Posted inଖେଳ

ଭାରତୀୟ ଦଳ ପାଇଁ ଖୁସି ଖବର, ଅଷ୍ଟ୍ରେଲିଆ ଯିବେ ଏହି ଖେଳାଳି

ନୂଆଦିଲ୍ଲୀ,୯।୧୧: ଭାରତୀୟ କ୍ରିକେଟ ଦଳର ଓପନର୍‌ ରୋହିତ ଶର୍ମା ଅଷ୍ଟ୍ରେଲିଆ ଗସ୍ତରେ ଯିବେ। ଯଦିଓ ସେ ଦଳରେ ଚୟନ ହୋଇନାହାନ୍ତି କିନ୍ତୁ ସେ ଟେଷ୍ଟ ସିରିଜ ଖେଳିପାରନ୍ତି ବୋଲି ଜଣାପଡିଛି। ଭାରତୀୟ ଦଳ ନଭେମ୍ବର ୧୧ରେ ଅଷ୍ଟ୍ରେଲିଆ ଗସ୍ତରେ ଯିବ। ରୋହିତ ଶର୍ମା ନଭେମ୍ବର ୧୧ରେ ଭାରତୀୟ କ୍ରିକେଟ ଦଳ ସହ ଅଷ୍ଟ୍ରେଲିଆ ଗସ୍ତରେ ଯିବେ ନାହିଁ। ପରେ ସେ ଦଳ ସହ ଯୋଡି ହେବେ। ମିଳିଥିବା ସୂଚନା ଅନୁଯାୟୀ, ରୋହିତ ଶର୍ମା ନିଶ୍ଚିତ ଭାବେ ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଦଳର ଏକ ଅଂଶ ହେବେ, କିନ୍ତୁ ସେ କେବଳ ଟେଷ୍ଟ ସିରିଜ ଖେଳିବାର ସମ୍ଭାବନା ରହିଛି। ଯେହେତୁ ଅଷ୍ଟ୍ରେଲିଆରେ କ୍ୱାରାଣ୍ଟାଇନ୍‌ ରହିବା ବାଧ୍ୟତାମୂଳକ, ତେଣୁ ସେ ସୀମିତ ଓଭରରେ ଅଂଶଗ୍ରହଣ କରିପାରିବେ ନାହିଁ। ଶେଷ ଥର ପାଇଁ ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୨-୧ରେ ଜିତିଥିଲା। ସୂଚନାଯୋଗ୍ୟ, ଆହତ ଯୋଗୁ ରୋହିତ ଶର୍ମାଙ୍କୁ ଅଷ୍ଟ୍ରେଲିଆ ସିରିଜ୍‌ରୁ ବାଦ୍‌ ଦିଆଯାଇଥିଲା। କିନ୍ତୁ ସେ ଏବେ ଫିଟ୍‌ ହୋଇ ଆଇପିଏଲ୍‌ ଖେଳିବା ଜାରି ରଖିଛନ୍ତି। ତାଙ୍କ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ବର୍ଷ ଫାଇନାଲକୁ ଯାଇଛି।
ନଭେମ୍ବର ୨୭ରେ ଅଷ୍ଟ୍ରେଲିଆର ଭାରତ ଗସ୍ତ ଆରମ୍ଭ ହେବ। ୩ ମ୍ୟାଚ ବିଶିଷ୍ଟ ଏକଦିସବୀୟ ସିରିଜ ସହିତ ଏହି ସିରିଜ ଆରମ୍ଭ ହେବ। ଏହା ପରେ ଟି -୨୦ ମ୍ୟାଚର ଏକ ସିରିଜ ହେବ। ଶେଷରେ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାୟାମ କରିବା ପୂର୍ବରୁ ହାଲିଆ ଲାଗୁଛି କି? ଯଦି ହଁ, ତେବେ…

ବ୍ୟାୟାମ ଆମ ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ଏହାପୂର୍ବରୁ ଆମକୁ କେତୋଟି ଦିଗ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ବ୍ୟାୟାମ…

ଇରାନ ଉପରେ ଆକ୍ରମଣ କଲା ଆମେରିକା, ହେଲେ ଛାଡିଲାନି ତେହରାନ

ତେହରାନ,୩୧।୮: ଆମେରିକା ଏବଂ ଇରାନ ମଧ୍ୟରେ ପୁଣି ଥରେ ଯୁଦ୍ଧର ନିଆଁ ଜଳି ଉଠିଛି। ରବିବାର (ଅଗଷ୍ଟ ୩୦) ରେ, ଆମେରିକୀୟ ସେନା ଇରାନର ଲାରାକ ଦ୍ୱୀପରେ…

ପୋତାଗଲା ଚିହ୍ନଟ ହୋଇ ନ ଥିବା ମୃତଦେହ

କାଠମାଣ୍ଡୁ,୩୧ା୮: ନେପାଳ ବନ୍ୟାଜନିତ ମୃତ୍ୟୁସଂଖ୍ୟା ରବିବାର ସନ୍ଧ୍ୟା ସୁଦ୍ଧା ୭୯୪ରେ ପହଞ୍ଚତ୍ଛି। ମୃତଦେହ ରଖିବା ପାଇଁ ହସ୍ପିଟାଲଗୁଡ଼ିକରେ ସ୍ଥାନାଭାବ ଦେଖାଦେଇଛି। ସେପଟେ ମୃତଦେହଗୁଡ଼ିକ ଚିହ୍ନଟ ହୋଇ ନ…

ଆର୍‌ଏସ୍‌ଏସ୍‌ ମୁଖ୍ୟ ଭୁଆଁ ବୁଲାଉଛନ୍ତି: ବିରୋଧୀ

ନୂଆଦିଲ୍ଲୀ,୩୧ା୮(ପି.ଟି.): ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ଆମେରିକାରେ ବିବିଧତା ଉପରେ ଦେଇଥିବା ମନ୍ତବ୍ୟ ଭୁଆଁ ବୁଲାଇବା ପାଇଁ ଉଦ୍ଦିଷ୍ଟ ବୋଲି ବିରୋଧୀ ନେତାମାନେ…

ୟୁରୋପର ସର୍ବୋଚ୍ଚ ଶୃଙ୍ଗରେ ଭାରତୀୟ ମହିଳା

ଲକ୍ଷ୍ନୌ, ୩୧ା୮ (ପି.ଟି.) : ଲକ୍ଷ୍ନୌର ୪୩ ବର୍ଷୀୟା ଶିବାନୀ ମେହରୋତ୍ରା ସାଂସାରିକ ବନ୍ଧନରେ ଥାଇ ମଧ୍ୟ ବିଶ୍ୱର ଉଚ୍ଚତମ ଶୃଙ୍ଗଗୁଡ଼ିକୁ ଚଢ଼ି ନିଜର ଦୃଢ଼ ଇଚ୍ଛାଶକ୍ତିର…

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri