଅଷ୍ଟ୍ରେଲିଆ ସମ୍ମୁଖରେ ଆତ୍ମସମର୍ପଣ କରିଛି। ଏବେ ଅଷ୍ଟ୍ରେଲିଆ ଗସ୍ତରେ ଗୋଟିଏ ଏକଦିବସୀୟ ବାକି ଅଛି। ଏହାପରେ ଦଳକୁକୁ ମଧ୍ୟ ଟି -୨୦ ଏବଂ ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆକୁ ସାମ୍ନା କରିବାକୁ ପଡିବ। ଏଭଳି ପରିସ୍ଥିତିରେ ବିରାଟଙ୍କ ପାଇଁ ଏଥର ଅଷ୍ଟ୍ରେଲିଆ ଗସ୍ତର ଆହ୍ବାନ ସୃଷ୍ଟି ହୋଇଛି। ଗତ ୫ଟି ମ୍ୟାଚ୍‌ରେ ଟିମ ଇଣ୍ଡିଆ କ୍ରମାଗତ ଭାବେ ପରାଜୟର ସାମ୍ନାକ ରିବାକୁ ପଡିଛି। ଏହାପୂର୍ବରୁ ବିରାଟଙ୍କ ଅଧିନାୟକତ୍ୱରେ କ୍ରମାଗତ ଏତେ ମ୍ୟାଚ୍‌ରେ ପରାଜୟର ସମ୍ମୁଖୀନ ହୋଇ ନ ଥିଲା। ୨୦୧୩ରୁ ବିରାଟ କୋହଲି ଏକଦିବସୀୟରେ ଟିମ ଇଣ୍ଡିଆର ଅଧିନାୟକ ରହିଛନ୍ତି। ତାଙ୍କ ଅଧିନାୟିକତ୍ୱରେ ଟିମ ଇଣ୍ଡିଆ ବିଜୟର ଅନେକ ରେକର୍ଡ ସୃଷ୍ଟି କରିଛି, କିନ୍ତୁ ଗତ ୫ଟି ଦିନିକିଆରେ ଟିମ ଇଣ୍ଡିଆ କ୍ରମାଗତ ପରାଜୟ ଭୋଗିଛି। ଗତ ବର୍ଷ ହାମିଲଟନ ଗ୍ରାଉଣ୍ଡରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ସିରିଜ ପରାଜୟ ଆରମ୍ଭ ହୋଇଥିଲା। ନ୍ୟୁଜିଲ୍ୟାଣ୍ଡର ଏହି ଗସ୍ତରେ ଟିମ ଇଣ୍ଡିଆକୁ କ୍ରମାଗତ ତିନିଟି ମ୍ୟାଚ୍‌ରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏହା ପରେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆ ଗସ୍ତରେ କ୍ରମାଗତ ୨ ମ୍ୟାଚ ହାରିଛି। ଏହାପୂର୍ବରୁ ବିରାଟଙ୍କ ଅଧିନାୟୀକତ୍ୱରେ ଟିମ ଇଣ୍ଡିଆକୁ ୨୦୧୯ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ଲଗାତାର ୩ ମ୍ୟାଚ ହରାଇବାକୁ ପଡିଥିଲା। ଗତ ୪୬ବର୍ଷ ମଧ୍ୟରେ କ୍ରମାଗତ ୮ଟି ମ୍ୟାଚରେ ଟିମ ଇଣ୍ଡିଆ ସର୍ବାଧିକ ପରାଜୟର ସମ୍ମୁଖୀନ ହୋଇଛି। ଟିମ ଇଣ୍ଡିଆର ଏହି କ୍ରମାଗତ ପରାଜୟ ୧୯୮୧ମସିହାରେ ସୁନୀଲ ଗାଭାସ୍କରଙ୍କ ଅଧିନାୟିକତ୍ୱରେ ହୋଇଥିଲା। ସିଡନୀ ପଡ଼ିଆରେ ଏହି ପରାଜୟର ସିରିଜ ଆରମ୍ଭ ହୋଇଥିଲା। ଏହା ପରେ, ୧୯୮୯ରେ, ଭାରତକୁ ଲଗାତାର ୭ଟି ମ୍ୟାଚରେ ପରାଜୟର ସମ୍ମୁଖୀନ ହେବାକୁ ପଡିଲା। ସେହି ସମୟରେ ଟିମ ଇଣ୍ଡିଆର ଅଧିନାୟକ କେ. ଶ୍ରୀକାନ୍ତ ଏବଂ ପରେ ଭେଙ୍ଗସରକରଙ୍କ ହାତରେ ଥିଲା। ଏବେ ପଞ୍ଚମ ଥର ପାଇଁ ଟିମ ଇଣ୍ଡିଆ କ୍ରମାଗତ ୫ ଟି ମ୍ୟାଚରେ ପରାଜୟର ସମ୍ମୁଖୀନ ହୋଇଛି।

କ୍ରମାଗତ ୫ଟି ମ୍ୟାଚ ହାରିଥିବା ତାଳିକାରେ ଭାରତୀୟ ଅଧିନାୟକ ବିଶ୍ୱନ ସିଂ ବେଦୀ ଏବଂ ଭେଙ୍କଟାରାଗାମନଅନ୍ତି। ୧୯୭୮ରେ, ଏହି ଦୁଇଜଣଙ୍କ ଅଧିନାୟକତ୍ୱରେ ଭାରତକୁ ଲଗାତାର ୫ଟି ମ୍ୟାଚରେ ପରାଜୟର ସମ୍ମୁଖୀନ ହେବାକୁ ପଡିଲା। ୧୯୮୩ ମସିହାରେ କପିଲ ଦେବଙ୍କ ଅଧିନାୟକତ୍ୱରେ ଭାରତକୁ ୫ ଟି ମ୍ୟାଚରେ କ୍ରମାଗତ ପରାଜୟର ସାମ୍ନା କରିବାକୁ ପଡିଥିଲା। ୧୯୮୮ରେ ରବି ଶାସ୍ତ୍ରୀ, ୨୦୦୨ ଏବଂ ୨୦୦୫ମସିହାରେ, ସୌରଭ ଗାଙ୍ଗୁଲି ଏବଂ ରାହୁଲ ଦ୍ରାବିଡଙ୍କ ଅଧିନାୟକ ଭାବରେ ଭାରତ କ୍ରମାଗତ ୫ ଟି ମ୍ୟାଚ ହାରିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri