Categories: ଖେଳ

ସାମାନ୍ୟ ବଦଳିପାରେ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍‌ର କାର୍ଯ୍ୟସୂଚୀ

ସିଡ୍‌ନୀ,୨୪।୧୨: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜ୍‌ର ମୂଳ କାର୍ଯ୍ୟସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ। ମୂଳ କାର୍ଯ୍ୟସୂଚୀ ଅନୁଯାୟୀ ତୃତୀୟ ଟେଷ୍ଟ ସିଡ୍‌ନୀଠାରେ ଅନୁଷ୍ଠିତ ହେବାର ଅଛି। କୁଇନ୍ସଲାଣ୍ଡଠାରେ କୋଭିଡ୍‌-୧୯ ପରିସ୍ଥିତି ଖରାପ ହେଉଥିବାରୁ ସିଡ୍‌ନୀଠାରେ ଏହି ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ମ୍ୟାଚ୍‌ ଆୟୋଜନ ହେବା ସମ୍ଭବ ନୁହେଁ। ଏହି କାରଣରୁ ୪ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ର ୩ୟ ଟେଷ୍ଟ ଲାଗି ମେଲବୋର୍ନକୁ ବିକଳ୍ପ ଭେନ୍ୟୁ ବାଛିଛି କ୍ରିକେଟ ଅଷ୍ଟ୍ରେଲିଆ (ସିଏ)।

ସିଡ୍‌ନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଠାତ୍‌ ବୃଦ୍ଧି ପାଇବାରୁ ଜାନୁୟାରୀ ୭ ତାରିଖରୁ ଅନୁଷ୍ଠିତ ହେବାକୁ ଥିବା ଟେଷ୍ଟ ମ୍ୟାଚ୍‌ର ଭାଗ୍ୟ ଘେରି ହୋଇଯାଇଛି ଅନିଶ୍ଚିତତାରେ। ଏହି ମ୍ୟାଚ୍‌ ସମ୍ପର୍କରେ ଦ୍ୱିତୀୟ ତଥା ବକ୍ସିଂ ଡେ’ ଟେଷ୍ଟ ବେଳେ ନିଆଯିବ ଚୂଡ଼ାନ୍ତ ନିଷ୍ପତ୍ତି। ଉତ୍ତରାଞ୍ଚଳରେ ପରିସ୍ଥିତି ଖରାପ ହେଉଥିବାରୁ କୁଇନ୍ସଲାଣ୍ଡରୁ ବିମାନ ଚଳାଚଳ ବନ୍ଦ ହୋଇପାରେ। ଏଣୁ ଖେଳାଳି ଓ ପ୍ରସାରଣକାରୀ କର୍ମଚାରୀମାନଙ୍କୁ ସିଡ୍‌ନୀରୁ ବ୍ରିସବେନ ଯିବାକୁ ଅନୁମତି ମିଳିବ ନାହିଁ। କୁଇନ୍ସଲାଣ୍ଡ ସରକାରଙ୍କ ସହ କାର୍ଯ୍ୟ କରୁଛି ବୋଲି ସିଏ ଅନ୍ତରୀଣ ମୁଖ୍ୟ କାର୍ଯ୍ୟକାରୀ ନିକ ହକ୍‌ଲି କହିଛନ୍ତି।

Share