Posted inଖେଳ

୧୨ ବର୍ଷ ପରେ କୋହଲିଙ୍କ ନାଁରେ ଏହି ଲଜ୍ଜାଜନକ ରେକର୍ଡ

କାନବେରା,୨।୧୨: ଭାରତୀୟ କ୍ରିକେଟ ଦଳର ଅଧବନାୟକ ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଏକଦିବସୀୟ ମ୍ୟାଚ୍‌ରେ ୬୩ରନ୍‌ କରି ଜୋଶ ହେଜେଲଉଡଙ୍କ ଶିକାର ହୋଇଥିଲେ। ଲଗାତାର ୩ଟି ମ୍ୟାଚ୍‌ରେ ସେ ହେଜେଲଉଡଙ୍କ ଶିକାର ହୋଇଛନ୍ତି। ଏହା ସହ ଡେବ୍ୟୁ ମ୍ୟାଚ୍‌ ପରେ ପ୍ରଥମଥର ପାଇଁ କୋହଲି ଗୋଟିଏ ବର୍ଷରେ ବିନା ଶତକ ମାରି ବର୍ଷ ଶେଷ କରିଛନ୍ତି। ଚଳିତବର୍ଷ ଭାରତୀୟ ଦଳର ଏହା ଶେଷ ଏକଦିବସୀୟ ମ୍ୟାଚ୍‌ ଥିଲା। ତେବେ ଶେଷ ମ୍ୟାଚ୍‌ରେ ସେ ଏକ ଶତକର ନିକଟତର ହୋଇଥିଲେ। କିନ୍ତୁ ତାଙ୍କୁ ୮୯ ରନ ପାଇଁ ହେଜେଲଉଡ ପ୍ୟାଭିଲିୟନକୁ ପଠାଯାଇଥିଲା। କୋହଲି ୨୦୦୮ରେ ନିଜର ଏକଦିବସୀୟ ଡେବ୍ୟୁ କରିଥିଲେ। ତା’ପରେ ସେ ପାଞ୍ଚ ଇନିଂସ ଖେଳି ଶତକ ହାସଲ କରିପାରି ନ ଥିଲେ। ସେବେଠାରୁ ସେ ପ୍ରତିବର୍ଷ ଏକଦିବସୀୟ କ୍ରିକେଟରେ ଏକ ଶତକ ହାସଲ କରିଛନ୍ତି। ସେ ୨୦୧୭ ଏବଂ ୨୦୧୮ରେ ସର୍ବାଧିକ ଶତକ ମାରିଥିଲେ। ୨୦୧୭ରେ କୋହଲି ୨୬ଇନିଂସ ଏବଂ ପରବର୍ତ୍ତୀ ସିଜନରେ ସେ ୧୪ ଇନିଂସରେ ଯଥାକ୍ରମେ ୬-୬ଟି ଶତକ ହାସଲ କରିଥିଲେ।

୨୦୦୮ – ୦
୨୦୦୯ – ୧
୨୦୧୦ -୩
୨୦୧୧ -୪
୨୦୧୨-୫
୨୦୧୩-୪
୨୦୧୪-୪
୨୦୧୫-୨
୨୦୧୬-୩
୨୦୧୭-୬
୨୦୧୮-୬
୨୦୧୯-୫
୨୦୨୦-୦

ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଏକଦିବସୀୟ ସିରିଜରୁ କୋହଲି ବର୍ଷ ଆରମ୍ଭ କରିଥିଲେ। ଏହା ପରେ ଦଳ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇଥିଲା ଏବଂ ପରେ କରୋନା ପରେ କ୍ରିକେଟ କିଛି ସମୟ ପାଇଁ ଅଟକି ଯାଇଥିଲା। ଅଷ୍ଟ୍ରେଲିଆ ବିପକ୍ଷ ଏକଦିବସୀୟ ସିରିଜ ହେଉଛି କରୋନା ପରେ ଟିମ ଇଣ୍ଡିଆର ପ୍ରଥମ ସିରିଜ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

IPL ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଏହି ଷ୍ଟାର ବ୍ୟାଟସ୍‌ମ୍ୟାନ, ୩୭ ବର୍ଷ ବୟସରେ…

ନୂଆଦିଲ୍ଲୀ,୨।୪: କ୍ରିକେଟ ଜଗତ ବର୍ତ୍ତମାନ IPL ୨୦୨୬ ଉପରେ ଧ୍ୟାନ ଦେଇଛି। ଇଣ୍ଡିଆନ ପ୍ରିମିୟର ଲିଗ ୨୮ ମାର୍ଚ୍ଚରୁ ଆରମ୍ଭ ହୋଇଛି ଏବଂ ପ୍ରତିଦିନ ପ୍ରମୁଖ ମ୍ୟାଚ…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ଜୁଲାଇରେ ଜିମ୍ବାୱେ ଗସ୍ତ କରିବ ଟିମ୍ ଇଣ୍ଡିଆ, ଟି-୨୦ ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ କି ସୁଯୋଗ ?

ନୂଆଦିଲ୍ଲୀ,୧।୪: ଟିମ୍ ଇଣ୍ଡିଆର ଜିମ୍ବାୱେ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭାରତୀୟ ଦଳର ଏହି ଗସ୍ତ ଜୁଲାଇରେ ହେବାକୁ ଯାଉଛି। ଏହି ଗସ୍ତ ସମୟରେ ତିନି ମ୍ୟାଚ୍…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

ଅନ୍ତର୍ଜାତୀୟ ସ୍ତରର ଅପମାନ ପାଇଲା ପାକିସ୍ତାନ, ଭିଡିଓ ହେଉଛି ଭାଇରାଲ

ଇସଲାମାବାଦ,୧।୪: PSL 2026 ରେ, ପାକିସ୍ତାନ ପାଇଁ ଅନ୍ତର୍ଜାତୀୟ ଲଜ୍ଜାର କାରଣ ପାଲଟିଥିବା ଘଟଣାଗୁଡ଼ିକର ଏକ ଶୃଙ୍ଖଳା ସାମ୍ନାକୁ ଆସିଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ, ଜର୍ସିରୁ ରଙ୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri